ହେଡଲାଇନସ୍:

ବିଧାୟକ ଅଧିରାଜଙ୍କୁ ମହିଲା ଡିଗ୍ରୀ କଲେଜ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ମହିଲା ଡିଗ୍ରୀ କଲେଜ ତରଫ ରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଏହାପରେ ବିଧାୟକଙ୍କ ନବନିର୍ମିତ ମହାବିଦ୍ୟାଳୟ ବିଲଡିଂ  ପରିଦର୍ଶନ ପରେ ବୃକ୍ଷ ରୋପଣ କରିଛନ୍ତି ।

ଏକ ଭବ୍ୟ ସମାରୋହରେ ନବନିର୍ବାଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରିବା ଅବସର ରେ ମହାବିଦ୍ୟାଳୟ ପରିଚାଳନା କମିଟିର ଉପସ୍ଥିତି ସହ ସମସ୍ତ ବିଦ୍ୟାର୍ଥୀଙ୍କ ଉପସ୍ଥିତି ଏକ ସୁନ୍ଦର ସୌହାର୍ଦ୍ୟ ପୂର୍ଣ ପରିବେଶ ସୃଷ୍ଟି କରିଥିଲା । ଶ୍ରୀ ପାଣିଗ୍ରାହୀ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଏବଂ ଅଂଚଳ ରେ ଶିକ୍ଷା ର ବିକାଶ ତଥା ଉନ୍ନତି ରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ନେବ ବୋଲି ଆଶା ପ୍ରକଟ କରିଥିଲେ । ପରିବେଶ ସୁରକ୍ଷା ଏବଂ ସୁସ୍ଥ ପରିବେଶ ଗଠନ କୁ ମହତ୍ଵ ଦେବାକୁ ଯୁବ ପିଢ଼ି କୁ ଅନୁରୋଧ କରିଥିଲେ ଏବଂ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ପାଣିଗ୍ରାହୀ ବୃକ୍ଷରୋପଣ ମଧ୍ୟ କରିଥିଲେ ।

0
0
0
s2sdefault