ହେଡଲାଇନସ୍:

ସୁରକ୍ଷିତ ଏଟିଏମ : ଭିତରେ ଜଗିଛି ସାପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା(ସରୋଜ କୁମାର ସାହୁ)  :  ସ୍ଥାନୀୟ ରାୟଗଡା ଜିଲ୍ଲା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପାଚେରୀକୁ ଲାଗି ରହିଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ ଭିତରେ ଆଜି ଏକ ସାପ ପଶିଥିବା ଦେଖିବାକୁ ମିଳିଛି । ଟଙ୍କା ଉଠେଇବା ପାଇଁ ଆସିଥିବା ଲୋକ ଭୟରେ ଭିତରକୁ ନ ଯାଇ ବାହାରକୁ ଧାଇଁଥିବା ଦେଖାଯାଇଛି । ଏ ଟି ଏମ ପରିସରରେ ଥିବା ଜଙ୍ଗଲ ଥିବା ଓ ତାକୁ ଠିକ୍ ରେ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ସାପ ପଶୁଥିବା ଲୋକେ କହୁଛନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଯଦି ଏହାର ପ୍ରତିକାର ନ ନିଆଯାଏ ଆଗାମୀ ଦିନରେ ଗୋଟେ ବଡ ଅଘଟଣ ଘାଟିବାକୁ ଦେଖିବାକୁ ବାକି ରହିଲା ।

0
0
0
s2sdefault