ହେଡଲାଇନସ୍:

୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ନେବ ଉର୍ଜା କ୍ଷେତ୍ର - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତ-ଆମେରିକା ଫୋରମ କାଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

 ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥ ବ୍ୟବସ୍ଥାରୁ ଅଧିକ 

 ବିଶ୍ୱ ଉର୍ଜା ପୁଞ୍ଜି ନିବେଶ ୨୦୧୯ ରିପୋର୍ଟ ଅନୁଯାୟୀ ମୋଦିଙ୍କ ନେତୃତ୍ୱରେ ଭାରତରେ ବିଦେଶୀ ଉର୍ଜା ପୁଞ୍ଜି ନିବେଶ ୮୫ ବିଲିୟନ ବୃଦ୍ଧି ପାଇଛି

 ଭାରତରେ ତୈଳ ଏବଂ ଗ୍ୟାସର ସନ୍ଧାନ ଏବଂ ଉତ୍ପାଦାମ  ପାଇଁ ଆମେରିକାର ବଡ ବଡ ତୈଳ ଏବଂ ଗ୍ୟାସ କମ୍ପାନୀକୁ ନିମନ୍ତ୍ରଣ

ନୂଆଦିଲ୍ଲୀ/ ଭୁବନେଶ୍ୱର –୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥନୀତି ହେବାର ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ବେଳେ ଦେଶର ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନୂଆଦିଲ୍ଲୀ ଠାରେ ଶୁକ୍ରବାର ଅନନ୍ତ ସେଂଟର ଦ୍ୱାରା ଆୟୋଜିତ ଭାରତ ଆମେରିକା ଫରୋମ କାଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୫ ପର୍ଯ୍ୟନ୍ତ ଭାରତରେ ଉର୍ଜା ବ୍ୟବହାର ପ୍ରତିବର୍ଷ ୪.୨ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି, ଯାହା ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥ ବ୍ୟବସ୍ଥାରୁ ଅଧିକ । ମଜବୁତ୍ ଆର୍ଥିକ ବିକାଶ ମାଧ୍ୟମରେ ଭାରତର ବିଶ୍ୱ ପ୍ରାଥମିକ ଉର୍ଜା ଦାବୀର ଭାଗ ୨୦୪୦ ସୁଦ୍ଧା ଦୁଇଗୁଣା ହୋଇ ୧୧ ପ୍ରତିଶତ ହେବ ।

ସେହିପରି ଭାରତର ଉର୍ଜା ଟ୍ରାନଜିକ୍ସନ ପ୍ରାକୃତିକ ଗ୍ୟାସ ଏବଂ ନବୀକରଣ ବସ୍ତୁ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଦିଗରେ ଗତି କରୁଛି । ଅନ୍ତରାଷ୍ଟ୍ରୀୟ ଉର୍ଜା ଏଜେନ୍ସିର ବିଶ୍ୱ ଉର୍ଜା ପୁଞ୍ଜି ନିବେଶ ୨୦୧୯ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ବିଦେଶୀ ଉର୍ଜା ପୁଞ୍ଜି ନିବେଶ ୮୫ ବିଲିୟନ ବୃଦ୍ଧି ପାଇଛି । ବିଶ୍ୱର ଅନ୍ୟ ସ୍ଥାନମାନଙ୍କ ଠାରୁ ଏହା ବେଶ୍ ଅଧିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଉର୍ଜା ଭିତିଭୂମିର ବିସ୍ତାର ଦିଗରେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି । ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଭାଗ ୨୦୩୦ ସୁଦ୍ଧା ୬ ପ୍ରତିଶତରୁ ବଢି ୧୫ ପ୍ରତିଶତ ହୋଇଯିବ । ଏହି କ୍ଷେତ୍ରରେ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମ କରୁଛନ୍ତି ।

ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ତୈଳ ଏବଂ ଗ୍ୟାସର ସନ୍ଧାନ ଏବଂ ଉତ୍ପାଦନ  ପାଇଁ ଆମେରିକାର ବଡ ବଡ ତୈଳ ଏବଂ ଗ୍ୟାସ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ । 

 

0
0
0
s2sdefault