ହେଡଲାଇନସ୍:

ଗାଁ ମୁହାଁ ଜୀବଜନ୍ତୁ ; କୂଅରେ ପଡି ହରିଣର  ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ଦିନକୁ ଦିନ ଜଙ୍ଗଲ ସଂପଦ ନଷ୍ଟ ହେବା ଯୋଗୁଁ ଜଙ୍ଗଲରେ ବାସ କରୁଥିବା ଜୀବ ଜନ୍ତୁ ଗାଁ ମୁହାଁ ହେଉଥିବା ଏବଂ କୁକୁର ହାବୁଡରେ ଅଥବା ଲୋକମାନଙ୍କର ହାବୁଡରେ ପଡି ମୃତୁ୍ୟ ବରଣ କରୁଥିବା ଖବର ରେଢାଖୋଲ ଅଂଚଳରେ ନିତ୍ୟନୈମିତିକ ଘଟଣା । ଏ ଦିଗରେ ସଚେତନତାର ଅଭାବ ମଧ୍ୟପରିଲକ୍ଷିତ ହେଉଛି ।

 ଠିକ୍ ସେମିତି ଏକ ହରିଣ ଗାଁ ମୁହାଁ ହୋଇ ମୃତ୍ୟୁ  ବରଣ କରିଥିବା ଖବର ହସ୍ତଗତ ହୋଇଛି ।

ପ୍ରକାଶ ଯେ, ଆଜି ସଂଧ୍ୟା ରେ ରେଢାଖୋଲ ବନଖଣ୍ଡ ଅଧିନସ୍ଥ ବଡମାଲ ରେଞର ରେଙ୍ଗାଲି ଗ୍ରାମକୁ ନିକଟସ୍ଥ ଜଙ୍ଗଲରୁ ଏକ ହରିଣ ପଶି ଆସିଥିଲା । ହରିଣ କୁ ଦେଖି ଗାଁର କିଛି କୁକୁର ତାକୁ ଗୋଡାଇ ଥିଲେ । ହରିଣ ଟି ଦୌଡୁଥିବା ସମୟରେ ଗାଁ ପାଖରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ଯା ଫଳରେ ତାର ମୃତୁ୍ୟ ହୋଇଯାଇଥିଲା । ରେଙ୍ଗାଲି ଗ୍ରାମବାସୀ ହରିଣ ଟିକୁ କୂଅରୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗକୁ  ଗ୍ରାମବାସୀ ମୃତ ହରିଣକୁ ହସ୍ତାନ୍ତର କରିଥିଲେ ।ହରିଣର ବୟସ ପାଖାପାଖି ୫ ବର୍ଷ ହେବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ । ନିକଟ ଅତୀତରେ ରେଢାଖୋଲ ବନଖଣ୍ଡ ର ଡଇଁଚା ଗ୍ରାମ ରୁ ମଧ୍ୟ ଏକ ମୃତ ହରିଣ ଉଦ୍ଧାର କରାଯାଇଥିବା ବେଳେ ନିକଟରେ ଶିମିଳିପାଳ ପଂଚାୟତର ସରଧାପୁର ଗ୍ରାମରୁ ମଧ୍ୟ ଏକ ହରିଣ କୁ ମଧ୍ୟ ଉଦ୍ଧାର କରିଥିଲା ବନବିଭାଗ । ନାକ୍ଟିଦେଉଳ ର ଜଗନ୍ନାଥପ୍ରସାଦ ଗ୍ରାମରୁ ମଧ୍ୟ ଏକ ହରିଣକୁ ଗ୍ରାମବାସୀ ମଧ୍ୟ ଉଦ୍ଧାର କରିଥିଲେ । କୁକୁର ହାବୁଡରେ ପଡି ହରିଣମାନଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା ।

 

0
0
0
s2sdefault