ହେଡଲାଇନସ୍:

ରୋଗୀଣା ବୋଲି ହଷ୍ଟେଲରୁ ତଡ଼ା ଖାଇଲେ ଦଶମ ଶ୍ରେଣୀ ଛାତ୍ରୀ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ଭଉଣୀର ଚିକିତ୍ସା ପାଇଁ ଦାଦନ ଯାଇଛି ଭାଇ  

ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ଜାତି ଓ ଜନଜାତି ଛାତ୍ରୀ ନିବାସମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା, ସେବାଶ୍ରମ ରହି ପାଠ ପଢିବା  ଖାଇବl ସହ ରୋଗରେ ଆକ୍ରାନ୍ତ ହୋଇଲେ ଉତ୍ତମ୍ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହ ସମସ୍ତ ଅର୍ଥ ବହନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବା  ସ୍କିମ କରିଛନ୍ତି |  ହେଲେ ସରକାରଙ୍କ ଏ ସବୁ ଯୋଜନା ସତେ ଯେମିତି ମୂଲ୍ୟହୀନ ହୋଇ ପଡିଛି  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରୁତୁଙ୍ଗୀଆ ଗିରିଜନ ଆଶ୍ରମରେ | ଏହି  100 ସିଟ୍ ବିଶଷ୍ଟ ସେବାଶ୍ରମରେ  ୬ଷ୍ଠ  ଠାରୁ ଦଶମ ଶ୍ରେଣୀ ରେ 110 ଜଣ ଛାତ୍ରଛାତ୍ରୀ ରହି ଶିକ୍ଷା ଅଧ୍ୟୟନ କରନ୍ତି  l ସେଥି ମଧ୍ୟରୁ ଦଶମ  ଶ୍ରେଣୀ ରେ ଅଧ୍ୟୟନ  କରନ୍ତି ସରମିତା ମଲିକ |  ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ଏକ ନମ୍ବର ୱାର୍ଡ଼ ଶୁକlଲଦା ଗ୍ରାମର ଅଧିବାସୀ ଇଶ୍ଵର ମଲିକ, ସ୍ତ୍ରୀ ତିମତି ମଲିକ କ ସାନଝିଅ ସରମିତl ମଲିକ | ଗତ ଚାରି ମାସ ତଳେ ସରମିତା ହଷ୍ଟେଲ ରେ ଶୋଇଥିବା ବେଳେ ଭିଷଣ ପେଟରେ ଯନ୍ତ୍ରଣା ହୋଇଥିଲା l ଏହl ପରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାମଲଙ୍କୁ  ସ୍ୱାସ୍ଥ୍ୟ ଖରାପ ହେବା ବିଷୟରେ ଜଣାଇଥିଲେ |  କିନ୍ତୁ ପ୍ରଧାନ ଶିକ୍ଷକ ଔଷଧ ଦେଇ ଚିକିତ୍ସା କରିବା ବଦଲରେ ହଷ୍ଟେଲ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି l 

