ହେଡଲାଇନସ୍:

ପୁଣି ଏସପି ସାରା ଶର୍ମା ଗାଇଲେ ଗୀତ : ଏଥର ଗୋପାଳ କୃଷ୍ଣ ଗୀତାବଳୀରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି ସନ୍ଧ୍ୟା ପାଳିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ  ସ୍ମୃତି-ସନ୍ଧ୍ୟା  ଗୌରହରି ପାଠାଗାରର  ସଭାଗୃହ ଠାରେ ମହା ସମାରୋହରେ  ପାଳିତ ହୋଇଯାଇଛି  ।

     ସଂସଦର ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ   ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିବା ବେଳେ  ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ଉତ୍କଳ ସଙ୍ଗୀତ  ମହାବିଦ୍ୟାଳୟ ,ଭୁବନେଶ୍ୱରର ବରିଷ୍ଠ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ କର୍ମମୟ ଜୀବନୀର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ବୈଷ୍ଣବ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ତାଙ୍କର ସାହିତ୍ୟ ଓ ସାରସ୍ୱତ ସାଧନା ଓ ପଦ୍ୟାବଳି ଗୁଡ଼ିକ କିଭଳି ସାରା ରାଜ୍ୟର ସାହିତ୍ୟିକ ଓ ସାରସ୍ୱତ ସାଧକ ମାନଙ୍କ ମଧ୍ୟରେ ରୁଦ୍ଧିମନ୍ତ କରି ପାରିଥିଲା ସେ ସମ୍ପର୍କରେ କହିଥିଲେ ।

     ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା କବି ଇଂ.ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ଲିଖିତ ଦୁଇଟି ପୁସ୍ତକ " ବିକ୍ଷୁବ୍ଦ୍ଧ ବିଚୀମାଳା -ବିଭ୍ରଷ୍ଠ ବୋଇତ" ଏବଂ  " ଅସାରେ ଖଳୁ ସଂସାରେ" ଉନ୍ମୋଚନ କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ସଂସଦର କାର୍ଯ୍ୟକାରୀ ସଭାପତି  ଇଂ.ତୀର୍ଥବାସୀ ପଣ୍ଡା , ଉପ-ସଭାପତି ପ୍ରଦୀପ କୁମାର ନାୟକ ଏବଂ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ  ପ୍ରମୁଖ ଯୋଗ ଦେଇ ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ ସାହିତ୍ୟ-କୃତି ଓ ପଦ୍ୟାବଳି  ଗୁଡ଼ିକ କିଭଳି ରାଗ , ଛନ୍ଦ , ଅଳଙ୍କାର , ଯତିପାଦ ପ୍ରଭୃତିରେ ଭରିରହି ମୁଖ୍ୟତଃ ରାଧାକୃଷ୍ଣ-  ପ୍ରେମଲୀଳା ଉପରେ ଆଧାରିତ ରହୁଥିଲା  କହି ଏବଂ ଏହାର ପ୍ରଚାର ପ୍ରସାର ଦିଗରେ ସରକାରୀ ସ୍ତରରେ  ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ କଲେଜ ସ୍ତର ପାଠ୍ୟ-ବିଷୟ ରଖାଯିବା ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ ।

     ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ଦେବା ସହ ବିବରଣୀ କହିଥିଲେ ।  ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ  ପଦ୍ୟାବଳୀ ଓ ଓଡ଼ିଶୀ କଣ୍ଠ ସଙ୍ଗୀତ  ପ୍ରତିଯୋଗିତାର  କୃତି ପ୍ରତିଯୋଗୀ  ମାନଙ୍କ  ସଂସଦର ସଭାପତି ଶ୍ରୀ ଦାସ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ  ସଂସଦର କାର୍ଯ୍ୟକାରୀ ସମ୍ପାଦକ-ରାଜେନ୍ଦ୍ର କୁମାର ରଥ  ପରିଚାଳନା କରିଥିବା ବେଳେ ସଂଗୀତ ବିଦ୍ୟାଳୟର ସମ୍ପାଦକ କୁଞ୍ଜବିହାରୀ ବଡ଼କୁମାର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

   ଶେଷରେ  ବୈଷ୍ଣବ କବି ଗୋପାଳ-କୃଷ୍ଣଙ୍କ ରଚିତ ପଦ୍ୟାବଳିରୁ ଆଧାର କରି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଉତ୍କଳ ସଂଗୀତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ,  ଗୁରୁ ରଘୁନାଥ ପାତ୍ର ,  ଗୁରୁ ବିଜୟ କୁମାର ପ୍ରଧାନ , ଶର୍ମିଲା ସାମନ୍ତରାୟ ଓ ଭକ୍ତି ସଂଗୀତ ସଂସଦର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରିଥିଲେ ।ସଂସଦର ବରିଷ୍ଠ ସଦସ୍ୟ ମନୋଜ କୁମାର ପାଢ଼ୀ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ।

 

0
0
0
s2sdefault