ହେଡଲାଇନସ୍:

ପୋଲିସ ଭାଇ ମାନଙ୍କୁ ରାଖୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ଆଜି ପାଇକମାଲ ଥାନାରେ ରାଖୀ ପୂର୍ଣ୍ଣିମା ପାଳନ କରିଛନ୍ତି । ବିଦ୍ୟାଳୟ ର ମୁଖ୍ୟମନ୍ତ୍ରୀ ଙ୍କ ସହିତ ତାଙ୍କର ମନ୍ତ୍ରୀ ମଣ୍ଡାଳର ସହଯୋଗୀ ମାନେ ପାଇକମାଲ ଥାନାକୁ ଆଶି ଥାନାରେ କାର୍ଯରତ ସମସ୍ତ ପୁଲିସ ଭାଇ ମାନଙ୍କୁ ରାଖୀ ବାନ୍ଧି ଥିଲେ । ଏହାପରେ ଉପସ୍ଥିତ ଥାନା କର୍ମଚାରୀ ମାନେ ଝିଅ ମାନଙ୍କୁ ଥାନା ବୁଲାଇ ଦେଖାଇଥିଲେ । ଏହି ଭଳି କାର୍ଯ୍ୟକ୍ରମ ଦ୍ୱାରା ପୋଲିସ ଓ ସାଧରଣଲୋକ ଙ୍କର ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବା ସହିତ ସାଧାରଣ ଜନତା ପୋଲିସ ର ନିକଟତର ହେଇ ପାରିବ । ପୋଲିସ ଭାଇ ମାନଙ୍କୁ ରାଖୀ ବାନ୍ଧି ସ୍କୁଲର ଛାତ୍ରୀ ମାନେ ଅନେକ ଖୁଶି ଥିବା ପ୍ରକାଶ କରିଛନ୍ତି 

0
0
0
s2sdefault