ହେଡଲାଇନସ୍:

ବର୍ଷା ଧୋଇନେଲା ରାସ୍ତା,ଗାଁକୁ ଯାତାୟତ ଠପ୍ : ତୁରନ୍ତ ମରାମତି ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ରବିବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ରେଢ଼ାଖୋଲ ସବ୍ଡିଭିଜନ ନାକଟିଦେଉଳ ବ୍ଲକ ଶିମିଳିପାଳ ଗାଁ କୁ ଯାଇଥିବା RD ରାସ୍ତା ଧୋଇ ହୋଇଯାଇଛି I ଏହି ରାସ୍ତା ଦେଇ ଶିହିଳିଆ ,ଶରଧାପୁର , ବନ୍ଧୁପାଲି ଓ ଶିମିଳିପାଳ ଲୋକେ ଯାତାୟତ କରିଥନ୍ତି I ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଥିବା ଏକ ଛୋଟ କଲଭଟ୍ ଉପରେ ୩/୪ଫୁଟ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହୋଇଥାଏ I ଫଳରେ ଏହି ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ଯୋଗାଯୋଗ ବିଛିନ୍ନ ହୋଇଯାଏ I ରବିବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାରେ ଥିବା କଲଭଟ୍ ସାଇଡରୁ ମାଟି ଅତଡା ସବୁ ଧୋଇ ନେଇ ବଡଘାଇ ସୁଷ୍ଟି ହୋଇଛି I ବିଭାଗ ଏଥିପ୍ରତି ଦୁଷ୍ଟି  ଦେଇ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି I

0
0
0
s2sdefault