ହେଡଲାଇନସ୍:

ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୁତ , ଘଟଣା ସ୍ଥଳରୁ ସ୍ୱାମୀ ମାରିଲା ଚମ୍ପଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ହାଣିଲା ସ୍ୱାମୀ

ରେଢ଼ାଖୋଲ /ଅନୁଗୋଳ(ଯଶୋବନ୍ତ ନାରାୟଣ ସାହୁ)

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍ ବ୍ଲକ୍ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ଘଟିଛି ଅଘଟଣ । ଟାଙ୍ଗିଆ ଚୋଟରେ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ I ସୂଚନା ମୁତାବକ ଗଦାଧରପୁର ଗ୍ରାମର ଶେଷ କୁଦେଇ ଙ୍କ ର ଦୁଇ ଜଣ ସ୍ତ୍ରୀ । ଶେଷ ସବୁବେଳେ ତାଙ୍କର ପ୍ରଥମ ସ୍ତ୍ରୀ ରାସେଶ୍ୱରୀଙ୍କୁ ଅନ୍ୟ ପୁରୁଷ ସହ ସଂପର୍କ ରଖୁଥିବାର ସନ୍ଦେହ କରୁଥିଲେ I ବେଳେ ବେଳେ ଦୁଇ ଜଣଙ୍କ ମଧ୍ୟରେ କଳି ଝଗଡା ମଧ୍ୟ ଲାଗିରହିଥାଏ I ସନ୍ଦେହରେ ଆଜି ରାସେଶ୍ୱରୀ ବାସନ ସଫା କରୁଥିବା ସମୟରେ ପଛ ପଟୁ ଶେଷ ଟାଙ୍ଗିଆ ରେ ତାର ମୁଣ୍ଡ କୁ ଆକ୍ରମଣ କରିଥିଲେ I ଆକ୍ରମଣ ପରେ ଶେଷ , ସେଠାରୁ ଫେରାର୍ ଅଛନ୍ତି I ଘଟଣା ସ୍ଥଳରେ ଆଠମଲ୍ଲିକ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି I

0
0
0
s2sdefault