ହେଡଲାଇନସ୍:

ରାସ୍ତା ନାହିଁ, ଦୋଳାରେ ବୁହାହେଲେ ରୋଗୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜି ଉଦୟଗିରି(ଗଗନ ପ୍ରଧାନ) ପୁଣି ଦୋଳାରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତର ଡୁଡୁମିଲା ଗାଁର ମାର୍ଜାଙ୍ଗି ରୁପାମାଝୀ ନାମକ ୬୦ବର୍ଷୀୟ ବୃଦ୍ଧାଙ୍କୁ ଦୋଳାରେ ବୋହି ପ୍ରାୟ ୧୫ କିଲୋମିଟର ପାହାଡିଆ ରାସ୍ତାରେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଛନ୍ତି ଗ୍ରାମବାସୀ । ଦୁଇତିନିଦିନ ହେବ ବୃଦ୍ଧା ଜଣକ ଝାଡା ଓ ଜରରେ ପିଡିତ  ଥିବା ଜଣାପଡିଛି । ବୃଦ୍ଧାଙ୍କ ସ୍ବାସ୍ଥ୍ୟ ଭଲ ନହେବାରୁ ଆଜି ଗ୍ରାମବାସୀ ଓ ସମ୍ପର୍କୀୟ ମିଶି ଲୁଗାରେ ଦୋଳାକରି ବଣ ପାହାଡ଼ ରାସ୍ତାରେ ପ୍ରାୟ ୧୫ କିଲୋମିଟର ପାଦଚଲା ରାସ୍ତାରେ ବୃଦ୍ଧାଙ୍କୁ ବୋହି  କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ଜଣାପଡ଼ିଛି ।

0
0
0
s2sdefault