ହେଡଲାଇନସ୍:

ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଆଗାମୀ ଦିନ ପାଇଁ ବିପଦ - ବିଧାୟକ ଶ୍ରୀ ବରିହା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

73 ତମ ସ୍ଵାଧୀନତା ଦିବସ ପାଳିତ


ପାଇକମାଲ :- ଆଜି ପାଇକମାଲ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇକମାଲ ହାଇ ସ୍କୁଲ ପଡିଆ ଠାରେ ମହାସମାରୋହ ରେ ପାଳିତ ହେଇଯାଇଛି । ଆଜିକାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂହ ବରିହା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହିଅବସରରେ ମାନ୍ୟବର ବିଧାୟକ  ବର୍ତ୍ତମାନ ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ ଓ ହୁ ହୁ ହେଇ ବଢି ଚାଲିଥିବା ଜନସଂଖ୍ୟା ଉପରେ ଚିନ୍ତା ପ୍ରକଟ କରିବା ସହିତ ପେରେଡ଼ ଗ୍ରାଉଣ୍ଡ ରେ ଉପସ୍ଥିତ ଜନ ସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଜନସଂଖ୍ୟା ଓ ଜଳବାୟୁ ପରିବର୍ତ୍ତନ ଉପରେ ଦୃଦ ଭାବରେ ପଦକ୍ଷେପ ନେବା ପାଇଁ କହିଥିଲେ । ବ୍ଲକ ପ୍ରଶାସନ ଦ୍ୱାରା ଆୟୋଜିତ ଆଜିକାର ଏହି ସମାରୋହରେ ସମୁଦାୟ 21 ଗୋଟି ଦଳ ପରେଡ଼ରେ ଅଂଶ ଗ୍ରହଣ କରିଥିଲେ । ଏହାପରେ ମାନ୍ୟବର ବିଧାୟକ ପରେଡ଼ର ଅଭିବାଦନ ସ୍ୱୀକାର କରିଥିଲେ । ପେରେଡ଼ ସରିବା ପରେ କୃତି ପ୍ରତିଯୋଗୀ ମାନଙ୍କୁ ମାନ୍ୟବର ବିଧାୟକ ପୁରସ୍କାର ବଣ୍ଟନ କରିଥିଲେ ।ଏହାପରେ ପେରେଡ଼ ଗ୍ରାଉଣ୍ଡ ରେ ମାନ୍ୟବର ବିଧାୟକ ଶ୍ରୀ ବରିହା ଙ୍କର ସହିତ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , BDO ଶ୍ରୀ ସଦାଶିଵ ନାୟକ , ମୁଖ୍ୟାଳୟ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ପ୍ରମୁଖ ଵୃକ୍ଷ ରୋପଣ କରିଥିଲେ । ଉକ୍ତ ପଡ଼ିଆରେ ଆଗାମୀ ଦିନରେ 100 ରୁ ଉର୍ଦ୍ୱ ବୃକ୍ଷ ରୋପଣ କରାଯିବାର କାର୍ଯକ୍ରମ ରହିଛି ।

0
0
0
s2sdefault