ଏହା ପରେ ଛାତ୍ରୀଙ୍କ  ପିତା ସେବାଶ୍ରମ  ଆସି  ଝିଅକୁ ନିଜ ଘରକୁ  ନେଇ ଚାଲି ଯାଇଥିଲେ l ଏହା ପରେ ବାଲିଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ କିନ୍ତୁ ପେଟ ବଥା କମିନଥିଲା l ଡାକ୍ତର କୌଣସି ଏକ ବଡ଼ ମେଡିକାଲରେ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ l ପରିବାର ଲୋକେ ଗ୍ରାମରେ ଟଙ୍କା ଯୋଗାଡ଼ କରି ଭଞ୍ଜନଘର ମେଡିକାଲ ରେ ଝିଅଟିର ପେଟ ରେ ଅଲଟ୍ରା ସାଉଣ୍ଡ  କରିବା ପରେ ପେଟ ଭିତରେ ପାଣି ଜମି ଥବା ଡାକ୍ତର କହିଥିଲେ l ଅସ୍ତ୍ରୋପଚାର କିମ୍ବା ଏକ ଔଷଧ ଖାଇଲ ଏହି ରୋଗ ସମ୍ପୁର୍ଣ୍ଣ ଭଲ ହୋଇଯିବ ବୋଲି  କହିଥିଲେ l ଏହା ପରେ ପରିବାର ଲୋକେ ଏକ ମାସର   ଔଷଧ ଖୁଆଇ ଥିଲେ ବି ସ୍ୱାସ୍ଥ୍ୟ ର କୌଣସି ଉନ୍ନତି ହୋଇନାହିଁ l ଫଳରେ ଛାତ୍ରୀ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଶେଯରେ  ଶୋଇ ରହିଛନ୍ତି l  ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ମଝିଆ ଭାଇ ମେହୈସକ ମଲିକ ଏକ ସପ୍ତାହ ହେବ ଦାଦନ ଖଟିବା ପାଇଁ କେରଳ  ଯାଇଛନ୍ତି l ବାପା  ଇଶ୍ଵର ମଲିକ ଦିନ ମଜୁରୀଆ  ତୀମତି ମଲିକ ଗୃହିଣୀ ହୋଇଥିବା ବେଳେ ପରିବାର ପ୍ରତିପୋଷଣ କରିବା ସମ୍ଭବ ପର ହୋଇ ପାରୁନାହିଁ | ଏଭଳି ସ୍ଥିତିରେ ଝିଅର ଅସ୍ତ୍ରୋପଚାର କରିବା ତାଙ୍କ ପାଖ ସମ୍ଭବପର ହୋଇପାରିନାହିଁ | 

ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାମଲ କହିଛନ୍ତି ଛାତ୍ରୀ ଟିର ଦେହ ଖରାପ ବିଷୟ ମୁଁ ଜାଣିନାହିଁ | ଡବ୍ଲ୍ୟୁଈଓ  ବିଭୀଷଣ  ଭୋଇ କହିଛନ୍ତି ହଷ୍ଟେଲରେ ରହି ପଢ଼ୁଥିବା  ଛାତ୍ରୀଙ୍କ  ସ୍ଵାସ୍ଥ୍ୟ ଖରାପ ହୈଲେ ସରକାର କ ନିୟମ ଅନୁଯାୟୀ ସମସ୍ତ ସୁବିଧା ଦିଆଯିବ l କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ କହିଛନ୍ତି |  କିନ୍ତୁ କ୍ୟାମେରା  ଆଗରେ କହିବାକୁ ମନl କରି ଦେଇଛନ୍ତି l 

 l ଜିଲ୍ଲା ପ୍ରଶାସନ ଦାୟିତ୍ଵ ହୀନ ସମସ୍ତ ଅଧିକାରୀକ ଉପରେ ଦୃଢ଼ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବା ସହ ଏହି ଗରିବ ଛାତ୍ରୀ ଜଣଙ୍କୁ ଚିକିତ୍ସାରେ ସହଯୋଗ କରିବା ନିମନ୍ତେ ବୁଦ୍ଧିଜୀବୀ  ପ୍ରମୁଖ ଦାବି କରିଛନ୍ତି l ଖବର ପ୍ରସାର ହେବା ପରେ ହଷ୍ଟେଲର ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ଘରକୁ ଯାଇ ବୁଝା ସୁଝା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି| ସରକାରଙ୍କ ଆଦିବାସୀ ବିକାଶ ଯୋଜନା ଏହି ଘଟଣାରୁ ଜଳ ଜଳ ହୋଇ ଦେଖା ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଜ଼ିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରି ଥିଲେ ସୁଦ୍ଧା ସମ୍ଭବ ପର ହୋଇ ପାରି ନାହିଁ.

 

0
0
0
s2sdefault