ବଲାଙ୍ଗୀର ମହିଳା ପତାଞ୍ଜଳି ଦ୍ଵାରା ଜଡ଼ିବୁଟି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ଇତି ମଧ୍ୟରେ ମହିଳା ପତଂଜଳି ପକ୍ଷରୁ ଆୟୁର୍ବେଦାଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଅବସରରେ ପ୍ରକୃତି ସଂରକ୍ଷଣ ନିମନ୍ତେ  ବୃକ୍ଷ ରୋପଣ ଏବଂ ଔଷଧୀୟ ଜଡ଼ିବୁଟି ବିତରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ପ୍ରଭାରୀ କୁମାରୀ ସୁଜାତା ଦିଶ୍ରି ,ନିହରିକା ମିଶ୍ର , ସରୋଜା ମଝି, ଦିପ୍ତିମୟୀ ମିଶ୍ର , ରୋଜାଲିନ ପଟ୍ଟନାୟକ , ନିତୁ ଅଗ୍ରୱାଲ , ସଞ୍ଜୁ ଅଗ୍ରୱାଲ, ମନିଷା ଲଖାନି , ଏବଂ ମମତା ଅଗ୍ରୱାଲ ଯୋଗ ଦେଇଥିଲେ । ଜଡ଼ିବୁଟି ଦିବସ ଅବସରରେ ବଲାଙ୍ଗୀର ମଣ୍ଟେଶରି ପବ୍ଲିକ ସ୍କୁଲ ଠାରେ ଛାତ୍ରଛାତ୍ରୀଙ୍କୁ ଔଷଧୀୟ ବୃକ୍ଷ ଯଥା-ଏଲୋବରା,ଗିଲୋଏ,ପତ୍ରଗଜା ଆଦି ଜଡ଼ିବୁଟି ବିତରଣ କରାଯାଇଥିଲା । ଜିଲ୍ଲା ପ୍ରଭାରୀ ସୁଜାତା ଦିଶ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଔଷଧୀୟ ଜଡ଼ିବୁଟି ବିଷୟ ରେ ଅବଗତ କରାଇଥିଲେ । ଶେଷରେ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବି ଉଦ୍ଗାତା ଙ୍କୁ ଜଡ଼ିବୁଟି ବିତରଣ ପାଇଁ ଅନୁମତି ଏବଂ ସହଯୋଗ ଦେଇ ଥିବାରୁ ମହିଳା ପତାଞ୍ଜଳୀ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

0
0
0
s2sdefault