ହେଡଲାଇନସ୍:

ଅଟୋ ଚାଳକଙ୍କୁ ଆକ୍ରମଣ ,୫ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ରେଢ଼ାଖୋଲ ବ୍ଲକ ର ଜଣେ ଅଟୋ ଚାଳକ ଙ୍କୁ ମଦ ବୋତଲ ରେ ମୁଣ୍ତ ରେ ପିଟି ଆକ୍ରମଣ କରିଥିବା ଅଭିଯୋଗରେ ରେଢ଼ାଖୋଲ ପୋଲିସ୍ ୫ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଭଣ୍ଡାରିମୁଣ୍ଡା ଗ୍ରାମର ଜିଲୁ ପ୍ରଧାନ(୨୧),ଟୁଲୁ ପ୍ରଧାନ (୨୪),ପ୍ରକାଶ ବାରିକ(୨୧),ପ୍ରତାପ ସାହୁ(୩୦) ଓ କିଶୋରନଗର ଥାନା କରମଲକଟା ଗ୍ରାମର ପ୍ରଦିପ୍ ସାହୁ(୩୫)I ପୁଲିସ ସୂତ୍ରରୁ ପ୍ରକାଶ ଯେ , ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡଡ ଗ୍ରାମର ହାଡୁ ନାଏକ (୩୦) ନାମକ ଜଣେ ଅଟୋ ଚାଳକ ଯାତ୍ରୀ ଙ୍କୁ ନେଇ କଦଳୀଗଡ଼ରୁ ସାମସିଙ୍ଗା ଗ୍ରାମକୁ ଯାଉଥିଲେ I ତେବେ ଘୁଙ୍ଗିନାଳୀ ଛକ ନିକଟରେ ରାସ୍ତାରେ ବସି ମଦ୍ୟପାନ କରୁଥିବା ଅଭିଯୁକ୍ତ ମାନେ ଅଟୋକୁ ଅଟକାଇ ଚାଳକ ଶ୍ରୀ ନାଏକ ଙ୍କୁ ଆକ୍ରମଣ କରିଥିଲେ I ମଦ ବୋତଲରେ ତାଙ୍କ ମୁଣ୍ଡକୁ ଆଘାତ ଦେବା ସହିତ ଅଟୋ ଭଙ୍ଗାରୁଜା କରିଥିଲେ I ସ୍ଥାନୀୟ ଲୋକମାନେ ଶ୍ରୀ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଡକ୍ତରଖାନା ରେ ଭର୍ତି କରିଥିଲେ I ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି I ଏନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି I

0
0
0
s2sdefault