ହେଡଲାଇନସ୍:

ଦାୟିତ୍ୱବାହୀ ହେଲେ, ନିୟମିତ ଆଦେଶକୁ ଅପେକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ “5-T” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟକରିବେ

କଟକ : ରାଜ୍ୟର ଦାୟିତ୍ୱବାହୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା । ନିୟମିତ ଡିଜି ଭାବେ ସେ ହିଁ ନିଯୁକ୍ତ ହେବେ ବୋଲି ଶୁଣା ଯାଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସଂକ୍ଷିପ୍ତ ଅନୁମୋଦିତ ତାଲିକା ଆସିବା ପରେ ହିଁ ତାହା ସ୍ପଷ୍ଟ ହେବ । ସୂଚନାଯୋଗ୍ୟଯେ ପୂର୍ବତନ ପୋଲିସ ଡିଜି ଡ଼ଃ ଆରପି ଶର୍ମାଙ୍କ ସ୍ବେଚ୍ଛାକୃତ ଅବସର ମଞ୍ଜୁରୀ ତଥା ଲୋକାଯୁକ୍ତ ସଦସ୍ୟ ନିଯୁକ୍ତି ପରେ ରିକ୍ତ ହୋଇଥିବା ପଦବୀରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସୁନୀଲ ରାୟଙ୍କୁ ଭାରବାହୀ ଡିଜି ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ବିଜୟ କୁମାର ଶର୍ମାଙ୍କୁ  ଦାୟିତ୍ୱବାହୀ ଡିଜି ଭାବେ ଘୋଷଣା କରିଛନ୍ତି । ହେକେ ତାଙ୍କ ନିଯୁକ୍ତି ନିୟମିତ ହେବା ପାଇଁ କେନ୍ଦ୍ର ସରକାରଙ୍କ ସଂକ୍ଷିପ୍ତ ତାଲିକାକୁ ଅପେକ୍ଷା, ଜାହା କି ଖବର ଲେଖାହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନଥିଲା ।

ଶ୍ରୀ ଶର୍ମା ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ “ ଗାର୍ଡ ଅଫ୍ ଅନର” ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ  ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି  ସ୍ଵାଗତ ଜଣାଇଥିଲେ । ଦାୟିତ୍ଵ ଗ୍ରହଣ ପରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶର୍ମା କହିଲେ ଯେ ତାଙ୍କୁ ସରକାର ଯେଉଁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ । ପୋଲିସକୁ ଲୋକାଭିମୁଖୀ, ଦାୟିତ୍ଵବାନ, ସଂବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ  ମୁଖ୍ୟମନ୍ତ୍ରୀଙ୍କ “5-T” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟକରିବେ ।  ନକ୍ସଲ  ଦମନ କ୍ଷେତ୍ରରେ ଓଡିଶା ପୋଲିସ ଅତୀତରେ ଅନେକ ସଫଳତା ପାଇଛି । ଭବିଷ୍ୟତରେ ମଧ୍ୟ ଆମେ ସେହିସବୁ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରି ଓଡିଶାରେ ନକ୍ସଲ ପ୍ରଭାବ ଓ କାର୍ଯ୍ୟ କ୍ରମକୁ ସୀମିତ କରିବୁ । ମାଓବାଦୀ ସମସ୍ୟା ହ୍ରାସ ପାଇଲେ ରାଜ୍ୟରେ ବିକାଶ  ତ୍ବରାନ୍ନିତ  ହୋଇପାରିବ ।
 ପୋଲିସ ଷ୍ଟେସନ ହେଉଛି ପୋଲିସ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ପୋଲିସ ଷ୍ଟେସନ ଗୁଡିକର ଭିତ୍ତିଭୂମୀର ଉନ୍ନତି ଉପରେ ଗୁରୁତ୍ଵ ଦିଆଯିବା ସହ ସ୍ବଚ୍ଛତା ଉପରେ ମଧ୍ୟ ଅଗ୍ରାଧିକାର ଦିଆଯିବ । ପୋଲିସ ଷ୍ଟେସନ ଗୁଡିକରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଲୋକମାନଙ୍କ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା, ଥାନା ମାନଙ୍କରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କାର୍ଯ୍ୟ ସମ୍ପାଦନ କରିବା ଆଦି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦିଆଯିବ । ସେହିପରି ଅପରାଧ ଅନୁସନ୍ଧାନ, ଅପରାଧ ନିରାକରଣ ଓ କୋର୍ଟରେ ମାମଲା ପରିଚାଳନା ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ଅପରାଧ ଅନୁସନ୍ଧାନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରାଯିବ । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାରର  (Conviction Rate) ବୃଦ୍ଧି ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ । ରାଜ୍ୟରେ ନାରୀ ମାନଙ୍କ ସୁରକ୍ଷା ଓ ଗୁଇନ୍ଦା ସୂଚନାର ଅଭିବୃଦ୍ଧି ଉପରେ ଗୁରୁତ୍ଵ ପ୍ରଦାନ କରାଯିବ ।  ସାମାଜିକ ଗଣମାଧ୍ୟମ, ଟେଲିଫୋନ  ଏବଂ  ଅନ୍ୟାନ୍ୟ ମାଧ୍ୟମରେ ବରିଷ୍ଠ ଅଧିକାରୀ ମାନଙ୍କ ପାଖରେ ଯେପରି ଜନ ସାଧାରଣ ସହଜରେ ପହଞ୍ଚି ପାରିବେ ସେଥିପାଇଁ ପ୍ରଚେଷ୍ଟା କରାଯିବ । ଏକ ସମନ୍ନୀତ ଓ ସୁସଙ୍ଗଠିତ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକରି ଜନ ସାଧାରଣଙ୍କୁ ଗୁଣାତ୍ମକ ସେବା ପ୍ରଦାନକରି ପୋଲିସର ଛବିରେ ପରିବର୍ତ୍ତନ ଆଣିବାକୁ ପ୍ରଚେଷ୍ଟା କରାଯିବ ।
 ସୂଚନାଯୋଗ୍ୟ ଯେ ୧୯୮୬ ବ୍ୟ।ଚର  ଆଇ.ପି.ଏସ୍ ଅଧିକାରୀ ଶ୍ରୀ ଶର୍ମା ବାରିପଦାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ  ମଧ୍ୟରେ ସେ ସୁନ୍ଦରଗଡ, କନ୍ଧମାଳ, ସମ୍ବଲପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯  ରୁ ୨୦୦୬ ମସିହା ପର୍ଯନ୍ତ କେନ୍ଦ୍ରୀୟ ସଂସ୍ଥା ସି.ବି. ଆଇ  ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାପରେ ଶ୍ରୀ ଶର୍ମା ରାଜ୍ୟ କ୍ରାଇମବ୍ରାଞ୍ଚରେ  ଆଇ.ଜି, ଅତିରିକ୍ତ ଡି.ଜି ଓ ସ୍ଵତନ୍ତ୍ର ଡି.ଜି  ଭାବେ ମଧ୍ୟ ଖୁବ ସଫଳତାର ସହ କାର୍ଯ୍ୟ କରିଛନ୍ତି । ତା ୦୭.୦୫.୨୦୦୮ ରୁ ୨୪.୦୫.୨୦୧୧ ରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ବର-କଟକ  ପୋଲିସ କମିଶନରେଟରେ  ପୋଲିସ କମିଶନର ଭାବେ ଖୁବ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରେ ତା ୦୩.୧୧.୨୦୧୭ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ଶର୍ମା ରାଜ୍ୟ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ  ଭାବେ କାର୍ଯ୍ୟ କରୁଥିଲେ ।

0
0
0
s2sdefault