ହେଡଲାଇନସ୍:

କୁଆଡେ ଗଲା ମହାପ୍ରୟାଣ ସ୍କିମ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ  ଗାଡି ଦେଲେନି ବୋଲି ବାଇକରେ ନେଉଥିଲେ ଶବ 


ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ଘଟିଛି | ମେଡିକାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ  ଗାଡି ନ ଦେବାରୁ ପରିବାର ଲୋକ ବାଇକ ଯୋଗେ ମୃତ ଦେହ ନେଉ ଥିବାର ଦେଖା ଦେଇଛି. | ପରିଶେଷରେ ଜନସାଧାରଣଙ୍କ ହସ୍ତକ୍ଷେପ ପରେ ମେଡିକାଲ କର୍ତ୍ତୃପକ୍ଷ  ଆମ୍ବୁଲାନ୍ସ ବଡ  କଷ୍ଟରେ ଯୋଗାଇ ଥିଲେ |

ପ୍ରାପ୍ତ ସୂଚନା ଅନୁସାରେ କଟିଙ୍ଗିଆ ଗ୍ରାମର ସେପତି ପ୍ରଧାନ (65) ନାମକ ମହିଳା ଦେହ ଖରାପ ହେବାରୁ ପରିବାର ଲୋକ ଚିକିତ୍ସା ପାଇଁ ଶୁକ୍ରବାର ସକାଳ 8 ଘଣ୍ଟା ସମୟରେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ |  ହେଲେ କିଛି ଘଣ୍ଟା ଅର୍ଥାତ 9.55 ମିନିଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟି ଥିଲା |  ପରିବାର ଲୋକ ମୃତ ଦେହକୁ ଅନ୍ତିମ ସଂସ୍କାର କରିବା ପାଇଁ ଘରକୁ ନେବା ନିମନ୍ତେ ମେଡିକାଲ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ  ଗାଡି ମାଗିଥିଲେ |  ହେଲେ ମେଡିକାଲ କର୍ମଚାରୀ ଶବ ବୋହିବା ପାଇଁ ଗାଡି ନ ଦେବାରୁ ପରିବାର ଲୋକ ଏକ ବାଇକ ଯୋଗେ ମୃତ ଦେହ ଘରକୁ ନେଉଥିବା କହି ଛନ୍ତି ପରିବାରବର୍ଗ | ଘଟଣା ପ୍ରଚାର ହେବା ପରେ ମେଡିକାଲରେ ଉତ୍ତେଜନା  ଦେଖା ଦେଇ ଥିଲା. ଅଞ୍ଚଳ ବାସୀଙ୍କ ହସ୍ତଖେପ ପରେ ଶବ ବୁହା ଗାଡି ମେଡିକାଲ କର୍ତ୍ତୃପକ୍ଷ  ଦେଇଥିଲେ |  ମେଡିକାଲରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଶବ ବୁହା,ଆମ୍ବୁଲାନ୍ସ ଗାଡି ମାଳ ମାଳ ଅଛି | ହେଲେ ମୃତ ଗରିବ ଆଦିବାସୀ ମହିଳାଙ୍କ ଶବ ନେବା ପାଇଁ ଗାଡି ନ ଦେବା ମେଡିକାଲ କର୍ମଚାରୀ ଏବଂ ପ୍ରଶାସନର ଆଦିବାସୀଙ୍କ ମାରନା ନୀତି ବୋଲି ଲୋକ ଅଭିଯୋଗ କରିଛନ୍ତି |  ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ  ପ୍ରତିକ୍ରିୟା ଦେବା କି ମନା କରି ଦେଇ ଥିଲେ | . ବହୁ ଦିନ ହେବ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ସମସ୍ୟା ଲାଗି ରହିଛି | ଏହା ସହ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳା ଏବଂ ମନମାନି ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟୁ ଥିବା ନେଇ ବାରମ୍ବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି. ହେଲେ ପ୍ରଶାସନ ଅଞ୍ଚଳର ଆଦିବାସୀ ଦଳିତ ଲୋକଙ୍କ ସ୍ୱାର୍ଥ ପ୍ରତି ସଚେତନ ନ ଥିବା ସାଧାରଣରେ ମତପ୍ରକାଶ ପାଇଛି, ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି.

0
0
0
s2sdefault