ହେଡଲାଇନସ୍:

ଡାଡୁମାହା ଘାଟି ତଳକୁ ଖସିଲା ବସ, 30ରୁ ଉର୍ଧ୍ବ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ : କନ୍ଧମାଳ କୋଟଗଡ଼ ଥାନା ଡାଡୁମାହା ଘାଟି ତଳକୁ ଏକ ବସ୍ ଖସିଯାଇଛି ।  ୨୫ ଫୁଟ୍ ତଳକୁ ବସଟି ଖସିଯାଇ ସେଥିରେ ଯାଉଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବସଟି କୋଟଗଡ଼ରୁ ଶ୍ରୀରାମପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।   ପରେ ଆହତଙ୍କୁ ବାଲିଗୁଡା ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଆହାତଙ୍କୁ ଫୁଲବାଣୀ ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିବା ସୂଚନା ମିଳିଛି ।

ଏହି ବସରେ 37 ଜଣ ଯାତ୍ରୀ ଯାଉ ଥିବା. ପ୍ରଶାସନ ପକ୍ଷରୁ ଏକ ପ୍ରେସ ଇସ୍ଥାହାର ମଧ୍ୟମରେ ସୂଚନା ଦିଆ ଯାଇ ଛି । କୋଟଗଡ଼, ତୁମୁଡୀବନ୍ଧର ସମସ୍ତ ଆମ୍ବୁଲାନ୍ସ, 108 ଆମ୍ବୁଲାନ୍ସ, ମୋବାଇଲ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସମସ୍ତ ଡାକ୍ତର ସଜାଗ ଥିବା ସହ ଗୁରୁତର ଆହତଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି  । ବସ ଏକ କଲଭର୍ଟରେ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଜ଼ିଲ୍ଲା ପ୍ରଶାସନ ସୂଚନା ଦେଇଛି.।

0
0
0
s2sdefault