ହେଡଲାଇନସ୍:

ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ବିଧାୟକ ଶ୍ରୀ ମିତ୍ର ଗତ କିଛି ଦିନ ହେଲା ମୁମ୍ବାଇର କୋକିଳାବେନ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ  କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ହସପିଟାଲକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । 

ଶ୍ରୀ ମିତ୍ରଙ୍କ ଚିକିତ୍ସାଲାଗି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯବି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ବିଧାୟକ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରିବା ସହିତ ଓଡିଶାର ଗରିବ ରୋଗୀମାନେ ଯେଭଳି ମୁମ୍ବାଇର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଲିଳାବତୀ କୋକିଳାବେନ୍ ଓ ଟାଟା ମେମୋରିଆଲ ଭଳି ହସପିଟାଲ ଗୁଡିକୁ ଅନୁଧ୍ୟାନ କରିଛନ୍ତି । ଗତକାଲି ସେ ପ୍ରଖ୍ୟାତ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମୁମ୍ବାଇର ପୁର୍ବତନ ପୁଲିସ୍ କମିଶନର ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ଓ ଯୁବ ସମାଜସେବୀ ସୁରେନ୍ଦ୍ରନାଥ ମହାପାତ୍ର ମଧ୍ୟ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିଛନ୍ତି ।

0
0
0
s2sdefault