ହେଡଲାଇନସ୍:

ଗଂଜେଇ ଚୋରା ଚାଲାଣ ବେଳେ : ଗଂଜେଇ ସହ ତିନି ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଞେଇ ଚୋରା ଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡା ପୋଲିସ୍ର ଚଢ଼ାଉ କରିଛି । ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କ ସହ ଅଚାନକ ଚଢ଼ାଉ କରିଛନ୍ତି । ଗୋଟିଏ ଟିଭିଏସ୍ ସ୍ଟାର୍ ସିଟି ମୋଟରସାଇକେଲ୍ ରେ ୧୪କେଜି ୮୦୦ଗ୍ରାମ୍ ଗଞେଇ ଲଦି ଚୋରାଚାଲାଣ କରୁଥିବାବେଳେ ଅଚାନକ ଚଢ଼ାଉ କରି  ଗଂଜେଇ ସହ ଚାଲାଣକାରୀଙ୍କୁ କାବୁକରିଛି ପୋଲିସ୍ ।  ଚାଲାଣରେ ବ୍ୟବହାର ମୋଟରସାଇକେଲ୍ କୁ ଜବତକରିବାସହ ତିନିଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ବାଲିଗୁଡା ପୋଲିସ୍ । ଗିରଫ ତିନିଜଣ ବାଲିଗୁଡା ଥାନା ରେବିଙ୍ଗିଆ ଗ୍ରମପଞ୍ଚାୟତର ଦୁଲିକିଆ ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

0
0
0
s2sdefault