ହେଡଲାଇନସ୍:

ଜିଲ୍ଲା ପୋଲିସ ପ୍ରଶାସନର " ଉଡାନ" ପ୍ରଶିକ୍ଷଣ କାର୍ଯ୍ୟକର୍ମକୁ ପ୍ରଶଂସା କଲେ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ପରିକଳ୍ପନା କରି ଗତ ୧୫ ଦିନ ଧରି ଚାଲିଥିବା "ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦେଖି ମାନ୍ୟବର ମନ୍ତ୍ରୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା , କ୍ରୀଡ଼ା ଓ ଯୁବା ବ୍ୟାପାର  ମନ୍ତ୍ରୀ ତୁଷାର କାନ୍ତି ବେହେରା  ଭୁୟସି ପ୍ରଶଂସା କରିଛନ୍ତି ।  

 ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବେକାର ଯୁବକଯୁବତୀ ମାନଙ୍କୁ ନେଇ ସାମରିକ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି ହେବାପାଇଁ ନିଜକୁ ପୁର୍ବରୁ କିଭଳି ପ୍ରସ୍ତୁତ ରଖିବେ ସେ ନେଇ ଉଡାନ  ପ୍ରଶିକ୍ଷଣ ଚାଲିଛି । ତେବେ ସ୍ଵାଧୀନତା ଦିବସ ପାଳନ ଅବ୍ୟହିତ ପୁର୍ବରୁ ଜିଲ୍ଲା ପୋଲିସ ପ୍ରଶାସନର ଉଡାନ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ତାହା ଦେଖି ପ୍ରସଂଶା କରିବା ସହ ସମଗ୍ର ଓଡ଼ିଶାରେ ଏହା ଏକ ଆଦର୍ଶ ଓ ଉଦାହରଣ ଭାବେ ନେଇ ହେବ , ସରକାରୀ ସ୍ତରରେ ଏହା  କିଭଳି ଅନ୍ୟ ଜିଲ୍ଲାରେ ହୋଇପାରିବ  ମୁଁ ସେଥିପ୍ରତି ଲକ୍ଷ ରଖି ସରକାରଙ୍କୁ ସହଯୋଗ କରିବି ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ ।
    ମନ୍ତ୍ରୀ ଶ୍ରୀ ବେହେରା  କହିଥିଲେ ଯେ , ଏହିଭଳି ପ୍ରଶିକ୍ଷଣ ଆୟୋଜନରେ ଜିଲ୍ଲାର ୨୯୦ ଜଣ ବେକାର ଯୁବକଯୁବତୀ ଯେଉଁ ଯୋଗ ଦେଇଛନ୍ତି , ସେମାନଙ୍କୁ ମୁଁ ସ୍ୱାଗତ ଓ ଅଭିନନ୍ଦନ  ଜଣାଉଛି ଏବଂ ଏଭଳି ଆୟୋଜନ ର ପରିକଳ୍ପନା ପାଈଁ ମୁଁ ଜିଲ୍ଲା  ଆରକ୍ଷୀ  ଅଧିକ୍ଷକ   ସାରା ଶର୍ମା ଏବଂ ତାଙ୍କୁ ସହଯୋଗ କରି ଆସୁଥିବା ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଉଛି ।
      ବଡ଼ କଥା ହେଲା ଯେ , ସବୁ ଜାଗାରେ ସମାଲୋଚନା ଆସିଥାଏ , ଯେ ସମାଜରେ ବର୍ତ୍ତମାନ ଯୁବ-ସମାଜ ବିଚ୍ୟୁତ ହୋଇ ଭୁଲ ରାସ୍ତାରେ ଯାଉଛନ୍ତି  ଏବଂ ସେମାନେ ସମାଜରେ ଯେଉଁ କାମରେ ଆସିବା କଥା  , ତାହା ହେଉନି , ପ୍ରକୃତରେ ତାହା ଭୁଲ କଥା , ବର୍ତ୍ତମାନ ଗଜପତି ଜିଲ୍ଲାକୁ ଆସି ମୁଁ ଯାହା ଦେଖିଲି ଶାନ୍ତି ଶୃଙ୍ଖଳା ଓ ନିଷ୍ଠାର ସହ ଯେଉଁଭଳି ସେମାନେ ପ୍ରଶିକ୍ଷଣ ନେଉଛନ୍ତି ତାହା ପ୍ରେରଣା ଦାୟକ । ସେଥିପାଈଁ ମୁଁ ତାଙ୍କ ଆଗାମୀ ଦିନର ଭବିଷ୍ୟତ କାମନା କରୁଛି ।
