ହେଡଲାଇନସ୍:

ସୁଧାଂଶୁଙ୍କୁ ଦ୍ୱୈତ ନଗରୀ, ସତ୍ୟଜିତଙ୍କୁ କାରାଗାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପୋଲିସ ମୁଖିଆ ବଦଳିବା ପରେ ଆଶା କରାଯାଉଥିଲା ଯେ ଆଇପିଏସ୍ ସ୍ତରରେ ଅଦଳବଦଳ ହେବ | ଆଉ ତାହା ହିଁ ହେଲା, ନୂଆ ଡିଜି ବି କେ ଶର୍ମା କରିଛନ୍ତି ବଡ ଧରଣର ଅଦଳବଦଳ | ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକା ଦଫାକେ ବଦଳିଛନ୍ତି  ୩୬ ଜଣ ଆଇପିଏସ୍  ଓ ୩  ଓପିଏସ୍  ଅଧିକାରୀ । ସବୁଠାରୁ ବଡ଼କଥା ହେଲା ଦ୍ୱୈତ ନଗରୀ ପୋଲିସ କମିଶନର ଥିବା ୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ବଦଳାଇ ତାଙ୍କ ଜାଗାରେ ୧୯୯୦ ବ୍ୟାଚ ଆଇପିଏସ ସୁଧାଂଶୁ ଷଢଙ୍ଗୀଙ୍କ ପୋଲିସ କମିଶନର ଭବେ ଅବସ୍ଥାପିତ କରାଯାଇଛି | ସତ୍ୟଜିତ ମହାନ୍ତିଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ,କାରାଗାର (ଜେଲ ) ଓ କଏଦୀ ସୁଧାର ଦାୟିତ୍ୱ    ଭାବେ ବଦଳି କରାଯାଇଛି । 

୧୯୯୩ ବ୍ୟାଚ୍ ଆଇପିଏସ୍ ଆର.ପି.କୋଚେଙ୍କୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ନିଯୁକ୍ତି ନିଯୁକ୍ତି ଦିଆଯାଇଛି |   ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଆଇଜି, ଅପରେସନ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ  ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି, ପର୍ସୋନେଲ ଦାୟିତ୍ୱ ଦିଆଯାଇଛି । ଆଶିଷ ସିଂଙ୍କୁ  ଗୁଇନ୍ଦା ଡିଆଇଜି  ଆଶିଷ ସିଂ ହୋଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ।

ଏହାସହିତ ବଦଳିଛନ୍ତି ୧୩ଟି ଜିଲ୍ଲାର ଏସପି | ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମହେନ୍ଦ୍ର ପ୍ରତାପଙ୍କୁ ନିର୍ଦ୍ଦେଶକ, ପ୍ରିଣ୍ଟିଂ ପ୍ରେସ୍ ଆଣ୍ଡ ଷ୍ଟେସନାରୀ, ସଞ୍ଜୀବ ପଣ୍ଡାଙ୍କୁ  ପରିବହନ କମିଶନର,ରାଜେଶ କୁମାରଙ୍କୁ  ନିର୍ଦ୍ଦେଶକ,ଏସସିଆରବି, ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଆଇଜି, ପୂର୍ବାଞ୍ଚଳ, ସତ୍ୟବ୍ରତ ଭୋଇଙ୍କୁ  ଡିଆଇଜି, ଦକ୍ଷିଣାଞ୍ଚଳ,  ହିମାଶୁଂ ଲାଲଙ୍କୁ  ଡିଆଇଜି, ଉତ୍ତରାଞ୍ଚଳ, ସଫିନ୍ ଅହମ୍ମଦ କେ.ଙ୍କୁ  ଡିଆଇଜି, ଦକ୍ଷିଣ-ପଶ୍ଚିମାଞ୍ଚଳ,  ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ  ଡିଆଇଜି, ସିଆଇଡ଼ି, କ୍ରାଇମବ୍ରାଞ୍ଚ, ଘନଶ୍ୟାମ ଉପାଧ୍ୟାୟଙ୍କୁ  ଆଇଜି, ଇଓଡବ୍ଲୁ, ଏନ.ବି.ଭାରଥୀଙ୍କୁ  ଆଇଜି, ଏଚଆରପିସି, ପି.ଏସ୍.ରଣପିସେଙ୍କୁ  ଆଇଜି, ଭିଜିଲାନସ, ରେଖା ଲୋହାନୀଙ୍କୁ ଆଇଜି, ଆଧୁନୀକିକରଣ, ପ୍ରୋଭିଜନିଂ(ଅତିରିକ୍ତ), ଅସିତ୍ କୁମାର ପାଣିଗ୍ରାହୀଙ୍କୁ  ଆଇଜି, ହୋମଗାର୍ଡ, ଅଗ୍ନିଶମ ଏବଂ ବେସାମରିକ,  ଯତୀନ୍ଦ୍ର କୋୟଲ୍- ଆଇଜି, ଏସଏପି ଭାବେ ନିଯୁକ୍ତି ଦିଆଯାଇଛି | 

 ସେହିପରି  ଅନିରୁଦ୍ଧ କୁମାର ସିଂଙ୍କୁ  ଭାରପ୍ରାପ୍ତ ଡିଆଇଜି, ଏସଆଇଡବ୍ଲୁ, . ପରମାର ସ୍ମିତ୍ ପରଷୋତ୍ତମଦାସ- ଏସପି, ମୟୁରଭଞ୍ଜ, ମୁକେଶ କୁମାର ଭାମୁଙ୍କୁ  ଏସପି, କୋରାପୁଟ, ବିନୀତ୍ ଅଗ୍ରୱାଲଙ୍କୁ  ଭାରପ୍ରାପ୍ତ ଏସପି, ନୂଆପଡ଼ା, ସାଗରିକା ନାଥଙ୍କୁ  ଭାରପ୍ରାପ୍ତ ଡିସିପି, ଟ୍ରାଫିକ, ପୁଲିସ କମିଶନରେଟ୍, କନୱର୍ ବିଶାଲ ସିଂଙ୍କୁ  ଏସପି, ସମ୍ବଲପୁର, ଅବିନାଶ କୁମାରଙ୍କୁ ଏସପି, ଇଓଡବ୍ଲୁ, ଭୁବନେଶ୍ୱର, ଖିଲାରି ରିଷିକେଶ ଦ୍ୟାନଦେଓଙ୍କୁ  ଭାରପ୍ରାପ୍ତ ଏସପି, ମାଲକାନଗିରି, ପଦ୍ମିନୀ ସାହୁଙ୍କୁ  ଏସପି, ବରଗଡ଼, ଅଜୟ ପ୍ରତାପ ସ୍ୱାଇଁଙ୍କୁ  ଭାରପ୍ରାପ୍ତ ଏସପି, ଖୋର୍ଦ୍ଧା, ସୁଧାଂଶୁ ଶେଖର ମିଶ୍ରଙ୍କୁ  ଏସପି, କ୍ରାଇମବ୍ରାଞ୍ଚ, କଟକ, ଆର. ପ୍ରକାଶଙ୍କୁ ଏସପି, ଜଗତସିଂହପୁର, ୱାଇ. ରଘୁନାଥ ରାଓଙ୍କୁ  ଭାରପ୍ରାପ୍ତ ଏସପି, ବୌଦ୍ଧ, ଜଗମୋହନ ମୀନାଙ୍କୁ ଏସପି, ଅନଗୁଳ, କେ. ଶିବ ସୁବ୍ରମଣି- ଏସପି, ରାଉରକେଲା, ମିତ୍ରଭାନୁ ମହାପାତ୍ରଙ୍କୁ ଏସପି, କେନ୍ଦୁଝର,  ଡ. ସାର୍ଥକ ଷଡ଼ଙ୍ଗୀ- ଏସପି, ଭିଜିଲାନସ୍, କଟକ, ମଦକାର ସନ୍ଦୀପ ସମ୍ପତଙ୍କୁ  ଏସପି, ବଲାଙ୍ଗୀର ଭାବେ ଅବସ୍ଥାପିତ କରାଯାଇଛି | 

 

 

0
0
0
s2sdefault