ହେଡଲାଇନସ୍:

ମାନସିକ ଅନଗ୍ରସର ପିଲାଙ୍କୁ କୋଳେଇ ନେଇ ତଳେ ବସିଗଲେ , ମନଭରି ଅନେକ ଗପିଲେ ମନ୍ତ୍ରୀ ଅଶୋକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ 

ନୂଆପଡ଼ା,(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ମାନବ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ  ଆସିଥିଲେ । ଟ୍ରେନ ଯୋଗେ ସ୍ଥାନୀୟ ରେଲୱେ ଷ୍ଟେସନରେ ପହଂଚି  ଥିଲେ । ବିଜେଡି ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସର୍କିଟ ହାଉସକୁ ଆଣିଥିଲେ ।

ସାଢେ ୧୦ଟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ବିଦ୍ୟାଳୟକୁ ଯାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ବୋଧିତ କରିଥିଲେ । ସ୍କୁଲରେ ମନ୍ତ୍ରୀ ଶ୍ରୀ ପଣ୍ଡା ମାନସିକ ଅନଗ୍ରସର ପିଲାଙ୍କୁ କୋଳେଇଲେ, ଆଉ ସେମାନଙ୍କ ସହ  ତଳେ ବସି ବେଶ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ | ଗତ ୩ ବର୍ଷ ହେଲେ ସ୍କୁଲକୁ ଅନୁଦାନ ବନ୍ଦ ହୋଇ ଯାଇଥିବା ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ତୁରନ୍ତ ସରକାରଙ୍କୁ ଜଣାଇ ସ୍କୁଲକୁ ଅନୁଦାନ ଯୋଗାଇ ଦେବାକୁ ଭୁବନେଶ୍ୱର ଫେରି ପ୍ରଥମ କାମ କରିବି ବୋଲି ପ୍ରତିଶୃତି ଦେଇଥିଲେ । ସେଠାରୁ କାଞ୍ଚନ ଜୟା ରସିକଲାଲ ଢୋଲକିଆ ଜ୍ଞ୍ୟାନ ଜ୍ୟୋତି ସ୍କୁଲକୁ ଯାଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ମନ ଲଗାଇ ପଠ ପଢ ଓ ଜୀବନରେ ବଡ ମଣିଷ ହୋଇ  ଲୋକଙ୍କ ସେବା କରିବାକୁ ଆହ୍ୱାନ କରିଥିଲେ । ମଧ୍ୟାହ୍ନରେ ପତୋରା ସ୍ଥିତ ପ୍ରସିଦ୍ଧ ଯୋଗେଶ୍ୱର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଧର୍ମପତ୍ନୀ ମହାଦେବଙ୍କୁ ଜଳାଭିଷେକ କରିଥିଲେ । ମନ୍ଦିର ପରିସର ବୁଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଖୁସି ପ୍ରକଟ କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ମୁରଲୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ଭାନୁପ୍ରତାସିଂ ଦଣ୍ଡସେନା ପରିଚାଳନା କରିଥିଲେ । ଅପରାହ୍ନରେ ସଦର ବ୍ଲକ କାର୍ଯ୍ୟାଳୟରେ ବିଡିଓ ସୁନିଲ କେର୍କେଟାଙ୍କ ଅଧ୍ୟକ୍ଷତାରେ ନୂତନ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଭତ୍ତା ବଣ୍ଟନ ସମାରୋହରେ ଯୋଗ ଦେଇଥିଲେ । ସେଠାରେ ସଦର ବ୍ଲକର ୩୧୩୬ ଜଣ ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ୭୭ ଜଣ ହିତାଧିକାରୀ ଙ୍କୁ ଭିନ୍ନକ୍ଷମ ଭତ୍ତା , ୫ ଜଣଙ୍କୁ ଟ୍ରାଇ  ସାଇକେଲ ଓ ୨ ଜଣଙ୍କୁ ହୁଇଲ  ଚେୟାର ପ୍ରଦାନ କରିଥିଲେ । ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ବ୍ଲକ ଯୁବନେତା ଟିଟୁ ପଣ୍ଡା, ପୂର୍ବତନ ଯୁବ ବିଜେଡି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଚିନ୍ନିଲାଲ ସାହୁ, ଧନିରାମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ  କିରାଣି ବିଭୁଦତ୍ତ ଯୋଷୀ ମଞ୍ଚ ପରିଚାଳନା କରିଥିଲେ । ଆଜିର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଭୁଗୁଲି ସୁନାନୀ, ବିଜେଡି ନେତା ରମାକାନ୍ତ ଠାକୁର, ଯୁବ ବିଜେଡି ବିଧାନ ସଭା ମଣ୍ଡଳୀ ସଭାପତି ସୁଧିର ମିଶ୍ର, ସଂଜୟ ପ୍ରଧାନ, ରଂଜିତ ସୁନା, ଉପାସୁ ସୁନାନୀ, ମୁକେଶ ସହିସ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault