ହେଡଲାଇନସ୍:

"ମୋତେ ଦିଆ ଯାଇଥିବା ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିବି"

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜୟ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ  ତଥା ବିଜୁ ଜନତା ଦଳର  ସାଧାରଣ ସମ୍ପାଦକ ବିଜୟ ନାୟକ | ସେ ଏକ ବିବୃତିରେ କହିଛନ୍ତି ଯେ "ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁବଶକ୍ତିର ସଫଳ ଉପଯୋଗ ନିମନ୍ତେ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ସଂପୃକ୍ତି ଓ ସହଯୋଗ ଏକାନ୍ତ ଜରୁରୀ । ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯୁବ କଲ୍ୟାଣ ବୋର୍ଡÿର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ମୁଁ ମୋର ଅନୁଭବ, ଅନୁଭୂତି ଓ ଉପଲବ୍ଧି ଆଧାରରେ ନିଷ୍ଠାର  ସହିତ ମୋର ଦାୟିତ୍ୱ ନିର୍ବାହ କରିବି |" 

ସେ ଆହୁରି ମଧ୍ୟ କହିଛନ୍ତି " ଯୁବ ଶକ୍ତି  ହିଁ ରାଷ୍ଟ୍ରଶକ୍ତି । ଏହି ଶକ୍ତିର ସଠିକ ବିନିଯୋଗ ହୋଇପାରିଲେ ସମାଗ୍ରିକ ପ୍ରଗତି ହାସଲ ହୋଇପାରିବ । ଯୁବ ସମାଜର ଆଶା, ଅଭିପ୍‍ସା, ଶକ୍ତି ସାମର୍ଥ୍ୟର ଉପଯୋଗ କରି ଓଡ଼ିଶାର ଉନ୍ନତି ପାଇଁ ସେମାନଙ୍କୁ ଅଭିପ୍ରେତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପାଳନ କରିବି ଓ ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ସଂପୃକ୍ତିକୁ ସୁନିଶ୍ଚିତ କରିବା ମୋର ସଂକଳ୍ପବଦ୍ଧ ।"

 

0
0
0
s2sdefault