ହେଡଲାଇନସ୍:

ସ୍କୁଲର ଅବସ୍ଥା ସାଙ୍ଘାତିକ ,ଗେଟରେ  ତାଲା ପକାଇଲେ ଅଭିଭାବକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖବର ପାଇ ପହଁଚିଲେ ପାଇକମାଳ ବିଡ଼ିଓ, ନେଲେ "ଅନ ଦି ସ୍ପଟ ଡିସିସନ"

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଗଞ୍ଜାଡାବର ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅବିଭାବକ ଓ ଗ୍ରାମବାସୀମାନେ  ସ୍କୁଲ ଗେଟରେ ତାଲା ପକାଇବା ସହିତ ଛୁଆ ମାନଙ୍କୁ ଧରି ଗେଟ ସାମନାରେ ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ହେଲା ଉକ୍ତ ଗ୍ରାମରେ ରହିଥିବା ପ୍ରାଥମିକ ସ୍କୁଲରେ ସମୁଦାୟ 55 ଜଣ କୁନି କୁନି ଛାତ୍ର ଛାତ୍ରୀ ଅତି ବିପଦ ସଂକୁଳ ଅବସ୍ଥାରେ ପାଠ ପଢ଼ନ୍ତି । ସ୍କୁଲ ଶ୍ରେଣୀଗୃହ ଗୁଡିକର ଅବସ୍ଥା ଅତି ଶୋଚନୀୟ । କେତେବେଳେ କଣ ଗୋଟେ ବଡ ଧରଣର ଅଘଟଣ ଘଟିଯିବ କହି ହେବ ନାହିଁ । ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ବିପଦ ସଂକୁଳ ଅବସ୍ଥାରେ ଜଣାଇବା ପରେ କୋଣସି ପ୍ରକାର ମରାମତି କାର୍ଯ୍ୟ  ହେଇ ନଥିବାରୁ ଆଜି ବାଧ୍ୟ ହେଇ ଗ୍ରାମବାସୀ ମାନେ ସ୍କୁଲ ଗେଟରେ ତାଲା ପକାଇଥିଲେ । 

           ସ୍କୁଲରେ ତାଲା ପଡିବା ଘଟଣାର ଖବର ପାଇବା ପରେ ପାଇକମାଲ ବିଡ଼ିଓ  ଶ୍ରୀ ସଦାଶିଵ ନାୟକ ତୁରନ୍ତ ଘଟଣା ସ୍ଥଳରେ  ପହଂଚି ଲୋକଙ୍କ ପାଖରେ ବସି ଆଲୋଚନା କରିଥିଲେ | ଲୋକମାନେ ବିଡିଓଙ୍କୁ ସ୍କୁଲ ଭିତରକୁ ନେଇ  ସ୍କୁଲ ପରିସର ବୁଲି ଦେଖାଇଥିଲେ | ବିଡ଼ିଓ  ସ୍କୁଲ ପରିସର ବୁଲି ଦେଖିଲା ବେଳକୁ ବାସ୍ତବରେ ସ୍କୁଲ ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ଅତି ଶୋଚନୀୟ । ଛାତ ଦୁର୍ବଳ,  ଛାତରୁ ଅତଡା ଖସି ସମ୍ପୂର୍ଣ୍ଣ ଛାତ କ୍ଷତି ଗ୍ରସ୍ତ ହେଇଯାଇଛି । ଉପସ୍ଥିତ ଗ୍ରାମବାସୀଙ୍କର ସହିତ ଆଲୋଚନା କଲାପରେ ବିଡ଼ିଓ  ତାଙ୍କ ସହିତ ଯାଇଥିବା ଯନ୍ତ୍ରୀ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀଙ୍କୁ କହିଲେ କେତେ ଖର୍ଚ ହେବ ତୁରନ୍ତ ଏସ୍ଟିମେଟ କରିବାକୁ | ,ପ୍ରାୟ ସାଢେ ୩ଲକ୍ଷରୁ କିଛି କମ ଖର୍ଚ ହେବ ବୋଲି ଆକଳନ ହେଲା | ବିଡ଼ିଓ ସେଠି ଉପସ୍ଥିତ ଥିବା ଯନ୍ତ୍ରୀ ଇଂ ତ୍ରିପାଠୀ,  ପଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଦେବାଶିଷ ଲୁହା ଓ ସରପଞ୍ଚଙ୍କୁ କହିଲେ ଯେ ଆଉ ଅପେକ୍ଷା କରିବା ଦରକାର ନାହିଁ | ଯେକୌଣସି ସ୍ଥିତିରେ ଆସନ୍ତା  କାଲି ଛାତ ଭଙ୍ଗ ହୋଇ କାମ ଆରମ୍ଭ ହେବ ଦରକାର |  ସ୍କୁଲ କୋଠାର ଦୁଇଗୋଟି ଛାତ ତୁରନ୍ତ କାଲି  ଭାଙ୍ଗି ନୂତନ ଛାତ ପକାଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ମରାମତି କାମ ଏକ ମାସ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ଯନ୍ତ୍ରୀ, ସରପଞ୍ଚ, ଓ ପିଇଓଙ୍କୁ  ନିର୍ଦ୍ଦେଶ ଦେଇଥିଲା । ଏହି କାମ ଚାଲିଲା ବେଲେ ତଦାରଖ କରିବା ପାଇଁ ଗ୍ରାମ ବାସୀଙ୍କୁ ଅନୁରୋଧ କରିଥିଲେ ବିଡ଼ିଓ |  ଯେଉଁ ପର୍ଯନ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଇଛି ସେ ପର୍ଯନ୍ତ ଛୁଆମାନଙ୍କୁ ସ୍ଥାନୀୟ  କଲ୍ୟାଣ ମଣ୍ଡପ ଠାରେ ପାଠ ପଢାଇବା ପାଇଁ ଶିକ୍ଷକଙ୍କୁ ନିର୍ଦେଶ ଦେଇଥିଲେ । ସ୍କୁଲର ମରାମତି କାମ ଯେହେତୁ ଚାଲିବ ତେଣୁ ଆଗାମୀ ଜିଛି ଦିନ କଲ୍ୟାଣ ମଣ୍ଡପରେ ପାଠ ପଢା ନିମନ୍ତେ ବଡ ଶ୍ରୀ ନାୟକ ଗ୍ରାମବାସୀଙ୍କର ସହଯୋଗ ଲୋଡିଥିଲେ । ଆଲୋଚନା ପରେ ଗ୍ରାମବାସୀ ମାନେ ପ୍ରଶାସନକୁ ସମ୍ପୁର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି | ତ୍ୱରିତ ପଦକ୍ଷେପ ନେଇଥିବା ଯୋଗୁ ଗ୍ରାମବାସୀ ବିଡିଓଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

 

 

 

 

 

0
0
0
s2sdefault