ହେଡଲାଇନସ୍:

ରାଜ୍ୟ ତଥା ଦେଶର ଉନ୍ନତି କଳ୍ପେ ସମସ୍ତେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପ୍ରତାପ ଦେଲେ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୟୂରଭଞ୍ଜ : ଜିଲ୍ଲା ସଦରମହକୁମା ବାରିପଦାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ମହକୁମା ବାରିପଦାଠାରେ ୭୩ତମ ସ୍ୱାଧିନତା ଦିବସ-୨୦୧୯ ଜାତୀୟ ଉସôବ ବିଭିନ୍ନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାରିପଦା ରିଜର୍ଭ ପୋଲିସ ପ୍ୟାରେଡ୍ ପଡିଆରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ବିଭାଗ ତତ୍ୱାବଧାନରେ ଆୟୋଜିତ ୭୩ତମ ସ୍ୱାଧୀନତା ଦିବସ ଜିଲ୍ଲା ସ୍ତରୀୟ ସମାରୋହରେ ଶ୍ରୀ  ପ୍ରତାପ ଜେନା ମାନ୍ୟବର ମନ୍ତ୍ରୀ, ପଂଚାୟତରାଜ ଓ ପାନୀୟଜଳ, ଉନ୍ନୟନ ଓଡିଶା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ଘ.୯.୧୫ମି. ସମୟରେ ଆନୁଷ୍ଠାନିକ  ଭାବେ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସମବେତ ଜନସାଧାରଣ ତଥା ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି ଭାରତର ସ୍ୱାଧିନତା ସଂଗ୍ରାମରେ ଅସୀମ ତ୍ୟାଗ ଓ ଆତ୍ମ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଦେଶ ସ୍ୱାଧୀନତା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀ ଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ଆନେ୍ଦାଳନ ସଂଗଠିତ ହୋଇଥିଲା । ସିପାହୀ ବିଦ୍ରୋହ ଠାରୁ ଆରମ୍ଭ କରି କରି ଭାରତ ଛାଡ ଆନେ୍ଦାଳନ ପର୍ଯ୍ୟନ୍ତ ଅନେକ ଆନେ୍ଦାଳନ ସଂଗଠିତ ହୋଇଥିଲା । ଝାନ୍ସୀ ରାଣୀ ଲଷ୍ମୀବାଇ, ବାଲ ଗଙ୍ଗାଧର ତିଲକ, ବିପିନ୍ ଚନ୍ଦ୍ରପାଲ, ସର୍ଦ୍ଧାର ଭଲ୍ଲଭଭାଇ ପଟେଲ୍, ଭଗତ ସିଂ, ଜବାହାରଲାଲ ନେହେରୁ, ରାଜ ଗୋପାଳଚାରୀ, ମୌଲାନ୍ ଆଜାଦ୍, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପ୍ରମୁଖ ଯୁଗଜନ୍ମାଙ୍କ ନେତୃତ୍ୱରେ ବହୁବୀର ସ୍ୱାଧୀନତା ତଥା ଅଗଣିତ ନରନାରୀ ଆନେ୍ଦାଳନ କରିଥିଲେ । ଭାରତ ସ୍ୱାଧିନତା ସଂଗ୍ରାମରେ ଓଡିଶାର ଜୟରାଜ୍ଗୁରୁ, ବକ୍ସି ଜଗବନ୍ଧୁ, ଚାଖି  ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ଭଗତ ସିଂ, ଲକ୍ଷ୍ମଣ ନାୟକ, ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନୀଳ କଣ୍ଠଦାସ, ବିର୍ସା ମୁଣ୍ଡା, ମାଳତୀ ଚୌଧୁରୀ, ରମାଦେବୀ, ସାରଳା ଦେବୀ ପ୍ରମୁଖ ବହୁ ବିପ୍ଲବୀ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଅବଦାନ ସ୍ମରଣୀୟ ବୋଲି ମାନ୍ୟବର ମନ୍ତ୍ରୀ ଉଲ୍ଲେଖ କରିବା ସହିତ ଭାରତ ସ୍ୱାଧିନତା ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟି, ପାଂଚପିଢ, କପ୍ତିପଦା ଆଦି ଅଂଚଳରେ ସଂଗଠିତ ପ୍ରଜା ଆନେ୍ଦାଳନ ସଂଗଠିତ ହୋଇଥିଲା । ମୟୂରଭଞ୍ଜର ଗାନ୍ଧୀ କୁହାଯାଉଥିବା ଶରତ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗିରିଶଚନ୍ଦ୍ର ରାୟ, ଗୌର ମୋହନ ପ୍ରଧାନ, ବଂଶୀଧର ରାଜ, ହୁଡି ସିଂ, ପୂର୍ଣ୍ଣଚନ୍ଦ୍ର ପରିଚ୍ଛା, ପ୍ରସନ୍ନ କୁମାର ଦାସ, ହରିହର ମହାନ୍ତି, ସୁନାରାମ ମାଝୀ, ସାକିଲା ସରେନ,  ଲକ୍ଷ୍ମଣ ମାଝୀ ପ୍ରମୁଖ ସଂଗ୍ରାମୀ ମାନଙ୍କ ଭୂମିକା ସଂପର୍କରେ ସୂଚାଇଥିଲେ । ବହୁ କଷ୍ଟଲବ୍ଧ ସ୍ୱାଧୀନତାର ୭୩ତମ ସ୍ୱାଧିନତା ଦିବସ ସମଗ୍ର ଦେଶରେ ପାଳନ ଅବସରରେ ଆଜି ଆମ ଦେଶ ବିଭିନ୍ନ କ୍ଷେତ୍ରରେ ଉନ୍ନତି ସାଧନ କରିପାରି ଥିବାବେଳେ ଆମ ରାଜ୍ୟ ଓଡିଶା ମଧ୍ୟ ସମତାଳରେ ସାମଗ୍ରିକ ବିକାଶ ସାଧନ ଦିଗରେ ଆଗେଇ ଚାଲିଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚାଇଥିଲେ । ରାଜ୍ୟର ବିଶେଷ କରି ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଲୋକମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମଜିକ ଅର୍ଥନୈତିକ ବିକାଶ ଦଦିଗରେ କାର୍ଯ୍ୟକାରୀ କରାଯାଇଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ରମ ସଂପର୍କରେ ମାନ୍ୟବର ମନ୍ତ୍ରୀ ଉଲ୍ଲେଖ କରିବା ସହ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ, ରଥଯାତ୍ରା ଜିଲ୍ଲାର ଜନ ମାନସକି ଭାତୃତ୍ୱ ଭାବର ଏକତା ବଜାୟ ରହିଥିବାବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରକୃତିର ବରଦାନ ଶିମିଳିପାଳ ଓ ଜୈବମଣ୍ଡଳ, ପ୍ରାକୃତିକ ପରିବେଶ ଶୋଭାରାଜି ଓ ପର୍ଯ୍ୟଟନ ସ୍ଥଳୀ ଜିଲ୍ଲାର ଜୀବନ ଚର୍ଯ୍ୟା ଓ ଦେଶବିଦେଶର ପର୍ଯ୍ୟଟକଙ୍କୁ ପ୍ରଭାବିତ କରିପାରିଛୁ ବୋଲି ସୂଚାଇ ଥିଲେ । ସେହିପରି ମୟୂରଭଞ୍ଜର ତତ୍କାଳିନ ପ୍ରଜାନୁରଂଜକ ଶାସକ ତଥା ଓଡିଆ ଭାଷା ସାହିତ୍ୟ ସଂସ୍କତିର ପ୍ରମୁଖ ଉଦ୍ୟୋକ୍ତା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଉଙ୍କ ଅବଦାନ ସଂପର୍କରେ  ବକ୍ତବ୍ୟରେ ଉଲ୍ଲେଖ କରିବା ସହ ସର୍ବୋପରି ରାଜ୍ୟ ତଥା ଦେଶର ଉନ୍ନତି କଳ୍ପେ ସମସ୍ତେ ସଂକଳ୍ପ ବୋଧ ହୋଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ପରେ ପରେ ସମ୍ମଳିତ ପ୍ୟାରେଡ୍ ଅନୁଷ୍ଠିତ  ହୋଇଥିଲା ଏଥିରେ ଆରକ୍ଷୀ ବାହିନୀ ଓ ପୋଲିସ ବ୍ୟାଣ୍ଡ ସମେତ ମୋଟ ୪୯ ପ୍ଲାର୍ଟୁନ ଅଂଶ ଗ୍ରହଣ କରି ପ୍ୟାରେଡ୍ ପଦର୍ଶନ କରିଥିଲେ । ଏହି ଅବସରରେ ଚଳିତ ୨୦୧୯ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଜିଲ୍ଲାରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ନୀଳମଣୀ ହାଇସ୍କୁଲ, ବାଙ୍ଗିରିପୋଷି ଛାତ୍ର ଶ୍ରୀମାନ ସୁମନ ମହାନ୍ତ, ଏସ୍ଟି ଛାତ୍ରଛାତ୍ରୀ ମଧ୍ୟରେ ସରକାରୀ ଏସ୍ଏସ୍ଡି ହାଇସ୍କୁଲ, କେନ୍ଦୁମୁଣ୍ଡି ର ଛାତ୍ର ଶ୍ରୀମାନ ଶିବାନନ୍ଦ କପନ୍ଡିଆ, ଓ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖିଥିବା ସତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଲଷ୍ମୀପୋଷୀ ର ଛାତ୍ର ଶ୍ରୀ ଦେବେନ୍ଦ୍ର ହାଁସଦା ଏବଂ ବେଷ୍ଟ ଏନ୍ସିସି କ୍ୟାଡେଟ୍ (ଜୁନିଅର ଡିଭିଜନ) ଏମ୍.କେ.ସି ହାଇସ୍କୁଲ ର ଛାତ୍ର ଶ୍ରୀ ଅମରନାଥ ଷଡଙ୍ଗି ଓ ସିନିଅର ଡିଭିଜନ ବେଷ୍ଟ ଏନ୍.ସି.ସି. କ୍ୟାଡେଟ୍ ଭାବେ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସୁରଜ କୁମାର ଦାସ, ବେଷ୍ଟ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଭାବେ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ମିସ୍ ଦିବ୍ୟାନୀ ବେହେରା ଏବଂ ବେଷ୍ଟ ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଭାବେ କୁଣ୍ଡାବାଇ କଲେଜର ଶ୍ରୀଯୁକ୍ତ ଦିଲ୍ଲିପ କୁମାର ପାରମଣିକ ଙ୍କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପୁରସ୍କୃତ କରିଥିବାବେଳେ ଜାତୀୟ ସ୍ତରରେ କ୍ରୀଡା କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ୫ ଜଣ କ୍ରୀଡାବିତଙ୍କୁ  ମୁଖ୍ୟ ଅତିଥି ପୁରଷ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

ଏହି ଦିବସ ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଜିଲ୍ଲା ସଦର ମହକୁମା ପି.ଆର୍.ଏମ୍ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିବା ସହ ଅନ୍ତେବାସୀ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ  କରିଥିଲେ । ସେହିପରି ଏଥି ସହିତ ଲଷ୍ମୀପୋଷି ସ୍ଥିତ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ । ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଜିଲ୍ଲାସୂଚନା ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, କବି ସମ୍ମିଳନୀ, ସାଇକେଲ ଚାଳନ, ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ଓ ଭଲିବଲ ମ୍ୟାଚ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପୃକ୍ତ ଏହି ପବିତ୍ର ଜାତୀୟ ଦିବସ ପାଳନ ଉକ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍, ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ପଦାଧିକାରୀ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

 

0
0
0
s2sdefault