ହେଡଲାଇନସ୍:

ବ୍ଲକ ପ୍ରଶାସନର ଲାଞ୍ଚଖୋର ମାନସିକତାକୁ ବରଦାସ୍ତ କରିବ ନାହିଁ ଦଳିତ ଅଧିକାର ମଞ୍ଚ : 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଳିତ ଅଧିକାର ମଞ୍ଚ ପକ୍ଷରୁ ବ୍ଲକସ୍ତରୀୟ ସଭା 

ନୂଆପଡା /ପ୍ରିୟବ୍ରତ ପଣ୍ଡା : ବୋଡ଼େନଠାରେ ଦଳିତ ଅଧିକାର ମଞ୍ଚର ଜିଲ୍ଲା ସଭାପତି କମଲ ଚରଣ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଏକ ବ୍ଲକ୍ ସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମାଜସେବୀ ତଥା ଆମ୍ବେଦକରବାଦୀ ନେତା ଶ୍ରୀମାନ ଉପେନ୍ଦ୍ର ନାଗ ସଭାପତିତ୍ୱ କରିଥିଲେ ।ବ୍ଲକର ପ୍ରତ୍ୟେକ ପଞ୍ଚାୟତରୁ ପ୍ରତିନିଧି ଯୋଗଦାନ କରିଥିଲେ। ନିଜ ନିଜ ପଞ୍ଚାୟତ ସ୍ତରରେ ଥିବା ସମସ୍ୟା ଓ ତାର ସମାଧାନ ନିମନ୍ତେ ବିଚାର ଆଲୋଚନା ହୋଇଥିଲା ।ପ୍ରତ୍ୟେକ ଗାଆଁ ରେ ସଚେତନତା ଅଭିଯାନ ଆରମ୍ଭ କରାଯିବା ସହିତ ବୋଡେନ ବ୍ଲକ ରେ ଯେଭଳି ଭାବରେ ସାଧାରଣ ଜନତାଂକୁ ଶୋଷଣ କରାଯାଉଛି,ଗରିବ ଲୋକ ମାନଂକର କୌଣସି କାମ ବିନା ଲାଂଚ  ରେ ହେଉନାହି,ଏହାକୁ ଦଳିତ ଅଧିକାର ମଂଚ ନିନ୍ଦା କରୁଛି । ଏବଂ ବ୍ଲକ ପ୍ରଶାସନକୁ ଚେତାବନୀ ଦିଆଯାଉଛି ଯେ ଆଗାମୀ ଦିନରେ ଏହିପରି ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହି ।ହାସ୍ପିଟାଲ୍ ର ସମସ୍ୟା,ରାସ୍ତା,ପାଣି,ବିଜୁଳିର ସମସ୍ୟା ଉପରେ ଆଲୋଚନା କରି ସମାଧାନ କରିବାପାଇ ଆନ୍ଦୋଳନ କରାଯିବ ।ଏତଦବ୍ୟତୀତ ଦଳିତ ଅଧିକାର ମଞ୍ଚର ବ୍ଲକ ସ୍ତରୀୟ ସମିତି ଗଠନ କରାଯାଇଛି। ଏହି ସମିତିର ସଭାପତି ଭାବେ ଶ୍ରୀ ବେଣୁଧର ଜଗତ,ଉସଭାପତି ଭାବେ ଶ୍ରୀ ବିଭିଷଣ ଦୀପ , ସଂପାଦକ ଭାବେ ଶ୍ରୀ ଧିରେନ୍ଦ୍ର ଜଗତ, ଓ ଅନ୍ୟାନ୍ୟ ସଭ୍ୟ ଇତ୍ୟାଦିଙ୍କୁ ମନୋନୀତ କରାଯାଇଛି।ସଭା ଶେଷରେ ଧନ୍ୟବାଦ ଭୁପତି ଦୁରିଆ ଦେଇଥିଲେ ।ରୁପସିଂ ଦୀପ,ବେଣୁଧର ଜଗତ,ଲିଂଗରାଜ ଜଗତ,ବୈଷ୍ଣବ ଦୁରିଆ,କୃଷ୍ନ ଦୀପ,ଦିଲିପ ଜଗତ,ତୁଳସୀ ବାଗ,ହରିଗୁଣ ବାଗ,ପ୍ରମୋଦ ବାଗ,ଚିତମନ,ଜିତେନ୍ଦ୍ର ଜଗତ,ଜଗେଶ୍ୱର ଜଗତ,ତପେଶ୍ୱର ଜଗତ,ମାୟାଧର,ଡୋଲାମଣି ଜଗତ,ପ୍ରମୋଦ ନାଗ,ଜୟରାମ ଦୀପ,କଲକୀ ଜଗତ,ମଧୁସୁଦନ ଜଗତ,ତୁଲସିରାମ ସଗରିଆ,ଅର୍ଜୁନ ଜଗତ,କୃଷ୍ନ ଦୀପ,ଉପସ୍ଥିତ ଥିଲେ ।

0
0
0
s2sdefault