ହେଡଲାଇନସ୍:

ପରୀ-୩ କାର୍ଯ୍ୟକ୍ରମ : ନିଖୋଜ ଶିଶୁଙ୍କୁ ଖୋଜିବାକୁ  ରାଜ୍ୟବାହାରକୁ ଗଲେ ୮ ଟିମ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, (ଶାସକ ପ୍ରଶାସକ):ରାଜ୍ୟରୁ ନିଖୋଜ ହୋଇଥିବା ଶିଶୁମାନଙ୍କୁ ରାଜ୍ୟ ଭିତରେ ତଥା ରାଜ୍ୟବାହାରେ ଖୋଜି ଠାବ କରିବା ପାଇଁ ଓଡ଼ିଶା ପୋଲିସ୍ ଆୟୋଜନ କରୁଥିବା ସ୍ୱତନ୍ତ୍ର ଅଭିଜାନରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିବିଭାଗ ସହଭାଗୀ ହୋଇଛିା ଚଳିତବର୍ଷ ପରୀ-୩ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ  ନିଖୋଜ ଓଡ଼ିଆ ଶିଶୁମାନଙ୍କୁ ରାଜ୍ୟବାହାରେ ଠାବ କରିବା ପାଇଁ ଆଠଗୋଟି ଟିମ୍ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଛତିଶଗଡ଼, ତେଲେଙ୍ଗାନା, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରାଜ୍ୟକୁ ଗସ୍ତ କରିଛନ୍ତିା  ପ୍ରତ୍ୟେକ ଟିମ୍ରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିବିଭାଗର ଜଣେ ଲେଖାଏଁ ଅଧିକାରୀ  ସାମିଲ ହୋଇଥିବାବେଳେ ଏଥି ନିମନ୍ତେ ହେବାକୁ ଥିବା ଖର୍ଚ୍ଚ ପାଇଁ ବିଭାଗ ତରଫରୁ ପ୍ରତ୍ୟେକ ଦଳକୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି |  ଏହି ଟିମ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା  ପାଇଁବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସଂପୃକ୍ତ ରାଜ୍ୟର ମହିଳା ଓ ଶିଶୁବିକାଶବିଭାଗର ସଚିବମାନଙ୍କୁ ଅନୁରୋଧ  କରି  ପତ୍ର ଲେଖୀଛନ୍ତିା

ବିଗତବର୍ଷଗୁଡ଼ିକ ପରି ଏବର୍ଷ ମଧ୍ୟ ଉ ପରୋକ୍ତ ଟିମ୍ଗୁଡ଼ିକ ଉଦ୍ଧାର କରିଥ#ବା ଶିଶୁମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପରେବିଭାଗ ଅଧୀନରେ ଥିବା ଶିଶୁ ମଙ୍ଗଳ ସମିତିରେ ଶିଶୁମାନଙ୍କୁ ଉ ପସ୍ଥା ପନ କରାଯିବା ସହିତ ରାଜ୍ୟ ଶିଶୁ ସୁରକ୍ଷା ସମିତି ସେମାନଙ୍କର ଥଇଥାନ ପାଇଁ ପଦକ୍ଷେ ପ ନେବୋ ଶିଶୁମାନଙ୍କୁ ସେମାନଙ୍କର ପରିବାର ସହିତ  ପୁନର୍ମିଳନ କରିବା ସହିତ ଆବଶ୍ୟକ ସ୍ଥଳେ ଆନୁଷ୍ଠାନିକ ଯତ୍ନ ମଧ୍ୟ ନିଆଯିବ | ଏଠାରେ ସୂଚନାଯୋଗ୍ୟ ଯେ  ରାଜ୍ୟ ଭିତରେ ନିଖୋଜ ଶିଶୁମାନଙ୍କୁ ଠାବ କରିବା ପାଇଁ  ଲିଥିବା  ପରୀ-୩ର  ପ୍ରଥମ ପର୍ୟାୟରେ ମଧ୍ୟବିଭାଗ ଅଧିନସ୍ଥ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ ସମିତିର କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୋ

0
0
0
s2sdefault