ହେଡଲାଇନସ୍:

କେଡେ ଦାୟିତ୍ବହୀନ ସ୍ୱାସ୍ଥ୍ୟ ବିଭାଗ : ପିଲାଙ୍କୁ ଦିଆଗଲା ଏକ୍ସପାଇରୀ ଔଷଧ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଲଟା ଗାଲୁଆମୀ " ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଖାଇ ହେବ"

ବଲାଙ୍ଗିର( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ ଅଞ୍ଚଳରେ ଏକ୍ସପାରୀ କୃମି ଔଷଧ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇରୁ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଏକ୍ସପାରୀ କୃମି ଔଷଧ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ଔଷଧ ଗୁଡିକର ଜୁଲାଇ ମାସରୁ ଏକ୍ସପାରୀ ହୋଇଯାଇଥିଲେ ବି ପୁଣି କିଭଳି ଭାବେ ପିଲାଙ୍କୁ ଦି‌ଆଯାଇଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ସିଡିଏମ୍ଓଙ୍କ କହିବା ଅନୁସାରେ ଔଷଧର ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଏହାକୁ ଖାଇବାରେ କୌଣସି ଅସୁବିଧା ନାହିଁ। ଘଟଣାର ତଦନ୍ତ ଲାଗି ୪ ଜଣିଆ ଟିମ୍ ଗଠନ କରାଯାଇଛି।

0
0
0
s2sdefault