ହେଡଲାଇନସ୍:

ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜଗତସିଂହପୁର ଜିଲ୍ଲାର ଯୁବ କ୍ଲବ୍ ଗୁଡିକୁ ମିଳିବ ୧୫ହଜାର ଟଙ୍କାର ଆର୍ଥିକ ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ଯୁବ ଅନୁଷ୍ଠାନ(କ୍ଲବ୍)କୁ ଆର୍ଥିକ ସହାୟତା  ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଚିଠି ସଂଖ୍ୟା -୨୯୧୫ ତା-୦୮/୦୩/୨୦୧୯ ଅନୁଯାୟୀ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଥିବା ଶ୍ରେଷ୍ଠ ୧୮୮ଟି ଯୁବ ଅନୁଷ୍ଠାନ (ୟୁଥ୍ କ୍ଳବ୍)କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଜୁ ଯୁବ ସଶକ୍ତିକରଣ ଯୋଜନା ଅନୁଯାୟୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ଅନୁଷ୍ଠାନ ସପକ୍ଷରେ ସେମାନଙ୍କର ଯୁବ ବିକାଶ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାପାଇଁ ପ୍ରୋତ୍ସାହନ ସ୍ୱରୂପ ଏକକାଳୀନ ମିଳିବ ୧୫ହଜାର ଟଙ୍କାର ଅନୁଦାନ।ଏଥିନେଇ ସର୍ତ୍ତାବଳୀ ପୁରଣ କରୁଥିବା ଆଗ୍ରହୀ ଯୁବ ଅନୁଷ୍ଠାନ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି।ଏହାର ସବିଶେଷ ବିବରଣୀ ଓ ଆବେଦନ ଫର୍ମ ନିମନ୍ତେ ଯୁବ ଅନୁଷ୍ଠାନ(କ୍ଲବ) ଗୁଡିକ ନିଜ ନିଜର ମଣ୍ଡଳ ଉନ୍ନୟନ ଅଧିକାରୀ,ପୌରପାଳିକା ଅଧିକାରୀ,ଜିଲ୍ଲା କ୍ରିଡ଼ା ଅଧିକାରୀ ଓ ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ସହ ଯୋଗାଯୋଗ କରିପାରିବେ।ଦରଖାସ୍ତ ଆହ୍ୱାନର ଶେଷ ତାରିଖ ଅଗଷ୍ଟ ମାସ ୩୧ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault