ରାୟଗଡ ଜିଲ୍ଲାରେ ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ
ରାୟଗଡ(ସରୋଜ ସାହୁ) : ଜିଲ୍ଲା ପ୍ରଶାସନ, ରାୟଗଡ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଆୟୋଜନକ୍ରମେ କିଶୋର ଓ କିଶୋରୀମାନଙ୍କୁସଶକ୍ତ କରିବା ଓ ବାଲ୍ୟ ବିବାହ ରୋକିବାକାର୍ୟ୍ୟକ୍ରମର ସଫଳ ରୁପାୟନ ପାଇଁ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କନଫେରେନ୍ସ ହଲ ଠାରେ ଆୟୋଜନ କରାଯାଇଥିଲା |
ଏହି ବୈଠକରେ ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା | ଜିଲ୍ଲାରେ କମ ବୟସରେ ବାହାଘର ଯୋଗୁଁ କିଶୋର ବା କିଶୋରୀଜଣଙ୍କ ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛନ୍ତି ଫଳରେ ସେମାନଙ୍କର ବିକାଶ ବାଧାପ୍ରାପ୍ତ ହେଉଛି | ଅନେକ ଶିଶୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଶିକ୍ଷା ସମାପ୍ତ କରୁ ନାହାନ୍ତି | ତେଣୁ ଅଧାରୁପାଠ ବନ୍ଦ ଯୋଗୁଁ ଶିଶୁ ଶ୍ରମିକ, ଶିଶୁ ଚାଲାଣ, କମ ବୟସରେ ବାହାଘର ଭଳି ସମସ୍ୟା ଦେଖା ଦେଉଛି ଓ ସରକାର ଯେଉଁ ଶିଶୁମାନେ ପ୍ରାଥମିକ ଶିକ୍ଷାପାଇଁ ୧ କିମିରୁ ଅଧିକ ଦୂରରୁ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ୩ କିମିରୁ ଅଧିକ ଦୂରରୁ ଆସୁଛନ୍ତି ସେମାନେ କିପରି ପରିବହନ ଖର୍ଚ୍ଚ ପାଇବେ ବୋଲି ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ତାହା ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଯେଉଁ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସୁ ନାହାନ୍ତି କିମ୍ବା ଅଧାରୁ ପାଠ ପଢା ବନ୍ଦ କରି ଦେଉଛନ୍ତି ତାହାର କାରଣ ଖୋଜି ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ବାଲ୍ୟ ବିବାହର କୁ ପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟର ସମସ୍ୟାକୁ କିପରି ଦୁର କରିବା ସେଥିପାଇଁ ସଚେତନତା କାର୍ୟ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା | କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ୟ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା | ବିବାହ ବୟସ କେବଳ ଝିଅ କ୍ଷେତ୍ରରେ ୧୮ ବର୍ଷ ବା ପୁଅ କ୍ଷେତ୍ରରେ ୨୧ ବର୍ଷ ରେ ସୀମିତ ନ ରଖି ପୁଅ ଓ ଯଦି ଝିଅ ବା ପୁଅ ନିଜେ ସଶକ୍ତ ହେବେ ଓ ନିଜର ବିବାହ ନିଷ୍ପତ୍ତି ନେବେ ସେତେବେଳେ ଅଧିକ ବୟସ ହେଲେ ମଧ୍ୟ ସେମାନେ ବିବାହ କରିବେ ସେଥିପ୍ରତି ସମସ୍ତେ ସଚେତନ ହେବାପାଇଁ ସଚେତନତା କାର୍ୟ୍ୟକ୍ରମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା |
ଏହି ଅବସରରେ ମନୋରଞ୍ଜନ ମିଶ୍ର,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଭି ରଘୁନାଥ ରାଓ,ରାୟଗଡ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ପୁର୍ଣ ଚଂଦ୍ର ବରିହାଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲା କ୍ରିଡା ଓ ଯୁବ ବ୍ୟାପାର ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ପ୍ରକଲ୍ପ ସଂଯୋଜକ (ସମଗ୍ର ଶିକ୍ଷା),ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, କିଶୋର ନ୍ୟାୟ ବୋର୍ଡର ସଦସ୍ୟମାନେ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ,ମିଶନ ଶକ୍ତିର ଜିଲ୍ଲା ସଂଯୋଜକ,ଏନଓପିର ଜିଲ୍ଲା ପ୍ରକଳ୍ପ ପରିଚାଳକ,ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ,ଆକ୍ସନଏଡ ଓ ୟୁନିସେଫ ଓଡିଶାର କର୍ମକର୍ତ୍ତାମାନଙ୍କ ସମେତ ଶୋଭା, ଚାଇଲ୍ଡଲାଇନ, ସିୱାଇଏସଡି,ପ୍ରେମ ଓ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚଭଳି ସ୍ୱେଛାସେବୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ |
ଏହିବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲା ବେଳେ, ଭାରପ୍ରାପ୍ତଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଆଦିପତି କହଁର ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ | ଆକ୍ସନଏଡର ଜାତୀୟ ପ୍ରକଳ୍ପ ପରିଚାଳକ ଘାସିରାମ ପଣ୍ଡା ରାଜ୍ୟରେ ବାଲ୍ୟ ବିବାହର ସ୍ଥିତି, ରାଜ୍ୟ ସରକାର, ଆକ୍ସନଏଡ ଏବଂ ୟୁନିସେଫ ଦ୍ୱରା ମିଳିତ ଭାବେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ | ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଓ ଯୋଗାଯୋଗ ବିଶେଷଜ୍ଞ ଡଃ ଲୋପାମୁଦ୍ରା ତ୍ରିପାଠୀ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ କିପରି ରୋକାଯାଇ ପାରିବସେଥି ପ୍ରତି ଧ୍ୟାନ ଦେବା ପାଇଁ ବିଭିନ୍ନ କାର୍ୟ୍ୟଖସଡା ଉପରେ ଆଲୋଚନା କରିଥିଲେ | ଶେଷରେଜିଲ୍ଲାରେ ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା, ଶିଶୁ ଶ୍ରମିକ ନିରୋଧ ଓ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲା ସ୍ତରୀୟ କାର୍ୟ୍ୟ ଖସଡା ପ୍ରସ୍ତୁତ ହୋଇଥିଲା | ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଆକ୍ସନଏଡର କର୍ମକର୍ତ୍ତାମାନେ ପରିଚାଳନା କରିଥିଲା ବେଳେ ଆକ୍ସନଏଡର ଜିଲ୍ଲାସଂଯୋଜକ ରତ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |











