ହେଡଲାଇନସ୍:

ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ କ୍ରାନ୍ତି ସପ୍ତାହ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ  ମହାବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି ।
      ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଥିଲେ ।
     ୧୯୪୨ ମସିହାରେ ହୋଇଥିବା ଅଗଷ୍ଟ ବିପ୍ଲବ ଏବଂ ସ୍ବାଧିନତା ଆନ୍ଦୋଳନ କ୍ଷେତ୍ରରେ ଭାରତର ବରପୁତ୍ର ମାନଙ୍କ ବଳିଦାନ ସମ୍ପର୍କରେ  ପ୍ରାରମ୍ଭିକ  ସୂଚନା ପ୍ରଦାନ କରିଥିଲେ ।
      ମହାବିଦ୍ୟାଳୟର ଏନ୍ ଏସ୍ ଏସ୍   ଅଧିକାରୀ ଡ଼ଃ ଭାରତୀ ପାଣିଗ୍ରାହୀ ଏଥିରେ ମଞ୍ଚସୀନ ରହି ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାରତରେ ଆବାଳ-ବୃଦ୍ଧ ବନିତା ର ଭୂମିକା ସମ୍ପର୍କରେ କହିଥିଲେ କ୍ରାନ୍ତି ଦିବସର ମହତ୍ତ୍ୱ ର ବିଭିନ୍ନ ଦିଗ ସମ୍ପର୍କରେ କହି ଆଗାମୀ ଯୁବ-ପୀଢ଼ି ଏଭଳି ଆଦର୍ଶର ଅନୁଗାମୀ ହେବା ପାଈଁ ନିଜକୁ ପ୍ରସ୍ତୁତ ରଖିବା କ୍ଷେତ୍ରରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ତାଙ୍କ ଭାଷଣରେ କହିଥିଲେ ।
    ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଛାତ୍ରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ପରିଚାଳନା କରିଥିଲେ ।

0
0
0
s2sdefault