ହେଡଲାଇନସ୍:

ଭାଷା ଆଇନକୁ କାର୍ଯ୍ୟକାରୀ କରିବାପାଇଁ ନିୟମାବକୀ ଜାରି ହେଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନ, ଖିଲାପକାରୀଙ୍କୁ ଦଣ୍ଡବିଧାନ

ସଫଳ ହେଲା ଦୀର୍ଘ 878 ଦିନ ଭାଷା ଆନ୍ଦୋଳନର ଲମ୍ବା ଲଢେଇ

ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଆଚରଣ ଉଚ୍ଚାରଣ ସମାନ ରଖିବାକୁ ଦାବି କଲା ଭାଷା ଆନ୍ଦୋଳନ

ଆଇନକୁ କଡାକଡି କରିବାକୁ ସରକାରଙ୍କ ନିକଟରେ ଦାବି କଲା ଭାଷା ଆନ୍ଦୋଳନ

ଭୁବନେଶ୍ୱର : ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବାହାର ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରାଣୟନ କରିଥିବା ବେଳେ ଆଜି ସେ ସପର୍କିତ ବିଧିବଦ୍ଧ ନିୟମାବଳୀ କୁ ରାଜ୍ୟ ସରଜାର ଜାରି କରିଛନ୍ତି । ଏ ସମ୍ପର୍କିତ ନିୟମାବଳୀକୁ ଗତକାଲି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ବେଳେ ରାଜ୍ୟପାଳ ମଧ୍ୟ ମଞ୍ଜୁରୀ ପ୍ରଦାନ କରିବା ପରେ ଆଜି ଗେଜେଟ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନର ମୁଖ୍ୟ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ସୂଚନା ଦେଇଛନ୍ତି । ଏହି ନିୟମାବଳୀ ଜାରି ହେବା ପରେ ବିଧିବଦ୍ଧ ଭାବେ ଆଜିଠାରୁ ଓଡ଼ିଆ ଭାଷା ଆଇନ କାର୍ଯ୍ୟକାରି ହେଲା । ଭାଷା ଆଇନ କାର୍ଯ୍ୟକାରୀ ନହେଲେ ଏଥିରେ ଦଣ୍ଡବିଧାନ ବ୍ୟବସ୍ଥା ବି ରହିଛି ବୋଲି ଏହି ଆନ୍ଦୋଳନର ନିରବଛିନ୍ନ ନେତୃତ୍ୱ ନେଇଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।  ଏହି ବିରାଟ ଲଢେଇରେ ସାମିଲ ହୋଇଥିବା ଭାଷା ଆନ୍ଦୋଳନର ପ୍ରତ୍ୟେକ ସୈନିକଙ୍କୁ ଶ୍ରୀ ଶତପଥୀ କୃତଜ୍ଞତା ଜଣାଇଛନ୍ତି । ଏହି ଭାଷା ଆଇନ ଓ ନିୟମାବଳୀ କାର୍ଯ୍ୟକାରୀ କରିବାରେ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରେମୀ ଆଇଏଏସ ଅଫିସର ଆର ବାଳକୃଷ୍ଣନଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି ।

ଆନ୍ଦୋଳନର ଏକମାତ୍ର ଦାବି ଥିଲା  "ଓଡ଼ିଆରେ ଓଡିଶା ଶାସନ ଖିଲାପ କାରୀକୁ ଦଣ୍ଡ ବିଧାନ" I ଏହାକୁ ଆଧାର କରି ଦୁର୍ବାର ଆନ୍ଦୋଳନ 878 ଦିନ ଚାଲିଥିଲା I ଆଇନରେ   ସଂଶୋଧନ କରାଯାଇ ନିୟମାବଳୀ ପ୍ରଣୟନ  କରାନଗଲେ ଓଡ଼ିଆରେ ଓଡିଶା ଶାସନ ଅସମ୍ଭବ ବୋଲି  ଆମେ କହୁଥିଲୁ I ଓଡ଼ିଶା ବାସୀ ଓଡ଼ିଆରେ ସେବା ପାଇବା ପାଇଁ ନିୟମାବଳୀ ପ୍ରଣୟନ  କରାଯିବା ଜରୁରୀ  ବୋଲି ଦାବି ସହ ଆନ୍ଦୋଳନ ପ୍ରତ୍ୟାହୃତ ଘୋଷଣା  କରିଥିଲା ଭାଷା ଆନ୍ଦୋଳନ, ଓଡିଶା I 

  ମନ୍ତ୍ରୀମଣ୍ଡଳ ସ୍ତରୀୟ (କ୍ୟାବିନେଟ )ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ନିଷ୍ପତ୍ତି  ନେଲେ I ନିୟମ କରାଗଲାଯେ  "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀ ବିରୁଦ୍ଧରେ ଓଡିଶା ବେସାମରିକ ସେବା (ଶ୍ରେଣୀବିନ୍ୟାସ, ନିୟନ୍ତ୍ରଣ ଓ ଅପିଲ ) ଅଧିନିୟମ 1962 ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" | ଏପରିକି ରାଜ୍ୟସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବାବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଅନୁଶାସନିକ କାର୍ଯ୍ୟଵିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ବ୍ୟପାକ ଭାବେ ଓଡ଼ିଆ ବ୍ୟବହାର କରୁଥିବା କର୍ମଚାରୀ ବା ବିଭାଗମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା  ମଧ୍ୟ କରାଯାଇଛି | ଏହି ନିୟମାବଳୀ କୁ ମହାମହିମ ରାଜ୍ୟପାଳ ଡ଼.ଗଣେଶି ଲାଲ ଗତକାଲି ତା 13/08/2019 ରେ ସ୍ଵାକ୍ଷର କରି ମୋହର ମାରିଛନ୍ତି  | ରାଜ୍ୟ ସରକାର ଏହାକୁ  ଆଜି ଗେଜେଟରେ ମଧ୍ୟ ପ୍ରକାଶ କରିଛନ୍ତି I  ସେଥିରେ ସ୍ପଷ୍ଟ ଉଲେଖ ଅଛି କି ଏହି ଅଧିସୂଚନ ଗେଜେଟରେ ପ୍ରକାଶନ ତାରିଖଠାରୁ ବଳବତ୍ତର ହେବ ଅର୍ଥାତ ଆଜିଠାରୁ ଓଡ଼ିଶାରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳିତ ପାଇଁ ନିୟମାବଳୀ ପ୍ରଣୟନ ହେଲା | ଏହି ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ , ଆବାହକ ପବିତ୍ର ମହାରଥା , ଜାନକୀଷ ବଡ଼ପଣ୍ଡା ,ଡମ୍ବୁର ଧର ହରଣସିଂହ  ନବକିଶୋର ପ୍ରଧାନ ,ନୀଳମଣି ମିଶ୍ର , ନାରାୟଣ ଖୁଣ୍ଟିଆ , ବିଜୟ ପ୍ରଧାନ ,ଅଲେଖ ଜେନା , ସଂଜୀବ ପଣ୍ଡା ,ପ୍ରମୁଖ ଉପସ୍ଥିତ ଥିଲେ | 

 

0
0
0
s2sdefault