ହେଡଲାଇନସ୍:

ରିଲିଫ ଓ ଥଇଥାନ ପାଇଁ ନରସିଂହ ଦାବି କଲେ ୧୦୦୦ କୋଟି ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବନ୍ୟା ବିତ୍ପାତ : ବଲାଙ୍ଗିରରେ ରାଜସ୍ୱ ମନ୍ତ୍ରୀ ଓ ଏସଆରସି କଲେ ସମୀକ୍ଷା  

ବଲାଙ୍ଗୀର(ନିରୋଜ ମିଶ୍ର)- ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ହୋଇଯାଇଥିବା ଭୟଙ୍କର ବନ୍ୟାରେ ଲୋକେ ନାଇଁ ନ ଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ଏ ସବୁର ସମୀକ୍ଷା, ଲୋକେ ଠିକ୍ ହିସାବରେ ପୁର୍ନବାସ ଓ ଥଇଥାନ ହୋଇ ପୁଣି ସାଧାରଣ ଜିବନଜାପନକୁ ଫେରିପାରିବେ ସେ ଉପରେ ବଲାଙ୍ଗିରରେ ଏକ ସମୀକ୍ଷା ବୈଠକ ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପସ୍ଥିତିରେ ହୋଇଯାଇଛି । ବଲାଙ୍ଗିର ନିର୍ବାଚନ ମଣ୍ଡଳି, ବିଶେଷ କରି ବଲାଙ୍ଗିର ମ୍ୟୁନିସିପାଲିଟିରେ ରେକର୍ଡ ପରିମାଣର ୫୫୫ ମି.ଲି. ବର୍ଷା ବଲାଙ୍ଗିର ସହରକୁ ପୁରା ଧ୍ୱସ୍ତ ବିଧ୍ୱସ୍ତ  କରିଦେଇଛି । ବନ୍ୟା ପଡିତ ଲୋକଙ୍କୁ ସମ୍ପୁର୍ଣ୍ଣ ସହାୟତା ପାଇଁ ତଥା ଅଞ୍ଚଳର ଗମନା ଗମନ, ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁର୍ନଉଦ୍ଧାର ପାଇଁ ଆଜିର ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ସରକାରଙ୍କ ନିକଟରେ ୧୦୦୦ କୋଟି ଟଙ୍କା ଦାବି ଜଣାଇଛନ୍ତି । ସେ କହିଛନ୍ତି ବଲାଙ୍ଗିର ସହର ତଥା ଦେଓଗାଁ, ବଲାଙ୍ଗିର ବ୍ଲକ ଅଞ୍ଚଳରେ ରେକର୍ଡ ପରିମାଣର ୮୦୦ ମି.ଲି. ରୁ ଉଦ୍ଧ୍ୱର୍ ବର୍ଷା ଏବଂ ତାହା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଏ ଅଞ୍ଚଳର ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ପ୍ରତ୍ୟେକ ଅଞ୍ଚଳ ଦେଓଗାଁ ହେଉ କି ବଲାଙ୍ଗିର ବ୍ଲକ ହେଉ କି ପୁଇଁନ୍ତଲା ବ୍ଲକ ହେଉ ସହରରୁ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ଅଛି । ରୋଡ ରାସ୍ତାର ପୁର୍ନନିର୍ମାଣ ଭାଙ୍ଗିଯାଇଥିବା ବାସଗୃହ ଏ ସବୁ ପୁନଃନିର୍ମାଣ ପାଇଁ ସରକାର ତଥା ଆଜିର ବୈଠକରେ ଉପସ୍ଥିତ ଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମରାଣ୍ଡି ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠି ଗୁରୁତର ସହିତ ଆମର ଦାବି ୧୦୦୦ କୋଟି ଟଙ୍କାର ମଞ୍ଜୁର ଦିଗରେ କାମ କରିବେ ବୋଲି ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି । ଆଜିର ବୈଠକରେ ଉପସ୍ଥିତ ଥିବା  ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ  , ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ ମେହେର , କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା  ପ୍ରମୁଖ ରିଲିଫ କାର୍ଯ୍ୟକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସରକାର ବନ୍ୟା ପଡିତଙ୍କ ପାଇଁ ୭ ଦିନ ଗରମ ରନ୍ଧା ଖାଦ୍ୟ ବନ୍ଦୋବସ୍ତ  କରିବା ପାଇଁ ନିର୍ଦ୍ଦେଶ  ଦେଇଥିବା ବେଳେ ବିଭିନ୍ନ ଜାଗାରେ ରନ୍ଧାଖାଦ୍ୟ ସେଣ୍ଟର ଗୁଡିକ ବନ୍ଦ ଥିବାରୁ ସେ ଉପରେ ଉପସ୍ଥିତ ସାଂସଦ ବିଧାୟକମାନେ କ୍ଷୋଭ ପ୍ରକାଶ କରିଥିଲେ । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଜିଲ୍ଲା ପ୍ରଶାସନକୁ କହିଥିଲେ ଯାହା ହୋଇପାରିନାହିଁ ସେ ବାବଦରେ ଆଲୋଚନା ନ କରି ବର୍ତ୍ତମାନ ଅସୁବିଧା ଥିବା ଲୋକ ଯେପରି ଆଗକୁ ଯେପରି କୌଣସି  ପ୍ରକାର ରିଲିଫକୁ ନେଇ ଅସୁବିଧା ଭୋଗ ନ କରିବେ ସେ ଉପରେ ଜିଲ୍ଲା ପ୍ରଶାସନ ଏବଂ ସରକାର କାମ କରନ୍ତୁ । ବୈଠକ ଆରମ୍ଭରୁ ଜିଲ୍ଲାପାଳ ଶ୍ରୀ ଡାକୁଆ ପ୍ରବଳ ବନ୍ୟା ପରେ ପରେ ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଉପସ୍ଥିତ ଥିବା ଜନପ୍ରତିନିଧି ଅଧିକାରୀମାନଙ୍କୁ ସୁଚନା ଦେଇ ଥିଲେ । ବୈଠକରେ ଗତ ବର୍ଷ ଫସଲ ବୀମାରେ ଥିବା ଅନିୟମିତତାକୁ ନେଇ ଆଲୋଚନା ହୋଇଥିଲା । ଜିଲ୍ଲାପାଳ କହିଥିଲେ ଏପରି ଅଚାନକ ଏବଂ ଏତେ ପରିମାଣର ବର୍ଷା ବଲାଙ୍ଗିର ଇତିହାସରେ ପ୍ରଥମ । ଏଭଳି ଏକ ପରିସ୍ଥିତିରୁ ମିକୁଳିବା ପାଇଁ ବଲାଙ୍ଗିରବାସୀ, ସ୍ୱେଚ୍ଛାସେବୀ ତଥା ସ୍ଥାନୀୟ ନେତୃତ୍ୱଙ୍କ ସହଯୋଗ ପାଇଁ ପ୍ରଶାସନ ବନ୍ୟା ବିତ୍ପାତକୁ ଠିକ୍ ହିସାବରେ ମୁକାବିଲା  କରିପାରିଥିଲା । ବୈଠକରେ ନରସିଂହ ମିଶ୍ରଙ୍କ ସହିତ ସାଂସଦ ସଂଗୀତା ସିଂଦେଓ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସରୋଜ ମେହେର, ବିଧାୟକ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଟୁକୁନି ସାହୁ  ଏବଂ ଜିଲ୍ଲା ପରିଷଦ ସଭାପତି ପ୍ରମୁଖ ବଲାଙ୍ଗିର ଜିଲ୍ଲାରେ ଘଟିଯାଇଥିବା ଏହି ବନ୍ୟା ବିତ୍ପାତରୁ ଲୋକଙ୍କୁ ମୁକୁଳେଇବା ପାଇଁ ସରକାର ଏବଂ ଅଧିକାରୀମାନେ ସକାରତ୍ମକ ମନୋଭାଗ ନେଇ କାମ କରିବାକୁ ଅନୁରୋଧ କରିଥିଲେ । ସମିକ୍ଷା କରୁଥିବା ରାଜସ୍ୱ ରିଲିଫ କମିଶନର ବିଷ୍ଣୁପଦ ସେଠି ଜନପ୍ରତିନିଧିମାନଙ୍କର ଦାବି, ଅଭିଯୋଗ ତଥା  ପ୍ରସ୍ତାବକୁ ସାକାରତ୍ମକ ଭାବରେ ନେଇ ପ୍ରତ୍ୟେକ ବନ୍ୟା ପିଡିତ ସରକାରୀ ସହାୟତାରୁ ବଂଚିତ  ନ ହେବେ ସେ ଉପରେ ସଜାଗ ରହିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

 

0
0
0
s2sdefault