ହେଡଲାଇନସ୍:

ଗତ ୮ ଦିନ ତଳ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     ଜୋର ଧରିଛି : ୧୫ ପ୍ରତିଶତ ବିଲ ଏବେ ମଧ୍ୟ ପଡିଆ ପଡ଼ିଛି

     ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲାରେ ଗତ ୮ ଦିନ ତଳେ  ଭଲ ଟିକିଏ ଲଗାଣ ବର୍ଷା ହେବା ଫଳରେ  ଚାଷୀକୁଳ ବିଲ ମୁହାଁ ହେବା ସହ ଚାଷ-ବାସ କାର୍ଯ୍ୟ ଜୋର ଧରିଛି । ହେଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆହୁରି ପ୍ରାୟ ୧୫ ପ୍ରତିଶତ ଚାଷ ବିଲ ପଡିଆ ପଡ଼ିଛି , ଏମିତିକି ସେହି ଚାଷ ବିଲରେ ମାଟି ଚସିବା ପାଈଁ ଏ ପର୍ଯ୍ୟନ୍ତ ହଳ-ଲଙ୍ଗଳ ମଧ୍ୟ ବୁଲି ନ ଥିବା ଦେଖାଯାଇଛି ।

    ଜିଲ୍ଲାରେ ଜୁଲାଇ ମାସରେ କିଛିଟା ଭଲ ବର୍ଷା ହୋଇଥିଲା ।ଏମିତିକି ସ୍ଵାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହୋଇଥିଲା , ହେଲେ ଏହି ବର୍ଷା ଜିଲ୍ଲାର ଅଧିକ ଚାଷ-ବହୁଳ କାଶୀନଗର , ଗୋଷାଣୀ , ଓ ମୋହନା ବ୍ଲକ ଅଞ୍ଚଳ ସମେତ ପାରଳାଖେମୁଣ୍ଡି  ଅଞ୍ଚଳରେ ପ୍ରାୟ ୨୨ ପ୍ରତିଶତ କମ ବର୍ଷା ହୋଇଥିଲା ।

     ଜୁନ ମାସରେ ସ୍ଵାଭାବିକ ଠାରୁ ଢେର କମ ବର୍ଷା ହୋଇଥିଲେ ମଧ୍ୟ  ଚାଷୀକୁଳ ଜୁଲାଇ ମାସର ବର୍ଷାକୁ ଦେଖି ଏବଂ ଆଗକୁ ଆହୁରି ଭଲ ବର୍ଷା ହେବା ଜାଣି ଚାଷ କାର୍ଯ୍ୟ ପାଈଁ ଋଣ-କରଜ କରି ଚାଷ କାର୍ଯ୍ୟ ଜୋରରେ ଆରମ୍ଭ କରି ଦେଇଥିଲେ । ତଳି ଲଗାଇ ବିଲର ମାଟି ଚଷୀ ବର୍ଷା ପାଈଁ ଚାଷୀକୁଳ କେବଳ ମେଘ ଉପରକୁ ଚାହିଁ ରହିଛନ୍ତି । କିନ୍ତୁ ବର୍ଷାର ଦେଖା ମିଳେନି  । ଏଭଳି କିଛିଦିନ ଧରି ବର୍ଷା ନ ହେବା ଫଳରେ  ଚାଷଜମି ଗୁଡ଼ିକ ଅଭାବୀ ବର୍ଷା ଓ ଅତ୍ୟଧିକ ଖରାରେ ମାଟି ଫାଟିଯିବା ସହ ଲଗାଇଥିବା ତଳି ପ୍ରାୟ ପୋଡି ହଳଦିଆ ପଡ଼ି ଯାଇଥିଲା। ଅଗଷ୍ଟ ମାସର ୪ ତାରିଖ ପର୍ଯ୍ୟନ୍ତ ଚାଷୀକୁଳ ଏଭଳି ଅଭାବି ବର୍ଷା ପରିସ୍ଥିତିର ସମ୍ମୁଖିନ ହେଉଥିବା ବେଳେ ପୁଣି  ଇନ୍ଦ୍ରଦେବଙ୍କ ଆଶୀର୍ବାଦ ସ୍ୱରୂପ ଜିଲ୍ଲାବ୍ୟାପି ୩ ଦିନ ଧରି ଲଗାଣ ବର୍ଷା ହେଇଥିଲା  ଏବଂ ଏହି ବର୍ଷା ଅଧିକ ନ ହେଲେ ମଧ୍ୟ ନିଅଣ୍ଟିଆ ସ୍ଵାଭାବିକ ବର୍ଷା ପରିମାଣର  କିଛିଟା ଭରଣା ହୋଇଥିଲା ।ଏହି ବର୍ଷାରେ ହିଁ ଚାଷୀକୁଳ ଆସ୍ୱସ୍ତି ଲାଭ କରି ବିଲମୁହାଁ ହୋଇ ଚାଷ କାର୍ଯ୍ୟକୁ ଆଗେଇ ନେଇ ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ହେକ୍ଟର ଚାଷ ଜମିରେ ଚାଷକାର୍ଯ୍ୟ ଧାନ-ତଳି ରୁଆ କାର୍ଯ୍ୟ ସାରିଲାଣି ।

      ଜିଲାରେ ଚଳିତ ଅଗଷ୍ଟ ମାସର ସ୍ଵାଭାବିକ ବର୍ଷା ପରିମାଣ ୨୫୩.୬  ମି:ମି ଥିବା ବେଳେ ବର୍ତ୍ତମାନ ସୁଦ୍ଧା  ପ୍ରାୟ ୨୧୫ ମି:ମି ବର୍ଷା ହୋଇଥିବା ଜଣାଯାଇଛି । ଜିଲ୍ଲା କୃଷି ଅଧିକାରୀ ଏ ସଂପର୍କରେ  କହିଛନ୍ତି ଯେ , ଜିଲ୍ଲାରେ  ଚଳିତ ଖରିଫ ରେ ମୋଟ ୨୯ ହଜାର ୪୫୫ ହେକ୍ଟର  ଜମିରେ ଧାନଚାଷ କରାଯିବାକୁ ଲକ୍ଷଧାର୍ଯ୍ୟ ରଖା- ଯାଇଥିବା ବେଳେ ବର୍ତ୍ତମାନ ପ୍ରାୟ ୬୫ ପ୍ରତିଶତ ହେକ୍ଟର ଚାଷ ଜମିରେ ଧାନତଳି ରୁଆ କାର୍ଯ୍ୟ ସରିଲାଣି । ଆଗାମୀ  ସପ୍ତାହ ମଧ୍ୟରେ ଆମର ରହିଥିବା ଲକ୍ଷଧାର୍ଯ୍ୟ  ପ୍ରାୟ  ପୁରଣ ହୋଇଯିବା ସମ୍ଭାବନା ଦେଖା ଦେଇଛି ବୋଲି  କହିଥିଲେ ।

 

0
0
0
s2sdefault