ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ପରିସରସ୍ଥିତ ଶ୍ରୀଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକୋତ୍ସବ ମଙ୍ଗଳବାର ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱ ଶାନ୍ତି ଓ ଜଗତ କଲ୍ୟାଣ କାମନାରେ ମନ୍ଦିର ପରିସରରେ ବେଦମନ୍ତ୍ର ଧ୍ୱନି ମଧ୍ୟରେ ହୋମଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଓଡ଼ଗାଁ ଥାନାର ଆଇଆଇସି ସତ୍ୟନାରାୟଣ ବାରିକ ହୋମଯଜ୍ଞର କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ବାର୍ଷିକୋତ୍ସବରେ ନୟାଗଡ଼ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ପବିତ୍ର ମୋହନ ସେଠୀ ଏବଂ ଶରଣକୁଳ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ରହି ତ୍ରିନାଥ ଜିଉଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ। ଉତ୍ସବରେ ଥାନା କର୍ମଚାରୀ, ସାମ୍ବାଦିକ, ସ୍ଥାନୀୟ ଜନସାଧାରଣ ଓ ବହୁ ଭକ୍ତଙ୍କ ସକ୍ରିୟ ସହଯୋଗରେ ଧାର୍ମିକ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ବାର୍ଷିକୋତ୍ସବକୁ ନେଇ ସମଗ୍ର ଥାନା ପରିସରରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ରାଜ୍ୟ
ଆଦର୍ଶ ଥାନା ପରିସରରେ ତ୍ରିନାଥ ଜିଉଙ୍କ ବାର୍ଷିକୋତ୍ସବ ପାଳିତ
- Hits: 26







