ହେଡଲାଇନସ୍:

୪ର୍ଥ ବାଟାଲିୟନ ସିଆରପିଏଫ ଠାରେ ସ୍ୱାଧିନତା ଦିବସ ଓ ରକ୍ଷା ବନ୍ଧନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ କୁମାର ସାହୁ)– ରାୟଗଡା ସହର କଲେଜ ରୋଡ ସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ସ୍ୱାଧିନତା ଦିବସ ଓ ରକ୍ଷା ବନ୍ଧନ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । କମାଣ୍ଡାଣ୍ଟ ୱାଇ.କେ.ରାଜପୁତ ଜାତୀୟ ପତାକା ଉତୋଳନ କରିବା ସହ ଦେଶକୁ ସ୍ୱାଧିନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜନନାୟକ ମାନଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ସହ ଦେଶ ପାଇଁ ଶହୀଦ ହୋଇଥିବା ଯବାନ ମାନଙ୍କ ବିଷୟରେ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେକେଣ୍ଡ-ଇନ-କମାଣ୍ଡାଣ୍ଟ ମିତୁ ରଏ, ସହକାରୀ କମାଣ୍ଡେଟ ସୁମନ ମିଶ୍ର, ଲକ୍ଷ୍ମୀ  ନାରାୟଣଙ୍କ ସହ ସମସ୍ତ ଅଧିକାରୀ ଓ ଯବାନ ଉପସ୍ଥିତ ଥିଲେ । ସିଆରପିଏଫ କ୍ୟାମ୍ପ ପରିସରରେ ପତାକା ଉତୋଳନ କାର୍ଯ୍ୟକ୍ରମ ପରେ ଉଚ୍ଚପଦସ୍ତ ଅଧିକାରୀ ଓ ଯବାନ ମାନେ ସେବା ସମାଜ ଓ ବୃଦ୍ଧାଶ୍ରମ ପରିଦର୍ଶନରେ ଯାଇଥିଲେ । ସେବା ସମାଜ ଠାରେ କୁନି କୁନି ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ଏବଂ ପଠନ ସାମଗ୍ରୀ ବଂଟନ କରିଥିଲେ । ବୃଦ୍ଧାଶ୍ରମ ଠାରେ ଅନ୍ତେବାସୀଙ୍କୁ ଫଳ ଏବଂ ଔଷଧ ବଂଟନ କରିଥିଲେ । ଅପରାହ୍ନରେ ସିଆରପିଏଫ କ୍ୟାମ୍ପ ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ପ୍ରଜାପତି ଓମ ଶାନ୍ତି, କେନ୍ଦ୍ରିୟ ବିଦ୍ୟାଳୟ, ରୟତ କୋଲନୀ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ସେଂଚୁରିଆନର କଲେଜର ଛାତ୍ରୀ ମାନେ ଅଧିକାରୀ ଏବଂ ଯବାନ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । କାର୍ଯ୍ୟକ୍ରମ ଶେଷରେ ସେକେଣ୍ଡ-ଇନ-କମାଣ୍ଡାଣ୍ଟ  ମିତୁ ରଏ ଭାଇ ଭଉଣୀର ସଂପର୍କ ଉପରେ ଅତି ସୁନ୍ଦର ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  

 

0
0
0
s2sdefault