ହେଡଲାଇନସ୍:

ମୋବାଇଲର ବ୍ୟାଟେରୀ ବ୍ଲାଷ୍ଟରେ ନାବାଳକ ଗୁରୁତର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚିଂଦେଇକେଲା ପଞ୍ଚାୟତ ମାଲପଡା ଗ୍ରାମର ମଧୁବନ ଭୋଇ ଙ୍କର ପୁଅ ଆଜି ସନ୍ଧ୍ୟାରେ ଏକ ମୋବାଇଲ ଧରି ଖଳୁଥିବା ସମୟରେ ମୋବାଇଲ ର ବେଟ୍ରି ରେ ବ୍ଲାଷ୍ଟ ହେବାରୁ ମହୁବନ ଙ୍କର 12 ବର୍ଷର ପୁଅ ପବିତ୍ର ଭୋଇ ଗୁରୁତର ଆହତ ହୋଇଛନ୍ତି । ପବିତ୍ରର ଦୁଇ ହାତ କ୍ଷତିଗ୍ରସ୍ତ ହେଇଥିବା ବେଳେ ଦେହସାରା ଖଣ୍ଡିଆ ଖାବରା ହେଇ ଯାଇଛି । ପଵିତ୍ରକୁ ତାଙ୍କ ଘର ଲୋକେ ପ୍ରଥମେ ନୂଆପଡା ଜିଲ୍ଲା ଚିକିତ୍ସାଲୟକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରାଯାଇଛି ।।।

0
0
0
s2sdefault