ହେଡଲାଇନସ୍:

ମାନ ତେଜିଲେ  ଗଗନ :  ହେଲେ ଓଏଫଡ଼ିସି ଅଧ୍ୟକ୍ଷ, ପାଇଲେ ମୁଖ୍ୟ ସଚିବ ପାହ୍ୟା 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସୁରେଶ ମହାପାତ୍ର ଡିସି, ପ୍ରଦୀପ୍ତ ମହାପାତ୍ର ଏପିସି 

ଭୁବନେଶ୍ୱର : ଇସ୍ତଫା ଦେଇଥିବା ଆଇଏଏସ ଅଫିସର ଗଗନ ଧଳଙ୍କୁ ମନାଇବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ତାଙ୍କୁ ନୂତନ ନିଯୁକ୍ତି | ତାଙ୍କୁ ମୁଖ୍ୟ ସଚିବ ପାହ୍ୟା ଦିଆଯାଇ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି |  ସୂଚନାଯୋଗ୍ୟ ଯେ ମୁଖ୍ୟ ସଚିବ ନିଯୁକ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରି ଗତକାଲି ଶ୍ରୀ ଧଳ ଇସ୍ତଫା ଦେଇଥିଲେ | 

 ସେହିପରି ବରିଷ୍ଠ ଆଇଏସ ଅଫିସର ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ସୁଦର୍ଶନ  ପାଲ  ଠାକୁର ଗୋପବନ୍ଧୁ ଏକାଡେମୀର ମହା ନିର୍ଦ୍ଦେଶକ ପଦବୀ ସହ କେବିକେ ପ୍ରଶାସକ ପଦବୀରେ ଅତିରିକ୍ତ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ବରିଷ୍ଠ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ  କୁମାର  ମହାପାତ୍ରଙ୍କୁ  କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ମିଳିଛି | ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ଡ଼ ମୋନା ଶର୍ମାଙ୍କୁ ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି | .

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରାଙ୍କୁ ସ୍ବରାଷ୍ଟ୍ର ବିଭାଗର ସଚିବ ଭାବେ ଅତିରିକ୍ତ ନିଯୁକ୍ତି ମିଳିଛି | ପରିବହନ  ସଚିବ ଥିବା ମନୋଜ କୁମାର ମିଶ୍ରଙ୍କୁ ଇଲେକ୍ଟ୍ରୋନିକସ & ଟେକନୋଲୋଜି ବିଭାଗ ଦାୟିତ୍ୱ ଦିଆଯାଇଛି | .

ରୁଦ୍ର ନାରାୟଣ ପଲାଇନ୍କୁ ରାଜସ୍ବ ଓ ବିପର୍ଯ୍ୟରେ ପରିଚାଳନା ବିଭାଗ ସ୍ଵତଂତ୍ର ସଚିବ ନିଯୁକ୍ତି ମିଳିଛି |  

0
0
0
s2sdefault