ହେଡଲାଇନସ୍:

ବର୍ଣ୍ଣବୋଧ ପୋଡି ଓ ପଦ୍ମଶ୍ରୀ ଶ୍ରୀ ନାଗଙ୍କ ଫୋଟୋ ଅପବ୍ୟବହାର ମାମଲା : ସାକେତ ଭୂଷଣ ସାହୁ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ବରଗଡ :- ପଦ୍ମଶ୍ରୀ ଲୋକ କବି ହଳଧର ନାଗ ଫୋଟୋକୁ ବ୍ୟବହାର କରି ବର୍ଣ୍ଣବୋଧ ପୋଡି ସମ୍ପର୍କିତ ତଥ୍ୟ ପୋଷ୍ଟ କରି ରାଜ୍ୟରେ ଏକ ବିଦ୍ୱେଷ ମୂଳକ ଝଡ ସୃଷ୍ଟି କରିଥିବା  ଗାଇସିଲେଟ ବୁରମୁଣ୍ଡା ଗ୍ରାମର ସାକେତ ଭୂଷଣ ସାହୁଙ୍କୁ ପୋଲିସ ଗିରଫ କରିଛି ।

ହଳଧର ନାଗ କେବଳ ପଶ୍ଚିମ ଓଡ଼ିଶା କି ଓଡ଼ିଶାର ନୁହନ୍ତି ନିଜର ପ୍ରତିଭା ପାଇଁ ସାରା ଦେଶରେ ସେ ପରିଚିତ । ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତେବେ ତାଙ୍କ ନାଁରେ ଏକ ମିଥ୍ୟା ଫେସବୁକ ଏକାଉଣ୍ଟ ଖୋଲି ସେଥିରେ ଏକ ବିବାଦୀୟ ଫଟୋ ଛାଡ଼ିବା ଘଟଣାକୁ ନେଇ ବରଗଡ଼ ଜିଲ୍ଳାରେ ଚର୍ଚ୍ଚାର ବିଷୟ ହୋଇଛି । ପଦ୍ମଶ୍ରୀ ଲୋକକବି ଶ୍ରୀ ନାଗ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଗତକାଲି ରାତିରେ ଶ୍ରୀ ନାଗ ମେଲଛାମୁଣ୍ଡା ଥାନାରେ ଲିଖିତ ଭାବରେ ଏନେଇ ଏକ ଏତାଲା ଦେବା ପରେ ପୋଲିସ ପକ୍ଷରୁ ତାଙ୍କ ଏତାଲାକୁ ଭିତ୍ତି କରି ଅନୁସନ୍ଧାନ କରାଯାଇଥିଲା ।   ତଦନ୍ତ ପରେ ସାକେତ ଘଟଣା ର ଅଭିଯୁକ୍ତ ବୋଲି ଜଣାପଡିଥିଲା ।

ସୂଚନାଯୋଗ୍ୟଯେ ଗତ ପ୍ରାୟ ବର୍ଷେ ଦେଢ ବର୍ଷ ଆଗରୁ ଛବିଳ ମଧୁବର୍ଣ୍ଣବୋଧ ପୋଡ଼ାଯାଉଥିବା ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହା ପ୍ରଚାରିତ ହେବାପରେ ସାରା ରାଜ୍ୟର ଓଡ଼ିଆ ଭାଷାପ୍ରେମୀ, ବୁଦ୍ଧିଜୀବୀ ଏବଂ ସାହିତ୍ୟିକଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇ ଏପରି ଘୃଣ୍ୟକାର୍ଯ୍ୟର ଦୃଢ ନିନ୍ଦା କରାଯାଇଥିଲା । ତେବେ କିଛିଦିନ ଆଗରୁ ସେହି ଭିଡ଼ିଓକୁ ହଳଧରନାଗଙ୍କ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଦିଆଯିବାରୁ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ହଳଧର ନାଗଙ୍କୁ ପଚାରିବାରୁ ସେ ଏ ଘଟଣାକୁ ନିନ୍ଦା କରିବା ସହ ତାଙ୍କର ନିଜର କୌଣସି ଫେସବୁକ ଏକାଉଣ୍ଟ ନାହିଁ ବୋଲି କହିଥିିଲେ । ତାଙ୍କୁ ବଦନାମ କରିବା ପାଇଁ କେହିଜଣେ ଅସାମାଜିକ ବ୍ୟକ୍ତି ଏହା କରିଥାଇପାରେ ବୋଲି  କହିଥିଲେ ।

0
0
0
s2sdefault