ହେଡଲାଇନସ୍:

ରାୟଗଡା ମହାସମାରୋହରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ( ସରୋଜ କୁମାର ସାହୁ )ରାୟଗଡା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟର ଖେଳ ପଡିଆ ଠାରେ ୭୩ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଉକ୍ତ ଦିବସରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ମାନ୍ୟବର ରଷ୍ଟ୍ରମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦବୋଧନରେ ସ୍ୱାଧିନତା ଦିବସ ଅବସରରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଜାତିର ପିତା ମହତ୍ମା ଗାନ୍ଧୀ, ପଣ୍ଡିତ ଜବାହାର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ମୌଲନା ଆଜାଦ, ଡଃ ବି. ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ, ନବକୃଷ୍ନ ଚୌଧୁରୀ, ସହିଦ ଲକ୍ଷ୍ମଣ ନାଏକ, ବୀର ସୁରେନ୍ଦ୍ର ସାଏ, ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ନ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପାଇଁ ଆଜି ଆମ ଦେଶ ସ୍ୱାଧୀନ ହୋଇ ପାରିଛି ଆଜିର ଏହି ଅବସରରେ ସେହି ମହାନ ଆତ୍ମାଙ୍କଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ଛଡା ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଧାରଣ ଲୋକକୁ ତାର ହକ୍ ଦେବା ପାଇଁ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କର ୫ଟି ମନ୍ତ୍ରକୁ ସେ ପ୍ରଶଂସା କରିବା ସହ ଏହାର କାର୍ଯ୍ୟକରୀ ହେବା ଦ୍ୱାରା ପ୍ରଶାସନ ତାର ଦାୟିତ୍ୱବୋଧ ଓ ତାର ପ୍ରତିକ୍ରିୟାଶିଳ କରିବାରେ ସଫଳ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଲୋକଙ୍କ ସେବା ନିମନ୍ତେ ଆମର ପ୍ରିୟ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଭିନ୍ନ ସମୟରେ ଲୋକଙ୍କ ହିତ ନିମନ୍ତେ ବହୁ ଜନହିତକର ଯୋଜନା ମାନ ଆଣୁଛନ୍ତି ଓ ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ସରକାର ଓ ଲୋକଙ୍କ ସମ୍ପର୍କକୁ ଆହୁରୀ ମଜବୁତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
    ୭୩ ତମ ସ୍ୱାଧିନତା ଦିବସରେ ରିଜର୍ଭ ଇନିସପେକ୍ଟର ରଜିଂତ ହେମ୍ବ୍ରମଙ୍କ ନେତୃତ୍ୱରେ ସିମା ସୁରକ୍ଷାବଳର ଜବାନ, କେନ୍ଦ୍ରିୟ ରିଜର୍ଭ ପୋଲିସ ଫୋର୍ସ , ରାୟଗଡା ରିଜର୍ଭ ପୋଲିସ ଫୋର୍ସ, ରାୟଗଡାର ବିଭିନ୍ନ କଲେଜ ଓ ସ୍କୁଲର ମୋଟ ୪୦ ଟି ଗୃପ ସମ୍ମିଳିତ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ସାଂସକୃତିକ କାର୍ଯ୍ୟକ୍ରମରେ ସେଂଚୁରିଆନ ପବ୍ଲିକ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ, ବିଘ୍ନାନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଓ ସେଂଟଜାଭିୟର ହାଇସ୍କୁଲର ଛାତ୍ରଛ୍ତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଦିବସରେ ଆୟୋଜିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତି ଛାତ୍ରଛାତ୍ରୀ ଓ ଜିଲ୍ଲାର ଦଶମ, ଦ୍ୱାଦଶ ଓ ସ୍ନାତକ ୨୦୧୯ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାର ସର୍ବଶ୍ରେଷ୍ଠ ଆଶାକର୍ମୀ ଭାବେ ପଦ୍ମପୁର ବ୍ଲକର କାମିନି ମହାରଣାଙ୍କୁ ମାନପତ୍ର ସହ ଟଙ୍କା ୩୦୦୦/- ପୁରସ୍କାର ରାଶି, କୋଲୋନରା ବ୍ଲକର ପ୍ରଣତି ରଣାଙ୍କୁ ମାନପତ୍ର ସହ ଟଙ୍କା ୨୫୦୦/- ପୁରସ୍କାର ରାଶି, ରାମନାଗୁଡା ବ୍ଲକର ସଞ୍ଜୁକ୍ତା ବିଡାକାଙ୍କୁ ମାନପତ୍ର ସହ ଟଙ୍କା ୨୫୦୦/- ପୁରସ୍କାର ରାଶି ସେହିଭଳି ବିଷମକଟକ ବ୍ଲକର ସୌଦାମିନି ପାଣିଙ୍କୁ ମାନପତ୍ର ସହ ଟଙ୍କା ୧୫୦୦/- ପୁରସ୍କର ରାଶି, ରାୟଗଡା ମ୍ୟୁନିସପାଲିଟିର ସର୍ବଶ୍ରେଷ୍ଠ  ସଫେଇ କର୍ମଚାରୀ ଭାବେ ଏ. ରାଙ୍ଗା ରାଓ, ରାଜ୍ୟରେ ଅନୁଷ୍ଠିତ  ହୋଇଥିବା ବାସ୍କେଟ ବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ରନର୍ସଅପ ହୋଇଥିବା ପ୍ରତିଯୋଗି, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେଥିରୁ କୃତି ଛାତ୍ରଛାତ୍ରୀ  ଓ ଏହି ସ୍ୱାଧିନତା ଦିବସ ଅବସରରେ ଆୟୋଜିତ ଭଲିବଲ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ପ୍ରଶାସନ ଟିମ ଓ ଓକିଲ ସଂଘ ଟିମକୁ ଟ୍ରଫି ଓ ମାନପତ୍ର ସହ ସମସ୍ତ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିଙ୍କୁୁ ଗୋଟିଏ ଲେଖା ବୃକ୍ଷ ଚାରା ମୂଖ ଅତିଥି  ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ମାନ୍ୟବର ରଷ୍ଟ୍ରମନ୍ତ୍ରୀ  ଶ୍ରୀମତି ପଦ୍ମିନୀ ଦିଆନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆୟୋଜିତ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା କଲେଜ ଓ ବିଦ୍ୟାଳୟର ଟ୍ରୁପ ଗୁଡିକୁ ସୁନ୍ଦର ପ୍ୟାରେଡ ପାଇଁ ବଛାଯାଇ ସୋମାନଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ସିଲ୍ଡ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସିନିୟର ବିଭାଗ ଏନସିସିରେ ବାଳକ ଏନସିସି ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଳିକା ଏନସିସି ଟ୍ରୁପ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ , ଜୁନିୟର ବର୍ଗରେ ଜି.ସି.ଡି ହାଇସ୍କୁଲ ଏୟାର ଓି୍ୱଙ୍ଗ ପ୍ରଥମ ଓ ଜି.ସି.ଡି. ହାଇସ୍କୁଲର ବାଳକ ଆର୍ମି ଦ୍ୱିତୀୟ, ସ୍କାଉଟରେ ଆର.ଏସ.ଡବ୍ଲୁ.ସି ହାଇସ୍କୁଲର ସ୍କାଉଟ ପ୍ରଥମ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍କାଉଟ ଦ୍ୱିତୀୟ, ରେଡକ୍ରସ ସିନିୟରେ ସେଂଚୁରିଆନ ବିଶ୍ୱବିଦ୍ୟାଳୟ ପ୍ରଥମ ଓ  ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଟ୍ରୁପ ଦ୍ୱିତୀୟ, ଜୁନିୟର ବିଭାଗ ରେଡକ୍ରସରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦଳ ପ୍ରଥମ ଓ ସେକ୍ରେଡ ହାର୍ଟ ସ୍କୁଲ ଦଳ ଦ୍ୱିତୀୟ ସେହିଭଳି ସିଭିଲିୟାନରେ ଏକଲବ୍ୟ ମଡଲ ସ୍କୁଲ ଦଳ ପ୍ରଥମ ଓ ସେକ୍ରେଡ ହାର୍ଟ ସ୍କୁଲ ଦଳ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଦଳ ମାନଙ୍କ ମଧ୍ୟରୁ ସେଂଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଜୁପିଟର ଇଂଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ର ମାନଙ୍କୁ ସେମାନଙ୍କର ଉକ୍ରୃଷ୍ଟ ପ୍ରଦର୍ଶନ ନିମନ୍ତେ ମୂଖ୍ୟ ଅତିଥିଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏହି ଅବସରରେ ଜିଲ୍ଲାର ଗୁଣୁପୁର ସବ-ଡିଭିଜନ ଠାରେ ପୋଲିସ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୁର୍ଗାପ୍ରସାଦ ପାଢୀ (ସି୪୪ଏ)ଙ୍କୁ ସର୍ବ ଶ୍ରେଷ୍ଠ  କନେଷ୍ଟବଳ ରୂପେ ଓ ଚାଲକମ୍ବା ସବ ହେଲଥ ସେଂଟରରେ କାର୍ଯ୍ୟରତ ହେଲଥ ୱାର୍କର ଶ୍ରୀମତି ତୁଳସି ମାଝୀଙ୍କୁ ବେଷ୍ଟ  ହେଲଥ ୱାର୍କର ଭାବେ ପୁରସ୍କୃତ  ରଷ୍ଟ୍ରମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ କରିଥିଲେ । ଏହା ପରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ମାନ୍ୟବର ରଷ୍ଟ୍ରମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ସ୍ଥାନୀୟ ସେବାସମାଜର ଅନାଥଆଶ୍ରମ, ସଦର ଚିକିସôାଳୟ, ଜିଲ୍ଲା କାରାଗାର, ବୃଦ୍ଧାଶ୍ରମ ଓ ସ୍ୱାଧାର ଗୃହର ଆନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଂଟନ କରିଥିଲେ । ସ୍ୱାଧୀନତା ଦିବସ ୨୦୧୯ ଉପଲକ୍ଷେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, ରାୟଗଡା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକ ଶ୍ରବଣ ଏମ୍ ଉପସ୍ଥିତ ଥିଲେ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ  ଜିଲ୍ଲାର ସମସ୍ତ ସରକାରୀ ପଦାଧିକାରୀ, ଜିଲ୍ଲା ପୋଲିସ ପ୍ରଶାସନର ଅଧିକାରୀ, ରାୟଗଡାର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ରହି ୭୩ ତମ ସ୍ୱାଧୀନତା ଦିବସକୁ ଭରପୁର ଉପଭୋଗ କରିଥିଲେ । ଏହି ଦିବସ ଉପଲକ୍ଷେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ୭ ପ୍ଲାଟୁନ ଫୋର୍ସ ସହ ୯ ଜଣ ଇନିସପେକ୍ଟର, ୧୪ ଜଣ ସବ-ଇନିସପେକ୍ଟର, ୧୬ ଜଣ ଏ.ଏସ.ଆଇ ଓ ୨ ଗୋଟି ଅତିରିକ୍ତ ରେସକ୍ୟୁ ଟିମକୁ ମୃତୟନ କରାଯାଇଥିଲା । 


0
0
0
s2sdefault