ହେଡଲାଇନସ୍:

ଆନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣ : ୪୬ କେଜି ଗଂଜେଇ ଜବତ, ୩ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା ଅବକାରୀ ବିଭାଗ ଆନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣ ରାକେଟ  ଠାବ କରିବାରେ ସଫଳ ହୋଇଛି । ଓଡିଶାରୁ ହରିୟାଣାକୁ ଗଂଜେଇ ଚୋରା ଚାଳାଣ ବେଳେ ୪୬ କେଜି ଗଂଜେଇ ଜବତ କରି ୩ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣା ରାଜ୍ୟ ଜିନ୍ଦ୍ ଥାନା ସଦର ଗାଁର ପ୍ରଦୀପ ସିଂ(୨୬), ପେଣ୍ଡରା ଗାଁର ନରେଶ କୁମାର ସିଂ(୪୨) ଓ କୋଇଥାଲ ଥାନା ରାମନଗର ଗାଁର ଅମିତ ସିଂ(୨୯) । 

    କଲାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରୁ ପ୍ରତାପ, ନରେଶ ଓ ଅମିତ ୪୬ କେଜି ଗଂଜେଇକୁ ବେଗରେ ଭର୍ତ୍ତି କରି ଏକ ବେସରକାରୀ ବସରେ ରାୟପୁର ଅଭିମୁଖେ ଯାଉଥିଲେ । ଏମାନେ ଓଡିଶାରୁ ହରିୟାଣାକୁ ଚାଳାଣ କରୁଥିଲେ । ଏହି ଖବର କୌଣସି ସୂତ୍ରରୁ ନୂଆପଡ଼ା ଅବକାରୀ ବିଭାଗ ଖବର ପାଇଥିଲା । ଅବକାରୀ ଏସପି ନଲିନି କୁମାର ବେହେରାଙ୍କ ତତ୍ୱାବଧାନ ରେ ଅବାକାରୀ ନିରୀକ୍ଷକ ସୋବନ ନାଏକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା । ଅବକାରୀ ସ୍ୱତନ୍ତ୍ର ଟିମ ଛତିଶଗଡ ସୀମାନ୍ତ ଖରିଆରରୋଡ ଚେକ ଗେଟ ନିକଟରେ ଜୟ ମାତା ଦୀ(ଓଡି ୦୮ ସି ୬୧୩୯) ବେସରକାରୀ ବସରେ ଚଢାଉ କରିଥିଲେ । ବସରୁ ୪୬ କେଜି ଗଂଜେଇ ଜବତ କରିବା ସହ ପ୍ରଦୀପ, ନରେଶ ଓ ଅମିତଙ୍କୁ ଗିରଫ କରିଥିଲେ । ଏହି ଟିମରେ ଏସଆଇ ଦୁର୍ବାଦଲ ବିଶ୍ୱାଲ, ବିନୟ ତିର୍କି, ଏଏସଆଇ ଖଗେଶ୍ୱର କଟା, ସୋନା ମାଝି, କନେଷ୍ଟବଲ ଗୀରେନ୍ଦ୍ର କଟା, ଧନରାଜ ଦଣ୍ଡସେନା, ମଳୟ ମହାଲିଙ୍ଗ, କ୍ଷେତ୍ରମଣୀ ବାଗ, ପୂର୍ଣ୍ଣିମା କହଁର, ହିଙ୍ଗୁଲା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault