ହେଡଲାଇନସ୍:

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା:ଆହତ ଗାଈକୁ ଚିକିତ୍ସା କଲେ ସ୍ଥାନୀୟ ଯୁବକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଖବର ପାଇ ପହଁଚିଲେ ଉପଜିଲ୍ଲାପାଳ

ବରଗଡ / ପଦ୍ମପୁର ( Gouranga Das )ଆଜି ବିଳମ୍ୱିତ ରାତି ପଦ୍ମପୁର କଲେଜ ରୋଡ଼ରେ ଏକ କାର ଗୋଟେ ଗାଈକୁ ଧକ୍କା ମାରି ଚାଲିଯାଇଥିଲା । ଗାଈ ଟି ଗୁରୁତର ଅବସ୍ଥାରେ ପଡିଥିବା ଦେଖି କିଛି ସ୍ତାନୀୟ ଯୁବକ ତୁରନ୍ତ ଗାଈ ପାଖକୁ ପହଂଛି ବିଳମ୍ବ ନକରି ତାର ପ୍ରାଥମିକ ଉପଚାର ଆରମ୍ବ କରି ପ୍ରାଣୀ ଚିକିତ୍ସାଳୟ କୁ ଫୋନ କରିଥିଲେ । ପ୍ରାଣୀ ଚିକିତ୍ସାଳୟ ରୁ କୋଣସି ଉତ୍ତର ନ ମିଳିବାରୁ ସେମାନେ ବାଧ୍ୟ ହେଇ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ।ଉପଜିଲ୍ଲାପାଳ ଘଟଣାର ଖବର ପାଇବା ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳକୁ ପହଂଛି ପ୍ରାଣୀ ଚିକିତ୍ସାଳୟ କୁ ଫୋନ କରି ଥିଲେ ଓ ଗାଈ ର ଆବଶ୍ୟକ ଚିକିତ୍ସା ନିମନ୍ତେ ନିର୍ଦେଶ ଦେଇଥିଲେ । ତେବେ ଏହା ପୂର୍ବରୁ ସ୍ତାନୀୟ ଯୁବକ ବନ୍ଧୁ ମାନେ ନିଜର ସାଧ୍ୟ ମତେ ବହୁ ପରିଶ୍ରମ କରି ଗାଇଟିର ଚିକିତ୍ସା କରିଥିଲେ । ଆହତ ଗାଈ ଟିର ଜଗଦୀଶ ହାତୀ , ଲଳିତ , ଦୀପକ ଟିବାରି , ପ୍ରଭୁଦତ୍ତ ପଣ୍ଡା , ତାପସ ନାୟକ , ଡିଲେଶ୍ୱର ବାଗ , ଆଶିଷ ନାଥ , ଚିନୁ ପଣ୍ଡା , ପିଣ୍ଟୁ ଦୋର।,ଅନୀଲ ଦୋରା ପ୍ରମୁଖ ଯତ୍ନେଇଥିଲେ ।

0
0
0
s2sdefault