ହେଡଲାଇନସ୍:

ପ୍ରେମର ଛଳନା ପରେ ପ୍ରତାରଣା : ଜେଲ ଗଲେ ଯୁବକ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୁବନେଶ୍ୱରପୁର ଗ୍ରାମର ବଲ୍ଲଭ ସିକାଙ୍କର ସେହି ଗ୍ରାମର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନେ ବଲ୍ଲଭ ଉକ୍ତ ଯୁବତୀ କୁ ବାହାହେବାର ପ୍ରଲୋଭନ ଦେଖାଇ ଛତିଶଗଡ଼ ର ରାୟପୁର କୁ ନେଇଯାଇଥିଲା । ରାୟପୁର ରେ ପ୍ରାୟ ଦେଢ଼ ମାସ କାଳ ଉକ୍ତ ଯୁବତୀ ସହିତ ଏକସାଙ୍ଗରେ ରହିବା ସହ ଯୁବତୀ କୁ ବାଧ୍ୟ କରି ତାକୁ ଶାରୀରିକ ଶୋଷଣ କରୁଥିଲା । ଯୁବତୀ ଜଣକ ବାହା ହେବା ପାଇଁ କହିବାରୁ ତାକୁ ମାରପିଟ କରୁଥିଲା । ଗତ କିଛି ଦିନ ବଲ୍ଲଭ ଯୁବତୀ ଜଣକୁ ଧରି ଟ୍ରେନ ରେ ଫେରୁଥିବା ବେଳେ ଯୁବତୀଙ୍କୁ ଟ୍ରେନରୁ ଧକ୍କା ଦେଇ ମାରି ଦେବାର ଉଦ୍ୟମ କରିଥିଲେ । ନିଜ ଉଦ୍ୟମରେ ଅସଫଳ ହେବାରୁ ବଲ୍ଲଭ ଟେନରେ ଯୁବତୀଙ୍କୁ ଛାଡି ଫେରାର ହେଇଯାଇଥିଲେ । ଯୁବତୀ ଜଣକ କୋଣସି ମତେ ପାଇକମାଲ ପହଂଚିବା ପରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ସବୁ କଥା କହିବା ସହିତ ଲିଖିତ ଅଭିଯୋଗ କରିଥିଲେ । ପିଡ଼ିତା ଙ୍କର ଅଭିଯୋଗ ମୁତାବକ ବହୁ କଷ୍ଟରେ ପାଇକମାଲ ପୋଲିସ ବଲ୍ଲଭ କୁ ଧରିବାରେ ସକ୍ଷମ ହେଇଥିଲା । ଆଜି ପାଇକମାଲ ପୋଲିସ  ବଲ୍ଲଭ ଓ ପିଡ଼ିତା ଙ୍କର ଡାକ୍ତରୀ ମୁଆଇନା କରାଇବା ପରେ ବଲ୍ଲଭ କୁ ପାଇକମାଲ ଥାନା କେଶ ନମ୍ବର 144/2019 ଧାରା 417 , 376 , 323 , ଓ 506 ଅନୁଯାଇ କୋର୍ଟ ରେ ହଜାର କରିଥିଲା । କୋର୍ଟ ରେ ଅଭିଯୁକ୍ତ ର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲକୁ ପଠେଇ ଦିଅ ଯାଇଛି । ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ସବ ଇନ୍ସପେକ୍ଟର ଶ୍ରୀ ବିପିନ ବାଗ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

0
0
0
s2sdefault