ହେଡଲାଇନସ୍:

ବିଜୁ ଭବନରେ ସାନନ୍ଦ ପାଳିଲେ ୪୯ତମ ଜନ୍ମ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ ୧୫ ଗୁରୁବାର ବାରିପଦା ବିଜଦର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାନନ୍ଦ ମାର୍ଣ୍ଡି କେକ୍ କାଟି ପାଳିଥିଲେ ତାଙ୍କର ୪୯ ତମ ଜନ୍ମ ଦିବସ । ଏହି ସମୟରେ ଓଡ଼ିଶା ବିଧାନସଭାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ଭ୍ରମ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମହାନ୍ତି, ବିଜଦର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ଶୈଳେନ୍ଦ୍ର ପାତ୍ର, ଛାତ୍ର ନେତା ବିରଞ୍ଚି ମହାପାତ୍ର ଓ ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ, ଦେବବ୍ରତ ମହାନ୍ତି,  ମିଡ଼ିଆ ବାବୁ ଘୋଷ, ନାନୁ ମହାକୁଡ଼, ଦିବ୍ୟବ୍ରତ ମହାନ୍ତି, ଶରତ ମୁର୍ମୁ, ଆଦିତ୍ୟ ଭଞ୍ଜଦେଓ, ଏସକେ ଜାଫର ହୁସେନ, ରବି ଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ଶ୍ରୀମାର୍ଣ୍ଡିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ୧୯୭୦ ଅଗଷ୍ଟ ୧୫ ସମଗ୍ର ଭାରତ ଯେତେବେଳେ ପବିତ୍ର ସ୍ୱାଧୀନତା ଦିବସ ପାଳନ କରୁଥିଲେ ଠିକ୍ ସେହି ସମୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ପିରତା ଆନଜୀବୀ ସ୍ୱର୍ଗତଃ ଗଙ୍ଗାଧର ମାର୍ଣ୍ଡି ଓ ମାତା  ସରୋଜୀନୀ ମାର୍ଣ୍ଡିଙ୍କ ଔରସରୁ ଭୂମିÂ ହୋଇଥିଲେ ସାନନ୍ଦ । ଏହାପରେ ବାରିପଦା ଶରତଚନ୍ଦ୍ର ବିଦ୍ୟାପୀଠରୁ ସ୍କୁଲ ଶିକ୍ଷା ଓ ଏମପିସି ମହାବିଦ୍ୟାଳୟରୁ ବିଏ ପାଶ କରିଥିଲେ । ଛାତ୍ର ଜୀବନରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ଝାଡ଼ଖଣ୍ଡ ଷ୍ଟୁଡେ଼ଣ୍ଟ ୟୁନିଅନରେ ଯୋଗ ଦେଇଥିଲେ । ଏହାପରେ ବିଜେପିରେ ଯୋଗ ଦେଇ ୨୦୦୪ ନିର୍ବାଚନରେ କୁଳିଅଣା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ୨୦୦୯ରେ ବିଜେଡ଼ିରେ ଯୋଗ ଦେଇ ବାରିପଦା ନିର୍ବାଚନ ମଣ୍ଡଳୀରୁ ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇ ହୋଇ ୨୦୦୯ରୁ  ଓଡ଼ିଶା ବିଧାନସଭାରେ ଉପବାଚସ୍ପତି ରହିଥିଲେ । 

0
0
0
s2sdefault