ହେଡଲାଇନସ୍:

ଏମାଟିର ବରପୁତ୍ର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ : ଜିଲ୍ଲାପାଳ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜଗତସିଂହପୁର ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ମୁଖ୍ୟଅତିଥି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଆଜି ହେଉଛି ଏକ ପବିତ୍ର ଦିନ।ଅତୀତର ପୃଷ୍ଠାକୁ ଅବଲୋକନ କଲେ ସାମ୍ରାଜ୍ୟବାଦୀ,ଉପ ନିବେଶବାଦ କବଳରୁୁ ଆଜିର ଦିନରେ ଭାରତ ବର୍ଷ ସ୍ୱାଧୀନତା ଲାଭ କରିଥିଲା।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ବଳରେ ଦେଶ ସ୍ୱାଧୀନ ହୋଇଥିଲା।ମୁକ୍ତିକାମୀ  ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହମନିଷୀଙ୍କ ଯୋଗଦାନ ଅବିସ୍ମରଣୀୟ।ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ,ମାଳତୀ ଦେବୀ,ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାପୁରୁଷମାନେ ଇତିହାସ ପୃଷ୍ଠାରେ ଚିରସ୍ମରଣୀୟ ହୋଇ ରହିବେ।ଜଗତସିଂହପୁର ଜିଲ୍ଲାର ନବକୃଷ୍ଣ ଚୌଧୁରୀ,ମାଳତୀ ଦେବୀ,ଗୋପବନ୍ଧୁ ଚୌଧୁରୀ,ପ୍ରାଣକୃଷ୍ଣ ପଢିହାରୀ,ଭାଗିରଥି ମହାପାତ୍ର,ରମାଦେବୀଙ୍କ ତ୍ୟାଗପୁର୍ଣ୍ଣ  ଜୀବନ ସ୍ୱାଧୀନତା ଆନ୍ଦୋଳନକୁ ଆଗେଇ ନେଇଥିଲା।ପ୍ରାଣକୃଷ୍ଣ ପରିଜାଙ୍କ ବୈଗ୍ୟାନିକ ପ୍ରତିଭାର ପାଦଚିହ୍ନ ଛାଡିଯାଇଛନ୍ତି।ସ୍ୱାଧୀନତା ପରେ ଆମ ପ୍ରଗତି ବହୁଗୁଣିତ ହୋଇଛି। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ବାଣିଜ୍ୟ, ଶିଳ୍ପ ଅଭିବୃଦ୍ଧି ପାଇଁ ସମାଜ କଲ୍ୟାଣକାରୀ ବହୁବିଧ ଯୋଜନା ପ୍ରଣୟନ ହୋଇଛି।ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା,ମହାକାଶ ବିଗ୍ୟାନର ଗ୍ୟାନ କୌଶଳରେ ଆମେଆଜି ବହୁ ଆଗରେ।ଏ ମାଟିର ବରପୁତ୍ର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ର ମୁଖ୍ୟଅତିଥିଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ନେଇଥିଲେ।ପ୍ରାରମ୍ଭରେ ମୁଖ୍ୟଅତିଥି ସହରରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଜି.ବି.ବିଦ୍ୟାପୀଠ କାଦୁଅପଡା,ଜଗତସିଂହପୁର ପବ୍ଲିକ୍ ସ୍କୁଲ୍,ସେଣ୍ଟ ଜାଭିୟର ହାଇସ୍କୁଲ ଓ ଅରବିନ୍ଦ ଶିକ୍ଷାକେନ୍ଦ୍ରଙ୍କୁ ମୁଖ୍ୟ ଅତିଥି ସିଲଡ୍ ପ୍ରଦାନ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ ଆଳିପିଙ୍ଗଳ ସବଜେଲ୍ ର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିଲା।ଏହି ଉତ୍ସବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି,ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜିଲ୍ଲାସ୍ତରୀୟ ଅଧିକାରୀ,ଆରକ୍ଷୀ ବାହିନୀ,ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

 

 

 

 

0
0
0
s2sdefault