ହେଡଲାଇନସ୍:

ମୟୂରଭଞ୍ଜ: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନା ସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା-(ଦିଲ୍ଲୀପ ମହାନ୍ତି )-ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ବାରିପଦା, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ଆଦି ଚାରୋଟି ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ଯୋଜନାସ୍ତରୀୟ ପରିଚାଳନା ମଣ୍ଡଳୀ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ତଥା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ବିନୀତ ଭରଦ୍ୱାଜଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଅଛି ।

ଉକ୍ତ ବୈଠକରେ  ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ, ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ମୋରଡା ବିଧାୟକ ରାଜକିଶୋର ଦାସ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍ ପ୍ରମୁଖଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ତୁଷାରକାନ୍ତି ମହାନ୍ତି, ବାରିପଦା ଉପ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ବାରିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଜନ କୁମାର ଥମ୍ବ, କପ୍ତିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଧାନଚନ୍ଦ୍ର ରାଏ, ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ  ଅନନ୍ତ ନାରାୟଣ ସିଂ ଲାଗୁରୀ, କରଂଜିଆ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଧର୍ମେନ୍ଦ୍ର ମଲ୍ଲିକ,  ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀ ଏବଂ ସଂପୃକ୍ତ ଆଇଟିଡିଏ ଅନ୍ତର୍ଗତ ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଓ  ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ  ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ମତ ପୋଷଣ କରିଥିଲେ । ବୈଠକରେ ବିଶେଷକରି ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଯୋଜନାରେ ଜିଲ୍ଲାର ଅନୁସୂଚିତ ଜନଜାତି ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ,କୃଷି, ଜଳସେଚନ, ଗମନାଗମନର ରାସ୍ତା ଓ ପୋଲ ସଂଯୋଗୀକରଣ, ବିଦ୍ୟୁତ  ସଂଯୋଗୀକରଣ, ପାନୀୟଜଳ ଯୋଗାଣ, ସାମଗ୍ରିକ ଭିତିଭୂମି ବିକାଶ ତଥା ସାମାଜିକ ଅର୍ଥନୈତିକ ଉନ୍ନତି ସକାଶେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଗ୍ରଗତିର ସ୍ଥିତି ଏବଂ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଯୋଜନା କାର୍ଯ୍ୟ ଖସଡା ପ୍ରସ୍ତୁତି ସଂପର୍କରେ ଆଇଟିଡିଏ ୱାରୀ ପୃଥକ ପୃଥକ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ କପ୍ତିପଦା, ବାରିପଦା, ରାଇରଙ୍ଗପୁର ଓ କରଂଜିଆ ସମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କ ଦ୍ୱାରା ଉପସ୍ଥାପିତ ପ୍ରକଳ୍ପ ସ୍ତରୀୟ ଯୋଜନାର କାର୍ଯ୍ୟସୂଚୀ ଅନୁସାରେ ପ୍ରଥମେ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଅନୁମୋଦିତ ଯୋଜନା ଅଟକଳ କାର୍ଯ୍ୟଧାରାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯଥାକ୍ରମେ ଏସ୍ସିଏ ଟୁ ଟିଏସ୍ପି, ଆର୍ଟିକିଲ ୨୭୫(୧), ଷ୍ଟେଟ ପ୍ଲାନ ଓ ନନ୍ ପ୍ଲାନ ଯୋଜନା ଅନ୍ତର୍ଗତ ପ୍ରାପ୍ତ ଅନୁଦାନ ସହାୟତାରେ କାର୍ଯ୍ୟକାରୀ କରାଯାଇଥିବା  ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ଓ ଖର୍ଚ୍ଚର ସ୍ଥିତି ଏବଂ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉଦ୍ଧିଷ୍ଟଥିବା ଆଇଟିଡିଏ ଯୋଜନା ସ୍ତରୀୟ ବିଭନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ୟଖସଡାରେ ଏସ୍ସିଏ ଟୁ ଟିଏସ୍ପି, ଆର୍ଟିକିଲ ୨୭୫(୧) ଅନ୍ତର୍ଗତ ଆର୍ଥିକ ଅନୁଦାନ ଯୋଜନାରେ ବାରିପଦା ଆଇଟିଡିଏ ପାଇଁ ୧୭ କୋଟି ୮୪ ଲକ୍ଷ ୫୦ ହଜାର, କପ୍ତିପଦା ଆଇଟିଡିଏ ପାଇଁ, ୯ କୋଟି ୪୪ ଲକ୍ଷ ୫୦ ହଜାର, ରାଇରଙ୍ଗପୁର ଆଇ.ଟି.ଡି.ଏ ପାଇଁ  ୧୫ କୋଟି ୬୯ ଲକ୍ଷ ୯୫ ହଜାର ଓ କରଂଜିଆ ଆଇ.ଟି.ଡି.ଏ ପାଇଁ ୧୨ କୋଟି ୧୬ ଲକ୍ଷ ୪୫ ହଜାର ଆର୍ଥୀକ ଅଟକଳର ଯୋଜନା ସ୍ତରୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଖସଡା ପ୍ରସ୍ତୁତି ଓ ଅନୁମୋଦନ ନିମନ୍ତେ  ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ବୈଠକରେ ଅନ୍ୟାନ୍ୟ ବିଷୟ ପ୍ରସଙ୍ଗକ୍ରମରେ ଏସ୍.ଟି/ଏ.ସି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ/ହଷ୍ଟେଲ ଗୃହ  ନିର୍ମାଣ ଓ ପାନୀୟ ଜଳ ଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା ତଥା ଆନୁସଙ୍ଗିକ ସୁବିଧା ଉପଯୋଗ କରାଯିବା, ଶିକ୍ଷିତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ଭିର୍ତ୍ତିକ ଦକ୍ଷତା ତାଲିମ ବ୍ୟବସ୍ଥା ଏବଂ ସର୍ବପରି ସାମାଜିକ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ଆୟ ଭିର୍ତ୍ତିକ   କାର୍ଯ୍ୟକ୍ରମ, ଦୁର୍ଗମ ଅଂଚଳରେ ରାସ୍ତା ଓ ପୋଲ ନିର୍ମାଣ ଆଦି ଭିତ୍ତିଭୂମିର  ବିକାଶ କରାଯିବା  ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀମାନଙ୍କୁ ବୈଠକରେ  ଗୁରୁତ୍ୱାରୋପ କରାଯାଇଥିଲା । 

0
0
0
s2sdefault