     ଆମେ ରାଷ୍ଟ୍ର ଗଠନ ତଥା ନୁଆ ଓଡିଶା ଓ ଭାରତ ଗଠନର ଯେଉଁ ସଂକଳ୍ପ ନେଇଛେ ଏବଂ ତାକୁ ଗଢି ତୋଳିବା ପାଈଁ ଆପଣମାନଙ୍କ ଯେଉଁ ପ୍ରୟାସ ପ୍ରକୃତରେ ତାହା ଅତ୍ୟନ୍ତ ପ୍ରଶଂସନୀୟ ।
      ସବୁଠାରୁ ବଡ଼ କଥା ହେଲା ଯେ ଆଜିର ଯେଉଁ ଯୁବକ ଯୁବତୀ ଯେଉଁ ମାନେ କି ଦେଶ ଗଠନରେ ସହାୟକ ହେବେ , ସେମାନଙ୍କ ପ୍ରଚେଷ୍ଠା କେବଳ ପାରଳାଖେମୁଣ୍ଡି କି ଗଜପତି ଜିଲ୍ଲାରେ ସୀମିତ ନ ରହି ସାରା ଓଡିଶା ଓ ଭାରତ ବର୍ଷରେ ବଳବତ୍ତର ରହିବ ବୋଲି ମୁଁ ଆଶା କରୁଛି । ଏହି ଉଡାନ କାର୍ଯ୍ୟକ୍ରମ ଯେଉଁ ପ୍ରଶିକ୍ଷଣ ଚାଲିଛି  ,  ଅର୍ଦ୍ଧ ସାମରିକ ଓ ସାମରିକ ବାହିନୀରେ ଯୋଗ ଦେବାପାଇଁ  ପୁର୍ବରୁ ପ୍ରସ୍ତୁତି ହେବାକୁ ଯେଉଁ ତାଲିମ  ଦିଆ ହେଉଛି , ତାହା ଅନ୍ୟ ଜିଲ୍ଲା  ମାନଙ୍କରେ ମଧ୍ୟ ହେବା ଉଚିତ । ଏ ଦିଗରେ ବାକି ଯାହା ରହିଲା ଯେ , ସରକାରୀ ସ୍ତରରେ ସାହାଯ୍ୟ-ସହଯୋଗ କଥା , ଏ ସମ୍ପର୍କରେ ମୁଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି ଓ କହିଛି , ମୋର ଯେଉଁ ଯୁବ-ସେବା ବିଭାଗ ରହିଛି , ତା ଭିତରେ ଯଦି ଯୁବକ ଯୁବତୀ ମାନଙ୍କ ପାଈଁ କିଛି ଥାଏ  , ତା ହେଲେ ମୁଁ କୌଣସି ଭାବରେ ଯଦି ଏହି କାର୍ଯ୍ୟରେ ଯଦି କିଛି ସାହାଯ୍ୟ କରିପାରିବି , ତା ହେଲେ ମୋତେ  ଯଦି କୌଣସି କିଛି ସାହାଯ୍ୟ ମଗାଯାଏ  ଏବଂ ଯେଉଁ ଅଫିସର ମାଧ୍ୟମରେ  ସାହାଯ୍ୟ ଦେଇହେବ ତାହେଲେ ମୁଁ ନିଶ୍ଚୟ ସାହାଯ୍ୟ କରିବି ।  ଆପଣ ମାନଙ୍କ ବିକାଶ ପାଈଁ ଏବଂ ଏ ଅଞ୍ଚଳର ଯୁବକ ଯୁବତୀ ମାନେ ଆଗାମୀ ଦିନରେ ଗଜପତି ଜିଲ୍ଲାକୁ ସମୃଦ୍ଧିଶାଳୀ କରିବା ପାଈଁ ଏବଂ ନୁଆ ଓଡିଶା ଓ ନୁଆ ଭାରତ ଗଢିତୋଳିବା ପାଈଁ ଯେଉଁ ପ୍ରଚେଷ୍ଠା ଚଲାଇଛନ୍ତି , ସେ ଦିଗରେ ଅର୍ଥ କେବେହେଲେ ବାଧକ ସାଜିବ ନାହିଁ , ଏଥିରେ ମୁଁ ପ୍ରତିଶ୍ରୁତି ଦେଉଛି, ଶେଷରେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି କହିଥିଲେ  ।
     ଏହି କାର୍ଯ୍ୟକ୍ରମରେ  ଅତିରିକ୍ତ ଏସପି: ଶାନ୍ତନୁ କୁମାର ଦାସ ଏବଂ ପ୍ରକାଶ କୁମାର ଜେନା , ଯୋଗ ଦେଇ  ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ସବୁ ପ୍ରଦାନ କରିଥିଲେ ।
      ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି:-ସାରାଁ ଶର୍ମା ପ୍ରମୁଖ ମଞ୍ଚାସୀନ ଥିବା ବେଳେ  ଆରଆଇ:-ଡମ୍ବରୁ ଧର ହନାଗା ପ୍ରଷିକ୍ଷାର୍ଥି ମାନଙ୍କ ମିଳିତ ପ୍ୟାରେଡ଼ ଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault