ଭୁବନେଶ୍ୱର(Girija Dash): କମିସନରେଟ ପୋଲିସ ବିଲଡିଂ ପାଇଁ ସଂଯୋଗ ଦିନ ହୋଇ ପାରେ | କାରଣ ଏବେ ପୂର୍ଣ୍ଣତା ଆସିବ | କାରଣ ଏହି ଭବ୍ୟ କୋଠା ଯାହା ସମୟରେ ପ୍ରାୟତଃ ହୋଇଥିଲା ଆଉ ଯିଏ ଏହି କୋଠା ନିର୍ମାଣ ଦାୟିତ୍ୱରେ ଥିଲେ ସେମାନେ ଏବେ ସେଠି ବାସ୍ତବିକ ବସ ଭାବେ ଆସୀନ ହେବେ | କାରଣ ପୋଲିସ ବିଭାଗରେ ହୋଇଥିବା ଅଦଳବଦଳ ଏବେ ସେହି ସୁଯୋଗ ଆଣିଦେଇଛି | ଆମେ ଯଦି ଭୁଲ ନୁହଁ, ତେବେ ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଦ୍ୱୈତ ନଗରୀ କମିଶନର ଥିବା ବେଳେ ହିଁ ପ୍ରାୟତଃ କମିସନରେଟ ବିଲଡିଂ କାମ ପୂର୍ଣ୍ଣାଙ୍ଗ ହୋଇଥିଲା | ଆଉ ବର୍ତ୍ତମାନ ପୋଲିସ କମିଶନର ହୋଇ ଆସିଥିବା ସୁଧାଂଶୁ ଷଢଙ୍ଗି ସେତେବେଳେ ପୋଲିସ ହାଉସିଂ କର୍ପୋରେସନ୍ର ମୁଖିଆ ଥିଲେ, ଯେଉଁ ସଂସ୍ଥା କି କମିସନରେଟ ବିଲ୍ଡିଂର ନିର୍ତ୍ତମାନ କାର୍ଯ୍ୟ ଦାୟିତ୍ୱରେ ଥିଲା | ଶ୍ରୀ ଷଢଙ୍ଗୀଙ୍କ ତତ୍ତ୍ୱବାଵଧାନରେ ପ୍ରାୟତଃ ଷ୍ଟ୍ରକ୍ଚର ଠିଆ ହୋଇ ଯାଇଥିଲା | ତାହାର ଈଂଟରିଆର କାମ ଚାଲିଥିବା ବେଳେ ଶ୍ରୀ ଷଢଙ୍ଗୀଙ୍କ ବଦଳି ହୋଇଯାଇଥିଲା | ତେଣୁ ମୋଟାମୋଟି କମିସନରେଟ ବିଲଡିଂ ଶ୍ରୀ ଶର୍ମା ଓ ଶ୍ରୀ ଷଢଙ୍ଗୀଙ୍କ ସମୟରେ ହିଁ ସାରିଥିଲା | ଏବେ ଏହି ଦୁଇ ଦକ୍ଷ ଅଫିସର ବସିବେ ସେଇ ବିଲଡିଂରେ ଯାହାକି ସେମାନଙ୍କ ସମୟରେ ଓ ତତ୍ୱାବଧାନରେ ନିର୍ମିତ ହୋଇଥିଲା | ମାନେ ଡିଜି ଶ୍ରୀ ଶର୍ମା ବସିବେ କମିସନରେଟ ବିଲ୍ଡିଂରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ, ଆଉ ନୂଆ କମିଶନର ଶ୍ରୀ ଷଢଙ୍ଗି ଏହି ଅଫିସରେ ବସି ଦୁଇ ନଗରୀକୁ ନିୟନ୍ତ୍ରଣ କରିବେ |
ରାଜ୍ୟ
ସଂଯୋଗ : ଦୁହିଁଙ୍କ ସମୟରେ ଗଢା ହୋଇଥିଲା, ଏବେ ଦୁହେଁ ବସିବେ
- Hits: 547