"ବିଜୟିନୀ" ପକ୍ଷରୁ ଜିଲ୍ଲାସ୍ତରୀୟ ଷ୍ଟେକ୍-ହୋଲ୍ଡ଼ର ମାନଙ୍କ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନିର୍ଯ୍ୟାତିତ, ନୀରାଶ୍ରୟ ଓ  ଅସହାୟ ମହିଳା ମାନଙ୍କୁ ସାହାଯ୍ୟ କରି ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କୁ ସମାଜରେ ଶାନ୍ତି ଓ ସମ୍ମାନର ସହ ବଞ୍ଚିବାକୁ ଦେବା ଦିଗରେ କାର୍ଯ୍ୟରତ ମହିଳା ସହାୟତା କେନ୍ଦ୍ର "ବିଜୟନୀ" ପକ୍ଷରୁ  ନାଓ ଏବଂ ମହିଳା ବିକାଶ ପ୍ରତିଷ୍ଠାନ ର ମିଳିତ ସହଯୋଗରେ, ଅକ୍ସଫାମ୍ ଇଣ୍ଡିଆ ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ  ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଷ୍ଟେକ୍ ହୋଲ୍ଡ଼ର ମାନଙ୍କ ଏକ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
       ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମ୍ପାଦିକା ମିନତି ପାଢ଼ୀ ସଭାପତିତ୍ବ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ ଓ ଆଭିମୁଖ୍ୟ ଉପରେ କହିଥିଲେ ।  ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆର  ଅଫସାନା ବେଗମ୍ ଏଥିରେ ଯୋଗଦେଇ  ଓଡ଼ିଶାରେ" ବିଜୟନୀ "ମହିଳା  ସହାୟତା କେନ୍ଦ୍ର  ୫ଟି ଜିଲ୍ଲାରେ  କାର୍ଯ୍ୟ କରୁଛି | ମୁଖ୍ୟତଃ ଏହି କେନ୍ଦ୍ର  ହିଂସା ଓ ନିର୍ଯ୍ୟାତନାର ପିଡ଼ୀତା ମହିଳା ମାନଙ୍କୁ ସହାୟତା ଯୋଗାଇଦେବା ସହ ସେମାନେ ନ୍ୟାୟ ପାଇ ସମ୍ମାନର ସହ ଯେଭଳି ବଞ୍ଚିବେ ,ସେ  ଦିଗରେ ଉଦ୍ୟମ ଜାରୀ ରଖିବା ଏହି କେନ୍ଦ୍ରର  ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

">

     ବିଜୟନୀ" ସହାୟତା କେନ୍ଦ୍ରର କାଉନସିଲର ଶୀଲି ପରିଡା ଯୋଗ ଦେଇ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ  ଅଧିକ ସୁଚନା ଦେଇ କହିଥିଲେ ଯେ , ଏହି କେନ୍ଦ୍ର ଦ୍ୱାରା  ଗତ ଜୁଲାଇ ମାସ  ସୁଦ୍ଧା ୩୬ ଗୋଟି ଅଭିଯୋଗକୁ ପଞ୍ଜିକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ  ୨୩ ଗୋଟି ଅଭିଯୋଗର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ପାରିଛି ଏବଂ ୨ ଜଣ ମହିଳାଙ୍କ ସ୍ତ୍ରୀ ଧନ ଅସୁଲ କରିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଆସିଛି । ଏଥିସହିତ ୨ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗରେ ବିଦ୍ୟାଳୟରେ ନାମ ଲେଖାଯାଇଛି । ୨ ଟି ଅଭିଯୋଗ ପାଇ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ପାଖରେ ଡିଆଇଆର କରାଯାଇଛି ।
    ଅନ୍ୟପକ୍ଷରେ ଏହି ବିଜୟନୀ କେନ୍ଦ୍ର ମୁଖ୍ୟତଃ ହିଂସା ଓ ଅଶାନ୍ତିରେ ନିର୍ଯ୍ୟାତନା ପାଉଥିବା ମହିଳା ମାନଙ୍କୁ ନ୍ୟାୟ ଓ ସୁରକ୍ଷା ପାଈଁ ସହାୟତା କରୁଛି ଓ ଆପୋଷ- ଆଲୋଚନା  ଏବଂ ବୁଝାମଣା ମାଧ୍ୟମରେ ଭାଙ୍ଗି ଯାଇଥିବା ପରିବାରକୁ ପୁନର୍ବାର  ସଜାଡିବା ସହିତ ଲୋକମାନଙ୍କ ମନରେ ମହିଳା ଓ ଝିଅ ମାନଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସା ବନ୍ଦ ପାଈଁ ଜନସଚେତନତା  ସୃଷ୍ଟି  କରିବାପାଇଁ ଚେଷ୍ଟା କରାଯାଉଛି ।
 ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଜୟନୀ ସହାୟତା କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମକୁ ଭୁୟସୀ  ପ୍ରଶଂସା କରିବା ସହ ହିଂସାରେ  ପିଡ଼ୀତା ହେଉଥିବା ମହିଳା ମାନଙ୍କୁ ସାହାଯ୍ୟ କରିବା ସହ ଅଧିକ ପିଡ଼ୀତା ମହିଳା କେନ୍ଦ୍ରର ସୁବିଧା ନେବ ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ । ଏଥିସହିତ ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ ସହିତ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଙ୍କୁ ଏ ଦିଗରେ ଅଧିକ ସମ୍ବେଦନ ଶୀଳ ହୋଇ କାର୍ଯ୍ୟ କରିବାପାଇଁ ଆହ୍ବାନ ଦେଇଥିଲେ ।
        ଆଲୋଚନାରେ ଭାଗ ନେଇ ଗୁମ୍ମା ସିଡିପିଓ ଅନିତା ପଟନାୟକ , ରାୟଗଡ ବ୍ଲକ ଭାରପ୍ରାପ୍ତ ସିଡିପିଓ  ଅଂଶୂପା ସାହୁ , ଭାଗ୍ୟଲକ୍ଷ୍ମୀ ନାୟକ , ସାମାଜିକ କର୍ମୀ ଲିଙ୍ଗରାଜ ପାଣିଗ୍ରାହୀ , ଲକ୍ଷ୍ମୀକାନ୍ତ ପଣ୍ଡା , ଏ: ଆପ୍ପାରାଓ , ବିପିଏମ ଗୋଷାଣୀ-ମମତା ମାଳୀ , ମିନାକ୍ଷୀ ସାହୁ , ସଂଘମିତ୍ରା ଶବର  ପ୍ରମୁଖ ଆଲୋଚନାରେ ଭାଗନେଇ ବିଜୟନୀ ସହାୟତା କେନ୍ଦ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପୋଷ୍ଟର , ପଥପ୍ରାନ୍ତ ନାଟକ  ଓ ଟୋଲ-ଫ୍ରି ଓ କାନ୍ଥ ଲେଖା ମାଧ୍ୟମରେ ପ୍ରଚାର-ପ୍ରସାର କରାଯିବା ଦିଗରେ  ମତାମତ  ଦେଇଥିଲେ ।     
         ଶେଷରେ ମହିଳା ବିକାଶ ପ୍ରତିଷ୍ଠାନର  ନଟବର ପାଢ଼ୀ ଯୋଗ ଦେଇ ମହିଳା  ହିଂସା ରୋକାଯିବା  ଦିଗରେ ଷ୍ଟେକ୍ ହୋଲ୍ଡ଼ର ମାନଙ୍କ ଗୁରୁଦାୟିତ୍ଵ ଉପରେ କହି  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
       ଏହି  କାର୍ଯ୍ୟକ୍ରମକୁ ଭାଗ୍ୟଲକ୍ଷ୍ମୀ ନାୟକ ଓ ଗୌରୀ ସୋରେନ ପ୍ରମୁଖ ପରିଚାଳନା କରିଥିବା  ବେଳେ  ସନ୍ୟାସୀ ଭୂୟାଁ  ଓ  ମାନସ  ରଂଜନ ବିଶୋଇ ସହଯୋଗ କରିଥିଲେ ।

0
0
0
s2sdefault