ହେଡଲାଇନସ୍:

ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବରିଷ୍ଠ ସାମ୍ବଦିକ ତଥା ରାଜନୈତିକ ଭାଷ୍ୟକାର ରଣଜିତ୍ ଗୁରୁ ଓ ଦୂରଦର୍ଶନର ସମ୍ବାଦ ପାଠିକା ନୀଳିମା ଶର୍ମା ଙ୍କର ଅକାଳ ବିୟୋଗରେ ରେଢ଼ାଖୋଲ ଉପଖଣ୍ଡ ସାମ୍ବଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି I ସଂଘ ର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ଆଜି ସନ୍ଧ୍ୟା ୬ ଟାରେ ସ୍ଥାନୀୟ ପିଡବ୍ଲୁଡି ବଙ୍ଗଳା ଠାରେ ଆୟୋଜିତ ଏକ ଶୋକସଭାରେ ଉଭୟ ଙ୍କ ପାଇଁ ୨ମିନିଟ୍ ନିରବପ୍ରାର୍ଥନା ସହିତ ତାଙ୍କର ସ୍ରୁତିଚାରଣ କରାଯାଇଥିଲା I ଏଥିରେ ସାମ୍ବାଦିକ ଜୟନ୍ତ ଖଡିରତ୍ନ ,ଶରତ ପ୍ରଧାନ,ପରୀକ୍ଷିତ ଦାସ,ଶଙ୍କର ପୁଷ୍ଟି ,ଜିତେନ୍ଦ୍ର ସାହୁ ,ରବିନ୍ଦ୍ର ପ୍ରଧାନ ,ସରୋଜ କୁମାର ସାହୁ ,ଅରୁଣ କୁମାର ପ୍ରଧାନ ,ଯଶୋବନ୍ତ ନାରାୟଣ ସାହୁ ,ନିଗମାନନ୍ଦ ସାହୁ ପ୍ରମୁଖ ସାମ୍ବାଦିକ ଦ୍ୱୟଙ୍କ ସଂପର୍କରେ ସ୍ରୁତିଚାରଣ କରିଥିଲେ I ଶେଷରେ ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault