ହେଡଲାଇନସ୍:

ସେବାୟତମାନଙ୍କ ୧୧ ଦଫା ଦାବି ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ- ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(Dillip Mohanty)- ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଗଷ୍ଟ ୧୫ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରିଜର୍ଭ ପୁଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନିମନ୍ତେ ବାରିପଦା ଗସ୍ତରେ ଆସି ଅଗଷ୍ଟ ୧୪ ଅପରାହ୍ନରେ ପହଁଞ୍ଚିଥିଲେ । ଏହି ସମୟରେ ମନ୍ତ୍ରୀ ଶ୍ରୀଜେନା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ସେବାୟତମାନଙ୍କ ସହ ମନ୍ଦିରର ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ।

ମନ୍ଦିରରୁ ବାହାରକୁ ବାହାରିବା ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ସେବାୟତମାନଙ୍କ ୧୧ ଦଫା ଦାବି ପୂରଣ ନିମନ୍ତେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ । ସେବାୟତମାନଙ୍କ ସହ ପ୍ରଥମ ବୈଠକ ଶେଷ ହୋଇଛି । ପୁଣି ଦ୍ୱିତୀୟ ବୈଠକ ବସିବ । ଏହି ସମୟରେ ମନ୍ଦିର ସମସ୍ୟା, ସେବାୟତମାନଙ୍କ ସମସ୍ୟା ଓ ଦେବୋତ୍ତର ସମ୍ପତ୍ତିର ପୁର୍ନଉଦ୍ଧାର ଆଦି ସମସ୍ତ ବିଷୟର ସାଧାନ ହୋଇଯିବ ବୋଲି କହିଥିଲେ । ମାତ୍ର ଏହି ଖୁବ ଶୀଘ୍ର କେବେ ଆସିବ ଓ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ଦେବୋତ୍ତର ନିର୍ବାହୀ ନଅଧିକାରୀ ନିଯୁକ୍ତି  ଆଦିି ପ୍ରଶ୍ନକୁ ମନ୍ତ୍ରୀ ଶ୍ରୀଜେନା ଏଡ଼ାଇ ଯାଇଥିଲେ । ପ୍ରକାଶ ଥାଉକି, ସେବାୟତମାନଙ୍କର ୧୧ ଦଫା ଦାବିକୁ ନେଇ ସେବାୟତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ହାଇ ପ୍ରୋଫାଇଲ ଡ୍ରାମା ଆରମ୍ଭ ହୋଇଥିବାର ପରିଲକ୍ଷିତ ହୋଇଛି । ଗତ ୨୦୧୯ ଜାନୁଆରୀ ୨୪ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସବାରି ପରବର୍ତ୍ତି ଦିନ ଅର୍ଥାତ୍ ଜାନୁଆରୀ ୨୫ ପୂର୍ବାହ୍ନ ୯ଟା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ମହାପ୍ରଭୂ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ସମୟରେ ସେବାୟତମାନେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମୟୂରଭଞ୍ଜ ଜିଲ୍ଲା ଥିବା ସମସ୍ତ ମଠ ମନ୍ଦିରର ସୁପରିଚାଳନା ନିମନ୍ତେ ପୂର୍ଣ୍ଣ କ୍ଷମତା ପ୍ରାପ୍ତ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁର୍ନଉଦ୍ଧାର ସହ ସ୍ଥାୟୀ ସୁରକ୍ଷା, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦା ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ମନ୍ଦିରକୁ ସରକାରୀ ସ୍ତରରେ ଆର୍ଥିକ ଅନୁଦାନ ପ୍ରଦାନ, ଖାଲି ପଡ଼ିଥିବା ସେବାୟତ ପଦବୀକୁ ଅବିଳମ୍ବେ ପୂରଣ କରାଯିବା, ମହାପ୍ରଭୂଙ୍କ ଗହଣାର ସଠିକ୍ ହିସାବ ସହ ଭାଙ୍ଗିଯାଇଥିବା ଅଳଙ୍କାରର ମରାମତି, ସେବାୟତମାନଙ୍କ ମାସିକ ପାଉଣା ବୃଦ୍ଧି ଆଦି ୧୧ ଦଫା ଦାବିପତ୍ର ସେବାୟତ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିର୍ବାଚନ ଶେଷ ହେବା ପରେ ସବୋୟତମାନଙ୍କ ଦାବିଗୁଡ଼ିକୁ ପୂରଣ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ ନୀରବ ଥିବାରୁ ସେବାୟତମାନେ ଜୁନ ୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଉଦେ୍ଧଶ୍ୟରେ ନବୀନ ନିବାସକୁ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳର କେବିନେଟ ମନ୍ତ୍ରୀ ତଥା ବିଜେଡ଼ିର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ବାରିପଦାରେ ଡେରା ପକାଇଥିଲେ ମଧ୍ୟ ସେବାୟତମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଗଣମାଧ୍ୟମକୁ ନିଜେ ଗ୍ରାମ ଦେବତୀ ବଡ଼ାମ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜଗନ୍ନାଥଙ୍କ ସହିତ ତୁଳନା କରି ଜନସାଧାରଣଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ ।  ଏହାପରେ ସେବାୟତମାନଙ୍କୁ ମନ୍ତ୍ରୀ ସୁଦାମ ନେଇ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରାଇବା, ସେବାୟତମାନେ ଭୂବନେଶ୍ୱର ପଦଯାତ୍ରାରେ ଯିବା ନିମନ୍ତେ ବାରିପଦା ସହରରେ ବୁଲି ବୁଲି ଭିକ୍ଷା ମାଗିବା, ବାରମ୍ବାର ଭୂବନେଶ୍ୱର ପଦଯାତ୍ରାରେ ବାହାରି ରାସ୍ତାରୁ ଫେରି ଆସିବା ଆଦି ଦୃଶ୍ୟପଟ୍ଟକୁ ନେଇ ସେବାୟତ ଓ ସରକାରଙ୍କ ମଧ୍ୟରେ ହାଇପ୍ରୋଫାଇଲ ଡ୍ରାମା ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

0
0
0
s2sdefault