ହେଡଲାଇନସ୍:

   ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ  କେନ୍ଦ୍ର  ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ନୀଳାମ୍ବର ଦୀପ :  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପରିସରରେ ଆଜି ପାଂଚ ମହଳା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି  । ଏହି ଅବସରରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ସମୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ  । ଏହି ବିଶାଳ ଡାକ୍ତରଖାନାରେ ମାଁ ଓ ଶିଶୁମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି ଏବଂ ଏହା ସହ ୫୦ ଗୋଟି ବେଡର ବ୍ୟବସ୍ଥା କରାଯାଇଛି  । ଏହି ଅତ୍ୟାଧୁନିକ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ଗତ ୨୧.୨.୧୯ରେ ଉଦଘାଟନ କରିଥିଲେ ମଧ୍ୟ ଖୋଳାଯାଇ ପାରି ନ ଥିଲା । ହେଲେ ଆଜି ଏହାକୁ ପଦ୍ମପୁର ବିଧାୟକ ଲୋକାର୍ପିତ କରିଥିବାରୁ ପଦ୍ମପୁରବାସୀଙ୍କ ଦିର୍ଘ ଦିନର ଦାବୀ ପୁରଣ ହୋଇଛି  ।  ଏହି ଡାକ୍ତରଖାନା ଫଳରେ ପଦ୍ମପୁର ଅଂଚଳର ରୋଗୀସେବା କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇ ପାରିବ ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  । 

ଏହି ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ,ପଦ୍ମପୁର ବ୍ଳକ ଅଧ୍ୟକ୍ଷ କୁମରମଣୀ ନାଏକ ତଥା ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

0
0
0
s2sdefault